ETV Bharat / state

ଘୋଷଯାତ୍ରା ପ୍ରସ୍ତୁତି, ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ - Rath Yatra 2024

author img

By ETV Bharat Odisha Team

Published : Apr 25, 2024, 7:54 PM IST

Chariot wood reached Puri
Chariot wood reached Puri

Chariot wood reached Puri: ଆଜି ନୟାଗଡ ରେଞ୍ଜ ମହିପୁରରୁ ୨୦୨୪ ରଥଯାତ୍ରା ପାଇଁ ୨୫ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି । ପର୍ଯ୍ୟାୟ କ୍ରମେ ସମସ୍ତ କାଠ ଆସି ପୁରୀ ପହଞ୍ଚିବ । ଅଧିକ ପଢ଼ନ୍ତୁ,

Chariot wood reached Puri

ପୁରୀ: ଆଜି ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ରେଞ୍ଜ ମହିପୁରରୁ ଆସିଛି ଏହି କାଠ । ସମୁଦାୟ ୨୫ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି । ଏଥିରେ ୨୩ ଖଣ୍ଡ ୪୦ ଫୁଟିଆ ଅସନ, ୨ ଖଣ୍ଡ ୪୦ ଫୁଟିଆ ଧଉରା କାଠ ରହିଛି । ଗତ ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ଥିବାରୁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିଥିଲେ । କଟକ ଖପୁରିଆ ସ୍ଥିତ କରତକଳରେ ଗତ ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ତିନୋଟି ଧଉରା କାଠର ଚିରଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆଗକୁ ପର୍ଯ୍ୟାୟ କ୍ରମେ ସମସ୍ତ କାଠ ଆସି ପହଞ୍ଚିବ ବୋଲି ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇ ପୂଜା ହୋଇଥାଏ । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ବାରା କାଠତ୍ରୟର ପୂଜାର୍ଚ୍ଚନା ହୋଇଥାଏ । ଚଳିତ ବର୍ଷ 2024 ରଥ ଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ରଥ କାଠ ଆସି ପୁରୀ ବଡ ଦାଣ୍ଡରେ ପହଞ୍ଚି ସାରିଛି । ରଥର ତତ୍ତ୍ଵବଧାରକ ସୁଦର୍ଶନ ମେକାପ କହିଛନ୍ତି "ଚଳିତ ବର୍ଷ ରଥ ନିର୍ମାଣ ପାଇଁ 812 ଖଣ୍ଡ କାଠର ଆବଶ୍ୟକତା ରହିଛି । 53 ଖଣ୍ଡ କାଠ ପୂର୍ବରୁ ବଳକା ଭାବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଛି । ତେବେ ତିନି ରଥ ନିର୍ମାଣ ପାଇଁ ପ୍ରତିବର୍ଷ ମୋଟ 865 ଖଣ୍ଡ କାଠ ଦରକାର ହୋଇଥାଏ । ତେବେ ପର୍ଯ୍ୟାୟ କ୍ରମେ ପୁରୀରେ ରଥ କାଠ ଆସି ପହଞ୍ଚିବ ।"

ଏହା ମଧ୍ୟ ପଢ଼ନ୍ତୁ.. ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି - Ratha Yatra

ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।‌ ସେହିପରି ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ଅବସରରରେ ଚଳିତ ୨୦୨୪ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥିଲା । ତେବେ ଗତ 18 ଏପ୍ରିଲରେ ତିନିରଥ ପାଇଁ 14 ଖଣ୍ଡ ରଥଟଣା ଦଉଡି ପହଞ୍ଚିଥିଲା । ସମୁଦାୟ 26ଟି ଦଉଡି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲା । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରୁଥିଲେ । ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.