ETV Bharat / state

ରାଉରକେଲାରେ ଠାବ ସେକ୍ସ ରାକେଟ; ୪ ରୂପଜୀବୀ ଓ ଜଣେ ଦଲାଲ ଗିରଫ

author img

By ETV Bharat Odisha Team

Published : Mar 3, 2024, 3:42 PM IST

ରାଉରକେଲାରେ ଠାବ ସେକ୍ସ ରାକେଟ: ୪ ଦେହଜୀବୀ ଓ ଜଣେ ଦଲାଲ ଗିରଫ
ରାଉରକେଲାରେ ଠାବ ସେକ୍ସ ରାକେଟ: ୪ ଦେହଜୀବୀ ଓ ଜଣେ ଦଲାଲ ଗିରଫ

Sex Racket Busted: ରାଉରକେଲାର ଛେଣ୍ଡ ଅଞ୍ଚଳରେ ଏକ ତିନି ମହଲା କୋଠାରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ ୪ ଜଣ ଦେହଜୀବୀଙ୍କ ସହିତ ଜଣେ ଦଲାଲକୁ ଗିରଫ କରିଥିଲା । ଅଧିକ ପଢନ୍ତୁ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଠାବ ହୋଇଛି ଏକ ବଡ ସେକ୍ସ ରାକେଟ । ରାଉରକେଲାର ଛେଣ୍ଡ ଅଞ୍ଚଳରେ ଏକ ତିନି ମହଲା କୋଠାରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରି ୪ ଜଣ ରୂପଜୀବୀଙ୍କ ସହିତ ଜଣେ ଦଲାଲକୁ ଗିରଫ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ସହରର କଳିଙ୍ଗ ବିହାର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ଥିବା ଏକ ତିନି ମହଲା କ୍ବାଟର୍ସରେ ଏହି ସେକ୍ସ ରାକେଟ ଚାଲୁଥିଲା ।

ଏହା ମଧ୍ୟ ପଢନ୍ତୁ... ପାରାଦ୍ବୀପ ସେକ୍ସ ରାକେଟର ଖୋଲୁଛି ଗୁମର, ଦେହଜୀବୀଙ୍କ ମଧ୍ୟରେ ନାବାଳିକା

ଏହି କ୍ବାଟର୍ସରେ ତଳ ମହଲାରେ ଜଣେ ବ୍ୟକ୍ତି ପରିବାର ସହ ରହି ସେଠାରେ ସେକ୍ସ ରାକେଟ ଚଲାଇ ଆସୁଥିଲେ । ଏହି ସେକ୍ସ ରାକେଟରେ ବାହାର ରାଜ୍ୟରୁ ଯୁବତୀଙ୍କୁ ଆଣି ସମ୍ପୃକ୍ତ ବ୍ୟକ୍ତି ଅନୈତିକ କାର୍ଯ୍ୟ ଚଳାଉଥିଲେ । ଗତକାଲି ରାତିରେ କୌଣସି କାରଣବଶତଃ ଜଣେ ଦେହଜୀବୀଙ୍କ ସହିତ ଦଲାଲ ଓ ଅନ୍ୟ ଜଣେ ମହିଳା ବିଚ୍ ରାସ୍ତାରେ ଝଗଡା କରୁଥିଲେ । ଏହି ଝଗଡା ବଢିଯିବାରୁ ମାରପିଟ ଯାଏଁ କଥା ଯାଇଥିଲା । ସେମାନେ ପାଟିତୁଣ୍ଡ କରୁଥିବା ବେଳେ ସ୍ଥାନୀୟ କିଛି ଯୁବକ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବୁଝାସୁଝା କରୁଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଦେହଜୀବୀ ମାଡ଼ ମାରିଥିଲେ । ସାମାନ୍ୟ ଘଟଣାରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସେହି କ୍ୱାଟର୍ସରେ ସେକ୍ସ ରାକେଟ ଚାଲୁଥିବା ସମ୍ପୃକ୍ତ ଯୁବକମାନେ ଜାଣିବାକୁ ପାଇଥିଲେ ।

ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେବା ପରେ ପିସିଆର ପାଟ୍ରୋଲିଂ ସମେତ ଛେଣ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେକ୍ସ ରାକେଟ ଚାଲୁଥିବା ଘରୁ 4 ଜଣ ଦେହଜୀବୀଙ୍କ ସମେତ ଦଲାଲଙ୍କୁ ଧରି ଥାନାକୁ ନେଇଥିଲା । ହେଲେ ଛାତ ଡେଇଁ କିଛି ଗ୍ରାହକ ଚମ୍ପଟ ମାରିଥିବା ସ୍ଥାନୀୟ ଯୁବକ କହିଛନ୍ତି । ତେବେ ଗିରଫ କରାଯାଇଥିବା ସମସ୍ତ ଦେହଜୀବୀଙ୍କୁ ପୋଲିସ ପଚରାଉଚରା କରିବା ପରେ ଆଜି ଭୋରରୁ ସମସ୍ତ ଚାରି ଜଣ ଦେହଜୀବୀଙ୍କୁ ସେମାନଙ୍କ ପରିବାର ନିକଟକୁ ପଠାଇ ଦିଆଯାଇଛି । ସେହିପରି ଗତ ଜାନୁଆରୀ ୩୦ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ଉଦୟ ବିହାରରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଥିଲା ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେହି ଘରୁ 4 ଜଣ ଦେହଜୀବୀଙ୍କ ସମେତ 7ଜଣ ଗ୍ରାହକଙ୍କୁ ଠାବ କରାଯାଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.