ETV Bharat / state

ମୋକିମଙ୍କୁ ହାଇକୋର୍ଟ ଝଟ୍‌କା, ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

author img

By ETV Bharat Odisha Team

Published : Mar 4, 2024, 11:27 AM IST

Updated : Mar 4, 2024, 2:11 PM IST

MLA Mohammad Mokim Election Invalided by Orissa High Court: ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ । ୨୦୧୯ ନିର୍ବାଚନରେ ସେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲା ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ,

Mohammad Mokim
Mohammad Mokim

Mohammad Mokim Election Invalid

କଟକ: ବାରବାଟୀ-କଟକ ନିର୍ବାଚନ ଅନିୟମିତତା ମାମଲା । ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଝଟକା । ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ । ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ୨୦୧୯ରେ ହୋଇଥିବା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଥିଲେ ଦେବାଶିଷ । ଏନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟରେ ORHDC ଦୁର୍ନୀତି ମାମଲା, ୨୭ ଯାଏଁ ଅନ୍ତରୀଣ ରହିତାଦେଶ ବଳବତ୍ତର

ଏହି ମାମଲାରେ ଦେବାଶିଷ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ, ''ବିଧାୟକ ମହମ୍ମଦ ମୋକିମ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀ ପତ୍ର ଦାଖଲ ହୋଇ ନାହିଁ । ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନାହାନ୍ତି । ''

ସେହିପରି ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ ମୋକିମ । ଏହି ପିଟିସନକୁ ଖାରଜ କରିଥିଲେ ହାଇକୋର୍ଟ । ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର ଶୁଣାଣି ଚାଲିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ବାରମ୍ବାର କୋର୍ଟଙ୍କ ସମୟ ନଷ୍ଟ କରୁଥିବା କାରଣରୁ ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଏହା ମଧ୍ୟ ପଢନ୍ତୁ-ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ କୃଷ୍ଣ ସଗରିଆ

କେବଳ ସେତିକି ନୁହେଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କୋର୍ଟ ଦ୍ବିତୀୟ ଥର ପାଇଁ ଜରିମାନା ଲରିଥିଲେ । 10 ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ହାଇକୋର୍ଟ ବାର ୱେଲ ଫେୟାର ଫଣ୍ଡରେ ଏହି ଜରିମାନା ରାଶି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ନିର୍ବାଚନୀ ମାମଲାରେ ସାକ୍ଷ୍ୟ ପ୍ରଦାନରେ ସମୟ ଗଡ଼ାଇବା ଅଭିଯୋଗରେ ହାଇକୋର୍ଟ ଜରିମନା କରିଥିଲେ । ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ହେବାକୁ ମୋକିମଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

2019 ବିଧାନସଭା ନିର୍ବାଚନ ସମୟରେ କଟକ ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାର୍ଥୀ କିରଥିଲା । ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହୋଇଥିଲେ । ପ୍ରତିଦ୍ବନ୍ଦ୍ବୀ ଦଳକୁ ଟକ୍କର ଦେଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ମୋକି । ମହମ୍ମଦ ମୋକିମ ବାରବାଟୀ ନିର୍ବାଚନୀରେ ଅନିୟମିତତା କରିବା ଅଭିଯୋଗ କରିଥିଲେ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ । ନିର୍ବାଚନ ସମୟରେ ସେ ଭୁଲ ସତ୍ୟପାଠ ଦେଇଥିବା ଅଭିଯୋଗ କରି ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ମୋକିମଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ପ୍ରମାଣିତ ହେବା ପରେ କୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated :Mar 4, 2024, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.