ETV Bharat / state

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF - Indian Flap Seal Turtle Seized

author img

By ETV Bharat Odisha Team

Published : Apr 30, 2024, 7:40 PM IST

Updated : Apr 30, 2024, 8:13 PM IST

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF
ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF

Indian Flap Seal Turtle Seized: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିରଳ କଇଁଛ ଚାଲାଣ ହେଉବା ବେଳେ ଧରିଲା ଆରପିଏଫ । 4 ଗିରଫ । ଅଧିକ ପଢ଼ନ୍ତୁ

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF

ଭୁବନେଶ୍ବର: ମାଂସ ପାଇଁ ଚାଲାଣ ହେଉଛନ୍ତି କଇଁଛ । ବେଧଡ଼କ ଭାବରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବିରଳ କଇଁଛ । ଟ୍ରେନ ଯୋଗେ ଚାଲାଣ ବେଳେ ଧରିଲା ଆରପିଏଫ (RPF) । ଭୁବନେଶ୍ୱର ଷ୍ଟେସନରୁ ଉଧାର ହେଲା ୧୧୭ ଫ୍ଲାପ ସେଲ ପ୍ରଜାତିର (Indian flap seal turtle) କଇଁଛ । ଏନେଇ ବନ୍ୟପ୍ରାଣୀ ଆଇନ ଆଧାରରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ
ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ

ପୂର୍ବରୁ ରାଜ୍ୟ ବାହାରକୁ ବଜ୍ରକାପ୍ତା ଓ ପଶୁଙ୍କ ଛାଲ ଚୋରା ଚାଲାଣ ଘଟଣା ନଜିର ରହିଥିବା ବେଳେ ଏବେ ବିରଳ କଇଁଛ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଅଞ୍ଚଳର 4 ଜଣ ବ୍ୟକ୍ତି ପୁରୀ ଜିଲ୍ଲାର ପୁରୁଷୋତ୍ତମପୁର ସାକ୍ଷୀଗୋପାଳରୁ କିଛି ଲୋକଙ୍କ ଠାରୁ କଇଁଛ ସଂଗ୍ରହ କରିଥିଲେ । ସେମାନେ କଇଁଛଗୁଡିକୁ ନେଇ ପୁରୁଷୋତ୍ତମପୁରରୁ ଜଳେଶ୍ବର ଯାଇ ସେଠାରୁ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲେ । ହେଲେ ଉତ୍କଳ ଏକ୍ସପ୍ରେସ ଯୋଗେ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ଷ୍ଟେସନରେ‌ ଆରପିଏଫର ଚେକିଂ ହେଉଥିଲା । ଏନେଇ ବ୍ୟାଗେଜ ସ୍କାନରରେ ଚେକିଂ ବେଳେ ଏତେ ପରିମାଣର କଇଁଛ ଦେଖି ବନବିଭାଗ ମଞ୍ଚେଶ୍ବର ଉପଖଣ୍ଡକୁ ଯୋଗାଯୋଗ କରାଯାଇଥିଲା ।

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ
ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ

ସେପଟେ ଘଟଣା ସମ୍ପର୍କରେ ଖବର ପାଇଁ ତୁରନ୍ତ ଏକ ଟିମ୍ ପହଞ୍ଚି ପ୍ରାୟ ୧୧୭ଟି ବିରଳ ପ୍ରଜାତିର Indian flap seal turtle କଇଁଛ ଉଦ୍ଧାର କରିଛନ୍ତି । ଏହାସହ ଆରପିଏଫ ଟିମ୍ ସହାୟତାରେ କଇଁଛ ଚୋରା ଚାଲାଣ କରୁଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରି ବନ୍ୟପ୍ରାଣୀ ଆଇନ ଆଧାରରେ କୋର୍ଟ ଚାଲାଣ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି । ଗିରଫ ହୋଇଥିବା 4 ଜଣ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଅଞ୍ଚଳର ସୁଷମା ସେନ, ଶୁଭାଶିଷ ପରିଡା, ବିମଳ ସିଟ୍ ଓ ଅଜୟ ମହନା । ସେପଟେ ଏହି ରାକେଟରେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି ମଞ୍ଚେଶ୍ବର ବନ୍ୟପ୍ରାଣୀ ରେଞ୍ଜର ସତ୍ୟାନନ୍ଦ ପାଲ ।

ଏହା ମଧ୍ୟ ପଢ଼ନ୍ତୁ...ବେଙ୍ଗାଲୁରୁକୁ କଇଁଛ ଚୋରା ଚାଲାଣ, ମାଡ଼ି ବସିଲା DRI

ତେବେ ଏହି indian flap seal turtle ବିରଳ ପ୍ରଜତିର କଇଁଛ ବିଶେଷ କରି ରାଜ୍ୟ ବାହର ଓ ଦେଶ ବାହାରକୁ ଚାଲାଣ ହୋଇଥାଏ । ଯାହକି ବିଶେଷ କରି ବଡବଡ ହୋଟେଲରେ ଏହାର ବେସ ଚାହିଦା ଥାଏ । ଏପରିକି ଏହାର କିଲୋ ପିଛା ଦର ୧୧୦୦ଟଙ୍କା ରହିଥାଏ । ଏହାକୁ କିଛି ଲୋକ ଲୁଚାଛପାରେ ଖାଇଥାନ୍ତି । ଯାହାର ଫାଇଦା ନେବାକୁ ବଡବଡ ହୋଟେଲର ଡିସ ମେନୁରେ ଏପରି ବିରଳ କଇଁଛ ମାଂସ ପରଷାଯାଏ । ଯାହକି ଏପରି ଚୋରା ଚାଲାଣର ବଢ଼ିଥାଏ । ତେଣୁ ଏସବୁ ପାଇଁ ଚୋରାରେ କଇଁଛ ଧରି ବିକ୍ରି କରିଥାନ୍ତି । ଏଥିପାଇଁ କିଛି ଦଲାଲ ଥାନ୍ତି, ଯେଉଁମାନେ ଏପରି କାରବାର କରିଥାନ୍ତି । ତେବେ ଆଇନତଃ ଏହା ଅପରାଧ ଓ ବିରଳ ପ୍ରାଣୀ ଯୋଗୁଁ ଏହାକୁ ବଞ୍ଜାଇ ରଖିବା ଆଇନରେ ରହିଛି । ତେବେ ଏହା ପୁର୍ବରୁ ଗତ ବର୍ଷ ୩୦ ଜୁଲାଇରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ତାରକା ହୋଟେଲରୁ ୫ଟି କଇଁଛ ଉଧାର କରଯାଇଥିଲା । ଏହାସହ ପିପିଲି ଅଞ୍ଚଳରୁ ୨୦୦୯ରୁ ୧୦ମସିହା ଭିତରେ ପ୍ରାୟ ୨୪୦ଟି ଏହି ଭଳି କଇଁଛ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 30, 2024, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.