ETV Bharat / state

ତାତିରୁ ନାହିଁ ନିସ୍ତାର, ଆହୁରି ୫ ଦିନ ଜାଳିବ - Odisha Weather

author img

By ETV Bharat Odisha Team

Published : Apr 23, 2024, 5:51 PM IST

ତାତିରୁ ନାହିଁ ନିସ୍ତାର, ଆହୁରି ୫ ଦିନ ଜାଳିବ
ତାତିରୁ ନାହିଁ ନିସ୍ତାର, ଆହୁରି ୫ ଦିନ ଜାଳିବ

Odisha Weather Update: ଆହୁରି ରାଜ୍ୟରେ ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି । 26 ଓ 27 ସ୍ଥିତି ସାଙ୍ଘାତିକ ରହିବ । ଅଧିକ ପଢ଼ନ୍ତୁ

ତାତିରୁ ନାହିଁ ନିସ୍ତାର, ଆହୁରି ୫ ଦିନ ଜାଳିବ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆଜିଠାରୁ ଆଗାମୀ 5 ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି । ସେହିପରି 26 ଓ 27 ତାରିଖରେ ହିଟୱେଭ ସ୍ଥିତି ସାଙ୍ଘାତିକ ରହିବ । ସେପଟେ କାଳବୈଶାଖୀ ପ୍ରଭାବରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କ୍ରମାଗତ ଭାବରେ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାବେଳେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉଷ୍ମ ବାୟୁ ରାଜ୍ୟକୁ ପ୍ରବେଶ କରିବାରୁ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ । ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଅଧିକ ଗ୍ରୀଷ୍ମ ପ୍ରବାହ ରହିବ । ଆସନ୍ତା ୨୪ ଘଣ୍ଟାରେ ସିଭିୟର ହିଟୱେଭ ପାଇଁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ନୂଆପଡା, କଟକ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୫ ପରଠାରୁ ସମ୍ପୂର୍ଣ୍ଣ ଓଡ଼ିଶା ଶୁଖିଲା ପାଗ ରହିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ଯେପରିକି ସୁନ୍ଦରଗଡ଼, ଝାରସୁଗୁଡା, ମୟୁରଭଞ୍ଜ, ବରଗଡ଼, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ । ଅନ୍ୟପକ୍ଷେ ୨୬ ଓ ୨୭ ତାରିଖରେ ସ୍ଥିତି ସାଙ୍ଘାତିକ ରହିବ । କିଛି କିଛି ଅଞ୍ଚଳରେ ତାପମାତ୍ରା 43ରୁ 44 ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ..ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର - Hottest City In India

ସେପଟେ ଗତ ୨୪ ଘଟଣ୍ଟାରେ 17 ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ୪୩.୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ବର ରାଜ୍ୟ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ଏହାସହ ଆଗାମୀ ୨ ଦିନ ଭିତରେ କିଛି କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ବେଳେ ଗତ ୨୪ ଘଣ୍ଟାରେ ମଧ୍ୟ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି କ୍ରମରେ ନୂଆପଡାରରେ ୫.୪ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.