ETV Bharat / state

ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ - Ratha Katha Chirat Ritual

author img

By ETV Bharat Odisha Team

Published : Apr 17, 2024, 6:09 PM IST

ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ
ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ

Ratha Katha Chirat Ritual: ରଥକାଠ ଚିରଟ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନର 5 ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ । ଖପୁରିଆ କରତକଳରେ ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ

ପୁରୀ: ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ଆଜି ଠାରୁ ରଥକାଠ ଚିରଟର ଶୁଭ ଅନୁକୂଳ ପରମ୍ପରା ଆରମ୍ଭ ହୋଇଛି । ରଥ କାଠ ଚିରଟ ପାଇଁ ଶ୍ରୀମନ୍ଦିରରୁ କଟକ ଖପୁରିଆ କରତ କଳ ଯାଇଛି ମହାପ୍ରଭୂଙ୍କ ମାଳ, ମହାପ୍ରସାଦ । ସେପଟେ ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ ପାଳନ ହୋଇଛି ପବିତ୍ର ରାମ ନବମୀ । ଏନେଇ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ରାମ ମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ଆଜି ପବିତ୍ର ରାମ ନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ଥିବାରୁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆ ସ୍ଥିତ କରତ କଳରେ ଆଜି ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ତିନୋଟି ଧଉରା କାଠର ଚିରଟ କାର୍ଯ୍ୟ ଆରମ୍ଭ ହେବ । ସେହିପରି ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।‌

ସେପଟେ ପବିତ୍ର ରାମ ନବମୀ ପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ରାମ ମନ୍ଦିର ଥିଲା ଲୋକାରଣ୍ୟ । ହଜାର ହଜାର ଶ୍ରଦ୍ଧାଳୁ ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମଣିଥିଲେ । ଏହି ଅବସରରେ ଶ୍ରୀମନ୍ଦିରରେ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଥିଲା ରାମଜନ୍ମ ନୀତି । ଦ୍ବିତୀୟ ଭୋଗମଣ୍ଡପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଦକ୍ଷିଣ ଘରେ ଥିବା ଶ୍ରୀରାମଙ୍କ ପ୍ରତିମାକୁ ଅଣାଯାଇ ଆଜ୍ଞାମାଳ ଲାଗି କରାଯାଇଥିଲା । ପରେ ଦୁଇଜଣ ସେବାୟତ ଦଶରଥ ଓ କୌଶଲ୍ୟା ହୋଇ ରାମଜନ୍ମ ନୀତି ସଂପାଦନ କରିଥିଲେ । ତେବେ ରାମ ନବମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହେବାର ବିଶ୍ୱାସ ଥିବାରୁ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା । ସେହିପରି ଆଜି ରାମ ନବମୀ ଅବସରରେ ପୁରୀରେ ଥିବା ରାମ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ସକାଳୁ ବହୁ ସଂଖ୍ୟାରେ ଭକ୍ତମାନେ ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସହ ଆର୍ଶୀବାଦ କାମନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ରାମନବମୀ; ଉତ୍ସବମୁଖର ଅଯୋଧ୍ୟା, ସୂର୍ଯ୍ୟତିଳକରେ ଅଭିଷିକ୍ତ ହେବେ ରାମଲାଲା - Ram Navami

ସେପଟେ ରାମନବମୀ ଅବସରରେ ପୁରୀରେ ସାହିଯାତ ଆରମ୍ଭ ହେବାର ପରମ୍ପରା ମଧ୍ୟ ରହିଛି । ରାମଲୀଳାର ପ୍ରତ୍ୟେକ ପର୍ଯ୍ୟାୟ ବିଭିନ୍ନ ସାହି ଦ୍ୱାରା ଏହି ଅବସରରେ ଅଭିନୀତ ହୋଇଥାଏ । ରାମଲୀଳା ସହ ନାଗା, ମେଢ଼, ରାବଣ, ପର୍ଶୁରାମ ଓ ବିଭିନ୍ନ ପାରମ୍ପରିକ ରଣ କୌଶଳ ମଧ୍ୟ ପ୍ରତ୍ୟେକ ଦିନ ପ୍ରଦର୍ଶିତ ହୋଇଥାଏ । ତେବେ ରାମନବମୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡିଥିବା ବେଳେ ଆଜିଠାରୁ ସାହିଯାତ ଆରମ୍ଭ ହେଉଛି । ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ସାହିର ମୁରବୀମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ବିଭିନ୍ନ ସାହି ମଧ୍ୟରେ ସଦ୍‌ଭାବ ରକ୍ଷା ସହ ଏହି ଉତ୍ସବକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.