ETV Bharat / state

ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଝଟକା; ଭିଜିଲାନ୍ସ କୋର୍ଟଙ୍କ ରାୟ କାଏମ୍ ରଖିଲେ ହାଇକୋର୍ଟ - ORHDC corruption case

author img

By ETV Bharat Odisha Team

Published : Apr 10, 2024, 12:51 PM IST

ORHDC corruption case: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଝଟକା । ଓଆରଏଚଡିସି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ହାଇକୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ଓଡ଼ିଶା ରୁରାଲ ହାଉଜିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ(ORHDC) ଋଣ ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମକୁ ବଡ ଝଟକା । ନିମ୍ନ ଅଦାଲତ ଦେଇଥିବା ରାୟକୁ କାଏମ ରଖିଲେ ଓଡ଼ିଶା ହାଇକୋର୍ଟ । ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ । ନିମ୍ନ ଅଦାଲତର ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୋକିମ । ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ଏହାର ରାୟ ପ୍ରକାଶ ପାଇଛି । ଭୁବନେଶ୍ୱବର ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।

ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମୋକିମ ଏବଂ ଅନ୍ୟମାନଙ୍କୁ ୩ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ଏହା ରାୟ ଆସିବା ପରେ ମୋକିମଙ୍କ ସଭ୍ୟ ପଦ ରଦ୍ଦ ହେବାର ସମ୍ଭାବନା ବଢିଥିଲା । ତେବେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଆଜି ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ORHDC ଦୁର୍ନୀତି ମାମଲା, ୨୭ ଯାଏଁ ଅନ୍ତରୀଣ ରହିତାଦେଶ ବଳବତ୍ତର

ପ୍ରକାଶ ଥାଉକି, ମହମ୍ମଦ ମୋକିମଙ୍କ ଓଏଚଆରଡିସି ଋଣ ଦୁର୍ନୀତି ମାମଲାରେ ଦାୟର ଏକ ଜନସ୍ୱାର୍ଥ ମାମଲାକୁ ପୂର୍ବରୁ ଅଗ୍ରାହ୍ୟ କରିଦେଇଥିଲେ ହାଇକୋର୍ଟ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ପରେ ମୋକିମଙ୍କ ସଭ୍ୟପଦ ରଦ୍ଦ ହେବା ଆବଶ୍ୟକ ବୋଲି ପିଟିସନରେ ଉଲ୍ଲେଖ କରି ଡାକ୍ତର ରବି ରଞ୍ଜନ ସାହୁ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଭିଜିଲାନ୍ସ ମାମଲାର ତ୍ୱରିତ ଶୁଣାଣି ପାଇଁ ସେ ଏଥିରେ ପ୍ରାର୍ଥନା କରିଥିଲେ । ହେଲେ ଜନସ୍ୱାର୍ଥ ମାମଲାକୁ ହତିୟାର ଭାବେ ବ୍ୟବହାର କରିହେବ ନାହିଁ । ଏଭଳି ମାମଲା ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣୀୟ ନୁହେଁ । ବିଧାୟକ ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି । ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ।

ଏହା ମଧ୍ୟ ପଢନ୍ତୁ: ମୋକିମଙ୍କୁ ହାଇକୋର୍ଟ ଝଟ୍‌କା, ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.