ETV Bharat / state

ବୌଦ୍ଧରେ ୨ ପୃଥକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର - Two Accidents In Boudh

author img

By ETV Bharat Odisha Team

Published : Apr 6, 2024, 10:10 PM IST

Accident in boudh
Accident in boudh

Two Accidents In Boudh: ବୌଦ୍ଧ ଜିଲ୍ଲାର ଦୁଇଟି ସ୍ଥାନରେ ପୃଥକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

Accident in boudh

ବୌଦ୍ଧ: ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ପୃଥକ ଦୁର୍ଘଟଣା ଘଟିଛି । ଗୋଟିଏ ସ୍ଥାନରେ ଟ୍ରକକୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଫଳରେ ଟ୍ରକଟି ଓଲଟି ପଡିବାରୁ ଡ୍ରାଇଭରଙ୍କ ସମେତ ତାଙ୍କର ଦୁଇ ପୁଅ ଗୁରୁତର ହୋଇଛନ୍ତି। ସେପଟେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଥିବା ବେଳେ ଆଜି ଦୁଇ ଦୁଇଟି ସ୍ଥାନରୁ ଦୁର୍ଘଟଣାର ଖବର ଆସିଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଥିବା ଜଣାପଡ଼ିଛି । ଏନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ପୃଥକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା ଲୁଣିବାହାଲ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ମୁତାବକ, ନବରଙ୍ଗପୁର ଅଞ୍ଚଳରୁ ଏକ କଖାରୁ ବୋଝେଇ ଟ୍ରକ ଭୁବନେଶ୍ଵର ଅଭିମୁଖେ ଯାଉଥିବାବେଳେ ବିଳମ୍ବିତ ରାତିରେ ଏହି ଟ୍ରକକୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାହା ଓଲଟି ପଡିଥିଲା । ଟ୍ରକ୍ ଚାଳକ ପିତାଙ୍କ ସମେତ ସେଥିରେ ତାଙ୍କ ୨ ଜଣ ପୁଅ ଗୁରୁତର ହୋଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗୁରୁତର ୪ ଜଣ ବାପପୁଅଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ନାଳକୁ ଖସିଲା ମୋ ବସ, ୨୦ ଜଣ ଯାତ୍ରୀ ଆହତ - Mo Bus Accident

ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ସେହିପରି ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କାଦପଡା ଗ୍ରାମର ଜଣେ ବୃଦ୍ଧା ଅସୁସ୍ଥ ଅନୁଭବ କରିଥିଲେ ।ନିଜ ପୁଅ ସହିତ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଏକ ବାଇକ ଯୋଗେ ଆସୁଥିବାବେଳେ ମହାନଦୀ ସେତୁ ଉପରେ ଏକ ଅଜଣା କାର ସେମାନଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଉଭୟ ମା' ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ପୁଅକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କ ପଥ ଗୁଡ଼ିକ ଜବରଦଖଲ ତଥା ବେଆଇନ ପାର୍କିଂ ଯୋଗୁଁ ଅଧିକାଂଶ ସମୟରେ ଏଭଳି ସଡକ ଦୁର୍ଘଟଣା ଘଟୁଥିବାର ନଜିର ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.