ETV Bharat / state

ଜମି ପଟ୍ଟା ନାହିଁ ତ ଭୋଟ ନାହିଁ: ପ୍ରଶାସନକୁ ପଟ୍ଟାମୁଣ୍ଡାଇ ଶୁଖୁଆପଡା ବାସିନ୍ଦା ଦେଲେ ଚେତାବନୀ - Kendrapada

author img

By ETV Bharat Odisha Team

Published : Apr 30, 2024, 10:38 AM IST

‘ଜମି ପଟ୍ଟା ନାହିଁ ତ ଭୋଟ ନାହିଁ’: ପ୍ରଶାସନକୁ ପଟ୍ଟାମୁଣ୍ଡାଇ ଶୁଖୁଆପଡା ବାସିନ୍ଦା ଦେଲେ ଚେତାବନୀ
‘ଜମି ପଟ୍ଟା ନାହିଁ ତ ଭୋଟ ନାହିଁ’: ପ୍ରଶାସନକୁ ପଟ୍ଟାମୁଣ୍ଡାଇ ଶୁଖୁଆପଡା ବାସିନ୍ଦା ଦେଲେ ଚେତାବନୀ

Land record document issue, Warned to boycott vote: 80 ବର୍ଷ ପୂର୍ବେ ଗଞ୍ଜାମରୁ ବ୍ୟବସାୟ କରିବାକୁ ଆସି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରହିଥିଲେ । ହେଲେ ଏବେ ଥଇଥାନ ନକରି ପ୍ରଶାସନ କହୁଛି ଜାଗା ଖାଲି କର । ଜମି ପଟ୍ଟ ନଦେଲେ, ଭୋଟ ନଦେବାକୁ ଚେତାବନୀ ଦେଲେ ଶୁଖୁଆପଡା ବାସିନ୍ଦା । ଅଧିକ ପଢନ୍ତୁ

‘ଜମି ପଟ୍ଟା ନାହିଁ ତ ଭୋଟ ନାହିଁ’: ପ୍ରଶାସନକୁ ପଟ୍ଟାମୁଣ୍ଡାଇ ଶୁଖୁଆପଡା ବାସିନ୍ଦା ଦେଲେ ଚେତାବନୀ

କେନ୍ଦ୍ରାପଡା: ‘ଜାଗା ନାହିଁ ତ ଭୋଟ ନାହିଁ’, ଏମିତି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌରପାଳିକା ୧୯-ନଂ ୱାର୍ଡ ଅଧିନ ଶୁଖୁଆପଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା । ସେମାନେ ଜମି ପଟ୍ଟା ପାଇଁ ଦୀର୍ଘ ବର୍ଷ ହେବ ପ୍ରଶାସନର ଦ୍ବାରସ୍ଥ ହେଉଛନ୍ତି । ମାତ୍ର ସେମାନଙ୍କ ସମସ୍ୟା ସମ୍ପର୍କରେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ସେମାନଙ୍କ ସମସ୍ୟା ସମାଧାନ ନହେଲେ ସେମାନେ ଏଥର ଭୋଟବର୍ଜନ କରିବେ ବୋଲି ଜିଲ୍ଲାପାଳ ଅଫିସ ଆସି ଚେତାବନୀ ଦେଇଛନ୍ତି ।

ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ପୌରପାଳିକା ଗଠନ ହେବାର କାହିଁ କେତେଦିନ ଆଗରୁ ଅର୍ଥାତ ଆଜକୁ ୮୦ ବର୍ଷ ତଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ ଏକାଧିକ ପରିବାର ଶୁଖୁଆ ବ୍ୟବସାୟ କରିବାକୁ ଆସି ଏଠାରେ ବସତି ସ୍ଥାପନ କରିଥିଲେ ।ବ୍ରହ୍ମପୁରରେ ପୈତୃକ ସମ୍ପତ୍ତି ନଥିବା କାରଣରୁ ଓ ବ୍ୟବସାୟ ଦୃଷ୍ଟିରୁ କେନ୍ଦ୍ରାପଡା ଜିଲ୍ଲା ଓ ଏହାର ଆଖପାଖ ଜିଲ୍ଲାରେ ଭଲ ଦୁଇପଇସା ରୋଜଗାର ହେବାରୁ ଏହି ବ୍ୟବସାୟୀ ପରିବାର ପଟ୍ଟାମୁଣ୍ଡାଇ କେନାଲ କଡରେ ଅସ୍ଥାୟୀ ଭାବେ ରହିବା ସହ ଏଠାକାର ବାସିନ୍ଦା ଭାବେ ପରିଗଣିତ ହୋଇ ଏହିଠାରେ ହିଁ ଭୋଟ ଦେବା ଆରମ୍ଭ କରିଥିଲେ । ତେବେ ବାପା ଅଜା ଅମଳରୁ ଏମାନେ ଭୋଟ ଦେଇ ସରକାରୀ ସୁବିଧା ସ୍ୱରୂପ ରାସନ କାର୍ଡ, ଆଧାର କାର୍ଡ, ଭୋଟ ପରିଚୟପତ୍ର ପାଇଛନ୍ତି । ମାତ୍ର ଏମାନଙ୍କ ପିଲାମାନଙ୍କ ପାଠପଢା କ୍ଷେତ୍ରରେ ଆବଶ୍ୟକୀୟ ପଟ୍ଟା ନଥିବା କାରଣରୁ ସେମାନଙ୍କ ରେସିଡେନ୍ସ ପ୍ରମାଣପତ୍ର, ଜାତିଗତ ଓ ଆୟ ପ୍ରମାଣପତ୍ର ପରି ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର ପାଇପାରୁନାହାନ୍ତି । ଫଳରେ ଉଚ୍ଚଶିକ୍ଷା ଆଶା ରଖିଥିବା ଏମାନଙ୍କ ପିଲାମାନଙ୍କୁ ଶେଷରେ ନିରାଶ ହେବାକୁ ପଡୁଛି ।

ପ୍ରତି ନିର୍ବାଚନ ପୁର୍ବରୁ ନେତାମାନେ ଭୋଟ ପାଇଁ ଆସି ଏହି ଜମିଜମା ତଥା ପଟ୍ଟା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଇଥାନ୍ତି ଓ ପୁଣି ପାଞ୍ଚବର୍ଷ ନିର୍ବାଚନ ସମୟରେ ମନେ ପକାଇଥାନ୍ତି ବୋଲି କୁହନ୍ତି ଅଭିଯୋଗକାରୀ । ଅନ୍ୟପଟେ ପାଞ୍ଚବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ, ପଟ୍ଟାମୁଣ୍ଡାଇ ପୋୖରାନିର୍ବାହୀ ଅଧିକାରୀ, ତହସିଲଦାର, ସ୍ଥାନୀୟ କାଉନସିଲର ଏହି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କୁ ପଟ୍ଟାମୁଣ୍ଡାଇ ବାଇପାସ ସ୍ଥିତ ବିଜୁ ସ୍ମାର୍ଟପାର୍କ ନିକଟରେ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ଯେପର୍ଯ୍ୟନ୍ତ ଥଇଥାନ କରାଯାଇନି ।

ଏହା ମଧ୍ୟ ପଢନ୍ତୁ :- ‘ବିଜେପି 400 ଆସନରେ ଜିତିବ, ନିରାଶ ହୋଇ ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ’ - Amit Shah to ETV Bharat

ତେବେ ବର୍ତ୍ତମାନ ଉକ୍ତ ଗାଁ ଦେଇ ଏକ ରାସ୍ତା ଯାଉଥିବା ବେଳେ ଏହି ଶୁଖୁଆପଡା ଗ୍ରାମର ପ୍ରାୟ ୧୫୦ ପରିବାରକୁ ଥଇଥାନ ବିନା ଉକ୍ତ ସ୍ଥାନ ଛାଡି ଚାଲିଯିବାକୁ କିଛି ଅସାମାଜିକ ଲୋକେ ଧମକ ଦେଉଛନ୍ତି । ଅନ୍ୟପଟେ ଏମାନେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଲଗାଇଥିବା ଗଛଗୁଡିକୁ ଅନାୟାସରେ କାଟାଯାଉଥିବାରୁ ଏହା ବିରୋଧରେ ଗ୍ରାମର ଶତାଧିକ ଲୋକେ ମୁହଁ ଖୋଲିଛନ୍ତି । ଯଦି ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଦେଇଥିବା ଜାଗା ମିଶନ ଅନୁଯାୟୀ ଜାଗା ଓ ଜମି ପଟ୍ଟା ନଦିଅନ୍ତି ତେବେ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ଦେବେନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.