ETV Bharat / state

ରାଜ୍ୟରେ ଡହ ଡହ ଖରା ସହ ବଢୁଛି ତାପମାତ୍ରା, କାଲିଠୁ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Feb 22, 2024, 4:39 PM IST

Updated : Feb 22, 2024, 5:09 PM IST

Odisha Weather Update
Odisha Weather Update

Odisha Weather Update: ରାଜ୍ୟରେ ଏବେ ତାତି ବଢିଥିବା ବେଳେ ଆସନ୍ତାକାଲିଠାରୁ ବର୍ଷା ସମ୍ଭାବନା ନେଇ ସୂଚନା ଦେଲେ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ଡହ ଡହ ଖରା ସହ ବଢୁଛି ତାପମାତ୍ରା, କାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ବାୟୁ ଚଳାଚଳ ନିଷ୍କ୍ରିୟ ରହିଛି ଗୁରୁଚାପ ବଳୟ ପ୍ରଭାବରେ ଦିନରେ ଉପକୂଳ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ବୃଦ୍ଧି ପାଇଛି ଦିନ ତାପମାତ୍ରା । ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହୁଛି । ତେବେ ଆଶ୍ଚସ୍ତିକର ଖବର ହେଉଛି ଆସନ୍ତାକାଲିଠୁ କମିବ ଦିନ ତାପମାତ୍ରା ରାଜ୍ୟରେ ଭାରି ବର୍ଷା ସମ୍ଭାବନା । ଅନ୍ୟପଟେ ଅଂଶୁଘାତ ନିରାକରଣ ଲାଗି କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

ରାଜ୍ୟରେ ତିନିଦିନ ହେବ ପ୍ରବଳ ଖରା ଜାରି ରହିଥିବା ବେଳେ ବଢିଛି ତାପମାତ୍ରା । ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେପଟେ ଆଜି ଜଳୁଛି ଉପକୂଳରୁ ଉପାନ୍ତ । ଅନେକ ସ୍ଥାନରେ ୩୫ ଡିଗ୍ରୀ ପାର କଲାଣି ପାରଦ । ମାଘରେ ବାଘ ଜାଡ଼ ବଦଳରେ ବହୁଛି ତତଲା ପବନ । ସିଝୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହ ଜାରି ନ ହେଲେ ବି ଗରମରେ ଏବେଠୁ ଆକ୍ତାମାକ୍ତା ହେଲେଣି ଲୋକେ । ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି ।

ଏହା ବି ପଢନ୍ତୁ- କଲବଲ କଲାଣି ଖରା, ସ୍କୁଲ ଓ ଅଙ୍ଗନବାଡ଼ିରେ ପାଣି ଓ ORS ରଖିବାକୁ ନିର୍ଦ୍ଦେଶ

ଗତକାଲି ୩୬.୪ ତାପମାତ୍ରା ସହ ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଆଜି ଭୁବନେଶ୍ବରରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ସାଧାରଣତଃ ଜାନୁଆରୀ ମାସରେ ସୂର୍ଯ୍ୟଙ୍କ ଉତ୍ତରାୟନ ଗତି ପାଇଁ ତାପମାତ୍ରା ବୃଦ୍ଧି ହୋଇଥାଏ । ତେବେ ଆସନ୍ତାକାଲିଠୁ ପାଣିପାଗରେ ପରିବର୍ତ୍ତନ ହେବା ସହ କମିବ ଦିନ ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୨୩ ଓ ୨୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ତେବେ ବର୍ଷା ହେଲେ ମଧ୍ୟ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଅନ୍ୟପଟେ ବର୍ଦ୍ଧିତ ଖରାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଅଂଶୁଘାତ ନିରାକରଣର ପୂର୍ବ ପ୍ରସ୍ତୁତି । ୧୦ଟି ବେଡ ଯୁକ୍ତ ସ୍ବତନ୍ତ୍ର ସହ ହିଟ ଷ୍ଟ୍ରୋକ ୱାର୍ଡ ବା ଅଂଶୁଘାତ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ଓଆରଏସ ଓ ମେଡିସିନ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ଏଥିସହ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି । ଆବଶ୍ୟକତା ନଥିଲେ ଲୋକ ମାନେ ଘର ବାହାରକୁ ନ ବାହାରିବା, ବାହାରକୁ ଯିବା ସମୟରେ ଛତା ଓ ପାଣି ବୋତଲ ସହ ସତର୍କତାର ସହ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ମାଘ ନ ସରୁଣୁ ରାଜ୍ୟରୁ ଗାଏବ ହୋଇଗଲାଣି ଶୀତ । ବର୍ତ୍ତମାନର ପାଣିପାଗର ନିୟାମକକୁ ନେଇ ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 22, 2024, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.