ETV Bharat / state

ଜଳୁଛି ଓଡ଼ିଶା ! ଆହୁରି 3 ଦିନ କଲବଲ କରିବ, 44.3 ଡିଗ୍ରୀ ଛୁଇଁଲା ବୌଦ୍ଧ - odisha Weather

author img

By ETV Bharat Odisha Team

Published : Apr 19, 2024, 6:00 PM IST

Updated : Apr 19, 2024, 7:34 PM IST

ଜଳୁଛି ଓଡ଼ିଶା ! ପ୍ରଚଣ୍ଡ ତାତିରେ ଆହୁରି 3 ଦିନ କଲବଲ ହେବେ ରାଜ୍ୟବାସୀ
ଜଳୁଛି ଓଡ଼ିଶା ! ପ୍ରଚଣ୍ଡ ତାତିରେ ଆହୁରି 3 ଦିନ କଲବଲ ହେବେ ରାଜ୍ୟବାସୀ

Odisha Weather Update: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆହୁରି 3 ଦିନ ପର୍ଯ୍ୟନ୍ତ ତାତି ଲାଗି ରହିବ । ଅଧିକ ପଢ଼ନ୍ତୁ

ଜଳୁଛି ଓଡ଼ିଶା ! ପ୍ରଚଣ୍ଡ ତାତିରେ ଆହୁରି 3 ଦିନ କଲବଲ ହେବେ ରାଜ୍ୟବାସୀ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ତାତିରେ ସାରା ଓଡ଼ିଶା ଜଳୁଛି । ପ୍ରଚଣ୍ଡ ଖରା ଗରମ ସାଙ୍ଗକୁ ଗୁଳୁଗୁଳିରେ ଓଡ଼ିଶାବାସୀ ଆଉଟୁ ପାଉଟୁ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି 3 ଦିନ ଲାଗି ରହିବ । ପରେ 21 ତାରିଖ ପରଠାରୁ ରାଜ୍ୟରେ କାଳବୈଶାଖୀ ଥିବାରୁ ଏହା ପ୍ରଭାବରେ ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବା । ପରେ 25 ତାରିଖରୁ ପୁଣିଥରେ ତାତି ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଜି (ଶୁକ୍ରବାର) 44.3°C ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ଆଜି ବୌଦ୍ଧରେ ରେକର୍ଡ କରିଛି ତାପମାତ୍ରା । 44.3 ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । 32ଟି ସହରରେ 40ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୦ ସହରରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଏହାସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ 3 ଦିନ ଯାଏଁ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବ । କିଛି ସହରରେ ୪୪ରୁ ୪୫ ଡିଗ୍ରୀ ତାପମାତ୍ରା ରହିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଏହି ଗ୍ରୀଷ୍ମ ପ୍ରବାହ ସବୁଠାରୁ ବିସ୍ତାରିତ ପ୍ରବାହ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ରହିବା ସହ ମୟୁରଭଞ୍ଜ, ନୟାଗଡ, ଅନୁଗୋଳ, ବୌଦ୍ଧ, ଝାରସୁଗୁଡା ଓ ସୁନ୍ଦରଗଡ ଏହି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ, ସମ୍ବଲପୁର, ଦେଓଗଡ, ମାଲକାନଗିରି ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ ।


ତେବେ ରାଜ୍ୟରେ ଆହୁରି 3 ଦିନ ତାତି ଲାଗିରହିବ । ପରେ ୨୧ ଓ ୨୨ରେ ରାଜ୍ୟରେ ପଶ୍ଚିମାଝଡ ପ୍ରଭାବରେ କେତେକ ସ୍ଥାନରେ କାଳବୈଶାଖୀ ହେବ । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିବ, ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ପରେ ପରେ ପୁଣି ୨୫ ତାରିଖରୁ ରାଜ୍ୟରେ ଅସହ୍ୟ ଖରା ତାତି ସହ ଗୁଳୁଗୁଳି ହେବା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୬ ଏପ୍ରିଲରୁ ୨ ମେ' ପର୍ଯ୍ୟନ୍ତ ତାତିରେ କୌଣସି ପରିବର୍ତ୍ତନ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିବ । ତେବେ ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ଥିବା ବେଳେ ୩୨ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା । ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଅଗ୍ନିବର୍ଷାରୁ ନାହିଁ ନିସ୍ତାର, ଆହୁରି 4 ଦିନ ଜାଳିବ - ODISHA WEATHER

ଆଜି କେଉଁ ସହରରେ ତେତେ ତାପମାତ୍ରା ରେକର୍ଡ ହୋଇଛି
ବୌଦ୍ଧ :44.3°C

ବାରିପଦା: 44.2°C

ଝାରସୁଗୁଡା : 43.8°C

ଅନୁଗୋଳ: 43.7°C

ଟିଟିଲାଗଡ଼: 43.5°C

ବଲାଙ୍ଗୀର: 43.o°C

ଭବାନୀପାଟଣା: 43.o°C

ମାଲକାନଗିରି: 43.o°C

ନୂଆପଡ଼ା: 43.o°C

ନୟାଗଡ଼: 43.o°C

ତାଳଚେର:42.8°C

କଟକ: 42.7°C

ଭୁବନେଶ୍ବର: 41.4°C

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 19, 2024, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.