ETV Bharat / state

ବରଗଡ଼ ଧନୁଯାତ୍ରା: କୃଷ୍ଣଙ୍କ ବାଲ୍ୟ ଲୀଳାରେ ଦୁଲୁକୁଛି ଗୋପପୁର

author img

By ETV Bharat Odisha Team

Published : Jan 20, 2024, 10:40 AM IST

ବରଗଡ ଧନୁଯାତ୍ରା
ବରଗଡ ଧନୁଯାତ୍ରା

Baragarh Dhanu Yatra 2024: ବରଗଡରେ ଚାଲିଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗୋଟିଏ ପଟେ କଂସଙ୍କ ଶାସନ ଆଉ ଗୋଟେ ପଟେ କୃଷ୍ଣଙ୍କ ବାଲ୍ୟ ଳୀଳା । କୃଷ୍ଣଙ୍କ ଜନ୍ମ କାହାଣୀ ଉପରେ ଆଧାରିତ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ । ଦେଖନ୍ତୁ ଏହି ରିପୋର୍ଟ

ବରଗଡ଼: ସଜା ହୋଇଛି ଦରବାର, ଚାଲିଛି ମହାରାଜ କଂସଙ୍କ ଶାସନ। ବରଗଡ ସହର ଯେପରି ପାଲଟି ଯାଇଛି ମଥୁରା ନଗରୀ । 11 ଦିନ ପାଇଁ ଆମ୍ବାପାଲି ପାଲଟିଛି ଗୋପପୁର ଏବଂ ବରଗଡ ଓ ଅମ୍ବାପାଲି ମଝିରେ ବହି ଯାଉଥିବା ଜୀରା ନଦୀ ହୋଇଯାଇଛି ଯମୁନା । 15 ତାରିଖରୁ ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବରଗଡ ।

ଚଳଚଞ୍ଚଳ ବରଗଡ଼: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ । ଶ୍ରୀକୃଷ୍ଣ ଜନ୍ମ କାହାଣୀକୁ ନେଇ ଆୟୋଜିତ ହେଉଥିବା ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବାହାରି ନିୟମ ଖିଲାପିଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ । କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁରରେ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଛାଡ଼ି ବିଜୁଳି କନ୍ୟାକୁ ଧରି ମଥୁରା ଫେରିଥିଲେ । ତୃତୀୟ ଦିନରେ କୃଷ୍ଣ ଜନ୍ମ ପରେ ସାରା ଗୋପପୁର ଉତ୍ସବମୁଖର ହୋଇଯାଇଥିଲା । ବୃଦ୍ଧ କାଳେ ପୁତ୍ର ସନ୍ତାନ ଲାଭ କରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇପଡ଼ିଥିଲେ । ଏହା ସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଥିଲା ନନ୍ଦୋତ୍ସବ ।

ଏହାମଧ୍ୟ ପଢନ୍ତୁ.. 'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ମର୍ମାହତ କଂସ

ଗୋପରେ କୃଷ୍ଣଲୀଳା: ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ନିଆରା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢୁଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି କଟା ଯାଇଥିଲା । କୃଷ୍ଣବଳରାମଙ୍କ ପାଦଧୋଇ ପୂଜା ଅର୍ଚ୍ଚନା କରାଯାଇଛି । ଶ୍ରୀକୃଷ୍ଣଙ୍କ ଳୀଳାରେ ଗୋପପୁର ଉତ୍ସବ ମୁଖର ଥିବା ବେଳେ, କୃଷ୍ଣଙ୍କ ସହ ତାଙ୍କ ଶଖା ମଧୁମଙ୍ଗଳ ଓ ବାଳକ ପୁଅମାନେ ଗୀତ ନାଚ କରି ଗାଁ ପରିଭ୍ରମଣ କରିଛନ୍ତି । ଏପଟେ କଂସଙ୍କ ପ୍ରେରିତ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ବଳରାମଙ୍କୁ ମାରିବାକୁ ଆସିଥିବା ବେଳେ ପ୍ରଭୁଙ୍କୁ ମାରିବାକୁ ସବୁପ୍ରକାର ଉଦ୍ୟମ କରିଛନ୍ତି । ହେଲେ କୃଷ୍ଣ ଓ ବଳରାମଙ୍କ ହାତରେ ଗୋଟି ଗୋଟି କରି ନିହତ ହୋଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.