ETV Bharat / state

ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର - Hottest City In India

author img

By ETV Bharat Odisha Team

Published : Apr 22, 2024, 10:22 PM IST

Hottest City In India: ତାତିରେ ରେକର୍ଡ କଲା ଭୁବନେଶ୍ବର । ୪୩.୮ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ବର । ଅଧିକ ପଢ଼ନ୍ତୁ

ଦେଶର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ବର
ଦେଶର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର: ଓଡିଶାର ପିଛା ଛାଡୁନି ତାତି । ପୁଣି ତାତିରେ ରେକର୍ଡ କଲା ଓଡ଼ିଶା । ସାରା ଦେଶରେ ଭୁବନେଶ୍ବର ପାଲଟିଲା ସବୁଠାରୁ ଉତ୍ତପ୍ତ ସହର । ୪୩.୮ ଡିଗ୍ରୀ ତାପମାତ୍ରା ସହ କେବଳ ରାଜ୍ୟ ନୁହେଁ ସାରା ଦେଶର ସବୁଠାରୁ ହଟ୍‌ ସିଟି ପାଲଟିଛି ଭୁବନେଶ୍ବର । ଯାହା ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆନ୍ଧ୍ରପ୍ରଦେଶର କଡ଼ପ୍ପା ସହରରେ ମଧ୍ୟ ତାପମାତ୍ରା ୪୩.୮ ଡିଗ୍ରୀ ହୋଇଛି ।

ସ୍ମାଟସିିଟି ପାଲଟିଲା ହଟ୍‌ ସିଟି
ସ୍ମାଟସିିଟି ପାଲଟିଲା ହଟ୍‌ ସିଟି

ରାଜ୍ୟରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଅସହ୍ୟ ତାତିରେ ଛଟପଟ୍ ରାଜ୍ୟବାସୀ । ଖରା ସହ ଗରମ ଗୁଳୁଗୁଳି ସାରା ଦେଶବାସୀଙ୍କୁ କଲବଲ କରୁଥିବା ବେଳେ ଆଜି (ସୋମବାର) ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ବରରେ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମାନ ଭାବରେ ଆନ୍ଧ୍ରପ୍ରଦେଶର କଡ଼ପ୍ପା ସହରରେ ମଧ୍ୟ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉଭୟ ସହର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଅନ୍ୟପକ୍ଷେ ଆଜି ରାଜ୍ୟର 17 ଟି ସହହରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି ।

ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର :-

ଭୁବନେଶ୍ବର: 43.8 ଡିଗ୍ରୀ

ପାରଳାଖେମୁଣ୍ଡି: 42.9 ଡିଗ୍ରୀ

ବାରିପଦା: 42.6 ଡିଗ୍ରୀ

ନୂଆପଡା: 42.4 ଡିଗ୍ରୀ

କେନ୍ଦ୍ରାପଡ଼ା: 41. 8 ଡିଗ୍ରୀ

ଜଗତସିଂହପୁର: 41.6 ଡିଗ୍ରୀ

ଭଦ୍ରକ: 41 ଡିଗ୍ରୀ

ଯାଜପୁର: 41 ଡିଗ୍ରୀ

ବୌଦ୍ଧ: 40.8 ଡିଗ୍ରୀ

ବାଲେଶ୍ୱର: 40.7 ଡିଗ୍ରୀ

ଅନୁଗୋଳ: 40.7 ଡିଗ୍ରୀ

ଚାନ୍ଦବାଲି : 40.4 ଡିଗ୍ରୀ

ତାଳଚେର: 40.4 ଡିଗ୍ରୀ

କଟକ: 40.2 ଡିଗ୍ରୀ

ମାଲକାନଗିରି: 40.1 ଡିଗ୍ରୀ

ଢେଙ୍କାନାଳ: 40.1 ଡିଗ୍ରୀ

ନୟାଗଡ: 40 ଡିଗ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା 2 ଦିନ କାଳବୈଶାଖୀ, 25ରୁ ବଢ଼ିବ ତାତି - Odisha Weather

ତେବେ ଗତ 2 ଦିନ ପୂର୍ବରୁ ମଧ୍ୟ ଓଡିଶାର 2 ଟି ସହର ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ୪୫.୨ ଡିଗ୍ରୀ ତାପମାତ୍ରା ସହ ବାରିପଦା ଏବଂ ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ସେପଟେ ରାଜ୍ୟରେ କେତେକ ଅଞ୍ଚଳରେ କାଳବୈଶାଖୀ ସକ୍ରିୟ ଥିବାରୁ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆସନ୍ତା 23 ଓ 24 ତାରିଖ ରାଜ୍ୟରେ କାଳବୈଶାଖୀ ଫଳରେ ଗରମ ଓ ଗୁଳିଗୁଳି ଆଂଶିକ ଭାବରେ କମିବ । ସେହିପରି ଆସନ୍ତା 25 ତାରିଖରୁ ରାଜ୍ୟରେ ପୁଣି ତାତି ପଢ଼ିବ । 26 ତାରିଖ ବେଳକୁ ରାଜ୍ୟରେ ସ୍ଥିତି ସାଂଘାତିକ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.