ETV Bharat / state

2024 ନିର୍ବାଚନୀ ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ

author img

By ETV Bharat Odisha Team

Published : Mar 19, 2024, 8:51 PM IST

Police Flag march at Rayagada
Police Flag march at Rayagada

Police Flag march at Rayagada :ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ । ଅଧିକ ପଢନ୍ତୁ

Police Flag march at Rayagada

ରାୟଗଡ଼ା: ବାଜସାରିଛି ନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନର ନିର୍ବାଚନ ନେଇ ତାରିଖ ଘୋଷଣା କରିବା ପରେ ମୁକ୍ତ, ଅବାଧ ତଥା ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମାଓବାଦୀ ପ୍ରବଣ ଜିଲ୍ଲା ରାୟଗଡାରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଏକ ବଡ ଚାଲେଞ୍ଜ ହୋଇଥିବା ବେଳେ ରାୟଗଡା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜିଠାରୁ (ମଙ୍ଗଳବାର) ନିର୍ବାଚନୀ ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଯାଇଛି ।

ଏସ୍‌ପି ହରୀଶ ବି.ସିଙ୍କ ନିର୍ଦ୍ଦେଶରେ ସହରରେ ପୋଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଫ୍ଲାଗ୍‌ମାର୍ଚ୍ଚ କରିଛନ୍ତି । ଏସ୍‌ଡିପିଓ ରଶ୍ମିରଞ୍ଜନ ସେନାପତି ଓ ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ସହରର ପୁରୁଣା ଅଞ୍ଚଳର ରେଲିସାହି, ବ୍ରାହ୍ମଣ ସାହି, ରାମକୃଷ୍ଣ ନଗର, ନଦୀକନ୍ଧ ସାହି, ଜୟରାମଗୁଡ଼ା, ନୂଆସାହି, ଆମ୍ବଗୁଡ଼ା ଓ ମାରୁତି କଲୋନୀ ଅଞ୍ଚଳରେ ଏହି ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ନୂଆ ରାୟଗଡ଼ାର କୃଷି କାର୍ଯ୍ୟାଳୟ ରୋଡ୍, ନ୍ୟୁ- କଲୋନି ଓ ଅଶୋକ ନଗର ଅଞ୍ଚଳରେ ମଧ୍ୟ ପୋଲିସ ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ବିଧାନସଭା ନିର୍ବାଚନ 2024: ବରଗଡ଼ ହେବ କାହାର, ବିଜେଡ଼ି ମାରିବ ବାଜି ନା ଆସିବ ପରିବର୍ତ୍ତନ

ଏସ୍‌ପି ହରୀଶ ବି.ସିଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ନକ୍ସଲ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ସିଆର୍‌ପିଏଫ୍ ଏବଂ ଏଓଜି ଯବାନଙ୍କ ପକ୍ଷରୁ ମିଳିତ ଅପରେସନ୍ ଜାରି ରହିଛି । ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ମୋଟ ୫୩ଟି ମାଓପ୍ରବଣ ବୁଥ୍ ରହିଥିବା ବେଳେ ସେଥିମଧ୍ୟରୁ ବିଷମକଟକ ନିର୍ବାଚନମଣ୍ଡଳୀର ୨୭, ଗୁଣପୁର ନିର୍ବାଚନମଣ୍ଡଳୀର ୨୩ ଏବଂ ରାୟଗଡ଼ା ନିର୍ବାଚନମଣ୍ଡଳୀର ୩ଟି ବୁଥର ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ ପଇଁତରା ମାରୁଛନ୍ତି । ସମସ୍ତ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ପାଣ୍ଡିଆନଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼: କଂଗ୍ରେସର ଦାବି 'ସ୍ପଷ୍ଟ କରନ୍ତୁ ନବୀନ', କେନ୍ଦ୍ରୀୟ ୟୁନିଟ ଉପରେ ଛାଡ଼ିଲା ବିଜେପି

ଏସ୍‌ଡିପିଓମାନଙ୍କ ତତ୍ତ୍ୱାବଧାନରେ ସମସ୍ତ ଥାନା ଅଞ୍ଚଳରେ ମଦ କାରବାର ବନ୍ଦ ସହ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଉଛି । ଫ୍ଲାଗମାର୍ଚ୍ଚରେ ସିଆର୍‌ପିଏଫ ଚତୁର୍ଥ ବାଟାଲିୟନର ଇନ୍ସପେକ୍ଟର କୁଶାଲ ସିଂଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଯବାନ ପୋଲିସ୍‌କୁ ସହଯୋଗ କରିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.