ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି - Ratha Yatra

By ETV Bharat Odisha Team

Published : Apr 18, 2024, 10:52 PM IST

thumbnail

Ratha Yatra: ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡି । ଜୁଲାଇ ୭ରେ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ପାଇଁ ଆଜି ସମୁଦାୟ 26ଟି ଦଉଡି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ତିନିରଥ ପାଇଁ 14 ଖଣ୍ଡ ରଥଟଣା ଦଉଡି ଥିବା ବେଳେ ଆଉଟଡୋର, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ 26ଟି ଦଉଡି ରହିଛି ।

ଏହା ମଧ୍ୟ ପଡ଼ନ୍ତୁ... ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ - Ratha Katha Chirat Ritual

ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରୁଥିଲେ । ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ। ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ । ସେପଟେ ଖୁବ ଶୀଘ୍ର ରଥ କାଠ ମଧ୍ୟ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ । ସେପଟେ କଟକ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହୋଇଛି । ଆଗାମୀ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.