ETV Bharat / state

ହାଇକୋର୍ଟରେ ORHDC ଦୁର୍ନୀତି ମାମଲା, ୨୭ ଯାଏଁ ଅନ୍ତରୀଣ ରହିତାଦେଶ ବଳବତ୍ତର

author img

By ETV Bharat Odisha Team

Published : Feb 23, 2024, 8:32 AM IST

ORHDC Scam case: ଓଆରଏଚଡିସି ଦୁର୍ନୀତି ମାମଲା । ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଭିଜାଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ବଳବତ୍ତର । ଅଧିକ ପଢନ୍ତୁ

ORHDC ଦୁର୍ନୀତି ମାମଲା
ORHDC ଦୁର୍ନୀତି ମାମଲା

କଟକ: ହାଇକୋର୍ଟରେ ଓଆରଏଚଡିସି ଦୁର୍ନୀତି ମାମଲା । ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି କରି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶକୁ ବଳବତ୍ତର ରଖିଲେ କୋର୍ଟ । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ଆବେଦନକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ । ଏହି ଦୁର୍ନୀତି ମାମଲାରେ ମୋକିମ ଏବଂ ଅନ୍ୟମାନଙ୍କୁ 3 ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ହାଇକୋର୍ଟ ପୂର୍ବରୁ ଏହି ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଆସନ୍ତା 27 ମାମଲାର ପରବର୍ତ୍ତୀ ଶୁଣାଣି ହେବ ।


ଏହା ମଧ୍ୟ ପଢନ୍ତୁ: ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ


ମହମ୍ମଦ ମୋକିମଙ୍କ ଓଏଚଆରଡିସି ଋଣ ଦୁର୍ନୀତି ମାମଲାରେ ଦାୟର ଜନସ୍ୱାର୍ଥ ମାମଲାକୁ ପୂର୍ବରୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ । ଜନସ୍ୱାର୍ଥ ମାମଲାକୁ ହତିଆରି ଭାବେ ବ୍ୟବହାର କରି ହେବନାହିଁ । ଏଭଳି ମାମଲା ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣୀୟ ନୁହେଁ । ବିଧାୟକ ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି । ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡାଦେଶ କରିବା ସତ୍ତ୍ୱେ କାହିଁକି ତାଙ୍କର ବିଧାୟକ ପଦ ରଦ୍ଦ କରାଗଲା ନାହିଁ ବୋଲି ପ୍ରାର୍ଥନା କରି ଡାକ୍ତର ରବି ରଞ୍ଜନ ସାହୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।

ଏଥିରେ ଭିଜିଲାନ୍ସ ମାମଲାର ତ୍ୱରିତ ଶୁଣାଣି ପାଇଁ ନିବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଂସଦ ବିଧାୟକଙ୍କ ପାଇଁ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏ ସମ୍ପର୍କିତ ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଥିଲା । ମାମଲାର ଶୁଣାଣି କରି ସଭ୍ୟପଦ ରଦ୍ଧ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଥିଲେ ହାଇକୋର୍ଟ । ଏଥି ସହ MP / MLAଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ମାମଲାର ଶୁଣାଣି ହେବ ବୋଲି ରାୟରେ ସ୍ପଷ୍ଟ କରିଥିଲେ ।


ଭିଜିଲାନ୍ସ ମାମଲାରେ ଦଣ୍ଡିତ ହେବା ଯୋଗୁଁ ସଭ୍ୟପଦ ରଦ୍ଧ କରିବାକୁ କୋର୍ଟରେ ଆବେଦନ ହୋଇଥିଲା । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗ, ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ ଉପରେ ତ୍ୱରିତ ଶୁଣାଣି ପାଇଁ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା । ବିଧାୟକ ମୋକିମ ଦାଖଲ କରିଥିବା କ୍ରିମିନାଲ ଅପିଲର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ ହାଇକୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.