ETV Bharat / state

ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - Student Protest In Balangir

author img

By ETV Bharat Odisha Team

Published : Apr 23, 2024, 6:49 AM IST

Student Protest
Student Protest

Student Protest: ସେମିଷ୍ଟାର ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ର। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଦାବି ଶୁଣିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Student Protest

ବଲାଙ୍ଗୀର: ସେମିଷ୍ଟାର ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରକ୍ରିୟା ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଆଜି ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି ।ସେମାନେ ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । "ଏଠାରେ ସେମିଷ୍ଟାର ପରୀକ୍ଷା ପ୍ରତ୍ୟେକ ଦୁଇ ମାସରେ ହେଉଛି। ଯାହା ୬ ମାସର ବ୍ୟବଧାନ ସମୟରେ ହେବା କଥା" ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଚଳିତ ଥର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରାଯାଇଥିଲା । 'ନୂଆ ଓଡି଼ଶା' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବ୍ୟସ୍ତ ରହିଥିଲେ। ଏହି ପରିସ୍ଥିରେ ସେମିଷ୍ଟାର ପରୀକ୍ଷା ଦେବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । କାରଣ ବିଭିନ୍ନ କାର୍ଯ୍ୟକ୍ରମ କାରଣରୁ ପାଠପଢା ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ପରୀକ୍ଷା କରାଇବା ଦ୍ବାରା ସେମାନେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଆଶଙ୍କା ରହିଥିବା କହିଛନ୍ତି । ତେଣୁ ପରୀକ୍ଷା ବାତିଲ କରିବା କିମ୍ବା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ସେମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବାରମ୍ବାର ଦେଖାକରିଥିଲେ। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ର।

ଏହା ବି ପଢନ୍ତୁ...ଆନ୍ଦୋଳନରେ ରେଭେନ୍ସା ଛାତ୍ରଛାତ୍ରୀ, ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କଲେ ଦାବି - RAVENSHAW UNIVERSITY PROTEST

ଏହା ବି ପଢନ୍ତୁ...ଆମେରିକାରେ ହାଇଦ୍ରାବାଦ ଛାତ୍ରଙ୍କ ମୃତ୍ୟୁ, ମାସେ ହେଲା ଥିଲେ ନିଖୋଜ - Hyderabad Student Dies In US

ଅଭିଯୋଗକାରୀ ଛାତ୍ର କହିଛନ୍ତି, "ଚଳିତ ଥର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସମସ୍ତେ ନିୟୋଜିତ କରିଥିଲେ। 'ନୂଆ ଓଡ଼ିଶା' ଭଳି କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଗୁଁ ପାଠ ପଢି ପାରିନାହୁଁ । ନିୟମ ଅନୁସାରେ ୬ ମାସରେ ଥରେ ସେମିଷ୍ଟାର ପରୀକ୍ଷା ହେବା କଥା । ହେଲେ ଏଠାରେ ମାତ୍ର ଦୁଇମାସର ଅଳ୍ପ ବ୍ୟବଧାନରେ ପରୀକ୍ଷା କରିବା ଯୋଗୁଁ ଏମାନେ ହଇରାଣ ହେଉଛୁ । ତେଣୁ ପରୀକ୍ଷା ଘୁଞ୍ଚାଯାଉ ବୋଲି ଦାବି କରୁଛୁ ।" ୬ ମାସରେ ଥରେ ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭେଟିଥିବା କଥା କହିଛନ୍ତି ଛାତ୍ର । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ବଲାଂଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଛାତ୍ରମାନେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ।



ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.