ETV Bharat / state

ନିର୍ବାଚନକୁ ନେଇ ପୂର୍ବାଞ୍ଚଳ ରାଜସ୍ବ ଆଯୁକ୍ତଙ୍କ ସମୀକ୍ଷା ବୈଠକ - Election Preparation Meeting

author img

By ETV Bharat Odisha Team

Published : May 3, 2024, 10:10 AM IST

Election Preparation Meeting
Election Preparation Meeting(Election Preparation Meeting)

Election Preparation Meeting: ନିର୍ବାଚନ ପ୍ରସ୍ତୁତି ନେଇ ଜଗତସିଂହପୁରରେ ପୂର୍ବାଞ୍ଚଳ କମିଶନରଙ୍କ ବୈଠକ । ବିଭିନ୍ନ ବୁଥ୍ ଗୁଡିକରେ ଆବଶ୍ୟକୀୟ ସୁବିଧା ସୁଯୋଗ ଉପରେ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ

ଜଗତସିଂହପୁର: ନିର୍ବାଚକୁ ନେଇ ଅବାଧ, ଶାନ୍ତିପୂର୍ଣ୍ଣ ଓ ମୁକ୍ତ ଭାବେ ସମ୍ପାଦନ କରିବା ପାଇଁ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ସମୀକ୍ଷା ବୈଠକ କଲେ ପୂର୍ବାଞ୍ଚଳ କମିଶନର ରଞ୍ଜନ କୁମାର ଦାସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁପମ ସାହା ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ ପ୍ରସ୍ତୁତି, ବିଭିନ୍ନ ବୁଥ୍ ଗୁଡିକରେ ଆବଶ୍ୟକୀୟ ସୁବିଧା ସୁଯୋଗ ତଥା ନିର୍ବାଚନ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ରାଜସ୍ବ ଆଯୁକ୍ତଙ୍କୁ ଅବଗତ କରାଯାଇଥିଲେ ଜିଲ୍ଲାପାଳ ।

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ନିର୍ବାଚନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ 1051 ବୁଥରେ ଆବଶ୍ୟକୀୟ ସୁବିଧାସୁଯୋଗ ଉପଲବ୍ଧ ନେଇ ସେ ଜିଲ୍ଲାପାଳଙ୍କୁ ପଚାରି ବୁଝିଥିଲେ । ଏଥିସହ ସମସ୍ତ ବୁଥରେ ବିଦ୍ୟୁତିକରଣ, ପାନୀୟଜଳ, ପୁରୁଷ ଓ ମହିଳାଙ୍କ ନିମନ୍ତେ ପୃଥକ ଶୌଚାଳୟ, ଖରାରୁ ରକ୍ଷା ପାଇବା ପାଇଁ ଶେଡ଼, ଗ୍ରୀଷ୍ମ ପ୍ରବାହ ର ମୁକାବିଲା ନିମନ୍ତେ ଆମ୍ବୁଲାନ୍ସ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିବା ପ୍ରିଜାଇଡିଂ ଓ ପୋଲିଂ ଅଧତ୍କାରୀ ମାନଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର । ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ନିମନ୍ତେ ଭୋଟ ସାମଗ୍ରୀ ବିତରଣ କେନ୍ଦ୍ର ନିକଟରେ ଥଣ୍ଡା ପାନୀୟ , ଚା ଜଳଖିଆ ଦୋକାନ ଆଦି ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସ୍ୱାସ୍ଥ୍ୟ ବିଭାଗର ନିର୍ବାଚନ ପ୍ରସ୍ତୁତି, ମତଦାନ କେନ୍ଦ୍ରରେ ରହିବେ ସ୍ୱାସ୍ଥ୍ୟ ଅଧିକାରୀ - Preparation of Health Department

ସଖୀ ବୁଥ ଗୁଡିକରେ ନିୟୋଜିତ ମହିଳା ଅଧିକାରୀ ମାନଙ୍କ ସୁବିଧା ସୁଯୋଗ ସହ ସୁରକ୍ଷା ନିମନ୍ତେ ମହିଳା ପୋଲିସ ଅଧିକାରୀ ମୁତୟନ କରିବା ଦିଗରେ ଗୁରୁତ୍ଵ ଆରୋପ କରିବା ସହ ଆରକ୍ଷୀ ଅଧୀକ୍ଷକଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କହିଥିଲେ। ଜିଲ୍ଲା ରେ ଭୋଟର ମାନଙ୍କ ସଂଖ୍ୟାକୁ ସମୀକ୍ଷା କରିବା ସହ SVEEP ଅନ୍ତର୍ଗତ ଭୋଟର ସଚେତନତା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ପୋଷ୍ଟାଲ ବାଲାଟ, ହୋମ ଭୋଟିଂ, ପୋଲିସ ଫ୍ଳାଗ୍ ମାର୍ଚ୍ଚ, ଭେଇକିଲ ରିକ୍ବିଜିସନ, ଶାନ୍ତି ଶୃଙ୍ଖଳା ରକ୍ଷା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିର୍ବାଚନର ସୁପରିଚାଳନା ନିମନ୍ତେ କର୍ତ୍ତବ୍ଯ ରତ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଶେଷରେ ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର ଓ ସହକାରୀ ରିଟର୍ନିଙ୍ଗ ଅଫିସର ମାନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ନାମାକୁ ଭଲଭାବେ ପଢି ସେହି ଅନୁଯାୟୀ କାର୍ଯ୍ୟ କରି ସ୍ଵଚ୍ଛ ,ଅବାଧ ଓ ସଫଳତା ର ସହ ଏହାକୁ ସମ୍ପାଦନ କରିବା ପାଇଁ ପରାମର୍ଶ ଦିଆୟାଇଥିଲା । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର୍ ଜିଲ୍ଲା ରେ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ବିଭାଗର ବ୍ୟାପକ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ଉପସ୍ଥାପନ କରିଥିଲେ। ବୈଠକରେ କମିଶନର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଡେପୁଟି କଲେକ୍ଟର ସୁଦର୍ଶନ ଗୁରୁ, ଡିପିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।

ଜିଲ୍ଲାରେ ଖୋଲାଯାଇଥିବା 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଯାହାର ଟୋଲ ଫ୍ରି ନମ୍ବର 1077 ରହିଛି ସେ ବିଷୟରେ ଅବଗତ କରାଯାଇଥିଲା । ସୂଚନା ଓ ପ୍ରସାରଣ ମାଧ୍ୟମରେ ଗ୍ରୀଷ୍ମ ପ୍ରବାହ ସମୟରେ କଣ କରିବା ଉଚିତ୍ ଓ ଅନୁଚିତ ସେ ବିଷୟରେ ଲିଫ ଲେଟ୍ ବଣ୍ଟନ, ପାନୀୟଜଳ ଅସୁବିଧା ଥିବା ବାଲିକୁଦା, କୁଜଙ୍ଗ, ଏରସମା ବ୍ଲକର 62 ଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ଗ୍ରୀଷ୍ମ ପ୍ରବାହ ସମୟରେ ଜିଲ୍ଲାର ବିଦ୍ୟୁତ ବିଭ୍ରାଟର ସମାଧାନ ସମ୍ଵନ୍ଧରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.