ETV Bharat / state

ଆଚରଣ ବିଧି ଲାଗୁ ପରେ ରାଜ୍ୟରୁ ଜବତ ହେଲାଣି 118 କୋଟି - Model code Of Conduct violation

author img

By ETV Bharat Odisha Team

Published : Apr 18, 2024, 6:28 PM IST

Updated : Apr 18, 2024, 8:35 PM IST

Prohibited Materials Seized
Prohibited Materials Seized

Huge Amount Of Prohibited Materials Seized: ଆଦର୍ଶ ଆଚରଣ ବିଧି ସତ୍ତ୍ବେ ରାଜ୍ୟରୁ ଜବତ ହେଲାଣି ବ୍ୟାପକ ଅର୍ଥ, ମାଦକ ଦ୍ରବ୍ୟ ଓ ଉପହାର ସାମଗ୍ରୀ । ଜାଣନ୍ତୁ କେଉଁ ବିଭାଗ କେତେ ପରିମାଣର ଟଙ୍କା ଜବତ କରିଛି ।

ଜବତ ହେଲାଣି 118 କୋଟି

ଭୁବନେଶ୍ବର: ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । କିଛି ଦିନ ପରେ ଓଡ଼ିଶାରେ ପଡ଼ିବ ଭୋଟ । ଆଦର୍ଶ ଆଚରଣ ବିଧି ସତ୍ତ୍ବେ ରାଜ୍ୟରୁ ଜବତ ହେଲାଣି ବ୍ୟାପକ ଅର୍ଥ, ମାଦକ ଦ୍ରବ୍ୟ ଓ ଉପହାର ସାମଗ୍ରୀ । ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଏସବୁ ନିଆଯାଉଥିବାବେଳେ ଜବତ କରାଯାଇଛି । ସୂଚନା ଅନୁସାରେ, ମାର୍ଚ୍ଚ ୧ ତାରିଖରୁ ଆଜି ସୁଦ୍ଧା 2 କୋଟି 7 ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । 18 କୋଟି 19 ଲକ୍ଷ ଟଙ୍କାର ମଦ ଜବତ ହୋଇଛି । 43 କୋଟି 69 ଲକ୍ଷ ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ହୋଇଛି । ସୁନା ଓ ଅନ୍ୟାନ୍ୟ ଅଳଙ୍କାର 7.17 କୋଟି ଟଙ୍କାର ଜବତ ହୋଇଥିବାବେଳେ 47.44 କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ମୋଟ 118 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇସାରିଛି ।

ଜବତ ସାମଗ୍ରୀ ମଧ୍ୟରୁ 61.66 କୋଟିର ସାମଗ୍ରୀ ଓଡିଶା ପୋଲିସ ଜବତ କରିଛି । ଅବକାରୀ ବିଭାଗ 30 କୋଟି ଟଙ୍କାର ଜବତ କରିଥିବାବେଳେ ରାଜ୍ୟ ଜିଏସଟି ବିଭାଗ 17 କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ରାଜସ୍ୱ ଏବଂ ଗୁଇନ୍ଦା ବିଭାଗ 6.64 କୋଟି, ପରିବହନ ବିଭାଗ 1.19 କୋଟି, ଇନକମ ଟ୍ୟାକ୍ସ 73 ଲକ୍ଷ ଓ ବନ ବିଭାଗ 95 ଲକ୍ଷ ଜବତ କରିଛି । ଏ ଦିଗରେ ଇଲେକ୍ସନ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ (ESMS) କାମ କରୁଛି । ସେହିପରି ସି-ଭିଜିଲ ଆପରେ ବଢୁଛି ଅଭିଯୋଗ । ନିର୍ବାଚନ ସମ୍ପର୍କିତ ଅଭିଯୋଗ କରିବା ପାଇଁ ସି-ଭିଜିଲ ଆପର ବ୍ୟବସ୍ଥା ହୋଇଛି । ରାଜ୍ୟରେ ସି-ଭିଜିଲ ଆପରେ 3 ହଜାର 873 ଅଭିଯୋଗ ଆସିଛି ।

ଏହା ବି ପଢନ୍ତୁ...ଭୋଟିଂ ବେଳେ EVMରେ ତ୍ରୁଟି କିମ୍ବା ଭୁଲ୍ ବଟନ ଦବାଇଲେ କଣ କରିବେ ? ଜାଣନ୍ତୁ ବ୍ୟାକଅପ ପ୍ଲାନ୍ - Lok Sabha Election 2024

"ଗତକାଲି ସୁଦ୍ଧା 3ହଜାର 854 ସମାଧାନ ହୋଇଛି । ସେଥିରୁ 100 ମିନିଟ ମଧ୍ୟରେ 1ହଜାର 850 ଅଭିଯୋଗକୁ ସମାଧାନ କରିଛୁ । ଆସିଥିବା ଅଭିଯୋଗରେ 3ହଜାର 89 ଅଭିଯୋଗର ସତ୍ୟତା ରହିଛି । ବିଶେଷ ଭାବେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରୁ ଅଧିକ ଅଭିଯୋଗ ଆସିଛି । ପୋଷ୍ଟର ଆଉ ବ୍ୟାନରକୁ ନେଇ 2ହଜାର 700 ଅଭିଯୋଗ ଆସିଛି । ପ୍ରଥମେ ନିର୍ବାଚନ ହେଉଥିବା 4 ସଂସଦୀୟ କ୍ଷେତ୍ରରେ 587 ଅଭିଯୋଗ ଆସିଥିଲା ସେଥିରୁ 582 ଅଭିଯୋଗ ସମାଧାନ ହୋଇଛି" ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 18, 2024, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.