ETV Bharat / state

ବେଙ୍ଗାଲୁରୁକୁ କଇଁଛ ଚୋରା ଚାଲାଣ, ମାଡ଼ି ବସିଲା DRI

author img

By ETV Bharat Odisha Team

Published : Mar 3, 2024, 9:16 AM IST

Updated : Mar 3, 2024, 9:49 AM IST

Turtle Smuggling: ପଶ୍ଚିମବଙ୍ଗରୁ ବାଙ୍ଗାଲୋରକୁ ଚୋରା ଚାଲାଣ ହେଉଥିଲା କଇଁଛ । କଟକ ଟାଙ୍ଗୀ ଟୋଲଗେଟ ନିକଟରୁ 351ଟି କଇଁଛ ଜବତ । ଅଧିକ ପଢନ୍ତୁ

କଇଁଛ ଚୋରା ଚାଲାଣ , ମାଡ଼ି ବସିଲା ଇଣ୍ଟିଲଜେନ୍ସ ଟିମ୍
କଇଁଛ ଚୋରା ଚାଲାଣ , ମାଡ଼ି ବସିଲା ଇଣ୍ଟିଲଜେନ୍ସ ଟିମ୍

କଇଁଛ ଚୋରା ଚାଲାଣ , ମାଡ଼ି ବସିଲା ଇଣ୍ଟିଲଜେନ୍ସ ଟିମ୍

ଭୁବନେଶ୍ବର: କଇଁଛ ଚୋରା ଚାଲାଣ । ବେଙ୍ଗାଲୁରୁ ଚାଲାଣ ବେଳେ ମାଡ଼ି ବସିଲେ ଇଣ୍ଟେଲିଜେନ୍ସ ଅଧିକାରୀ । ରାଜ୍ୟରେ ବନ୍ୟଜନ୍ତୁ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାସହ ଅନେକ ଶିକାରୀ ଏବଂ ବେପାରୀ ମଧ୍ୟ ଗିରଫ ହେଉଛନ୍ତି । ସେହିପରି ବନ୍ୟପ୍ରାଣୀ ଅଧିନୟମ ଅନୁସାରେ ଏମାନଙ୍କ ନାମରେ ମାମଲା ରୁଜୁ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଗତକାଲି କଟକ ଟାଙ୍ଗୀ ଟୋଲ ଗେଟ ନିକଟରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଧରିଛି ରାଜସ୍ବ ଇଣ୍ଟେଲିଜେନ୍ସ ଟିମ ବା DRI । 351ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି ।

ଟାଙ୍ଗୀ ନିକଟସ୍ଥ ଟୋଲ ଗେଟ ନିକଟରେ ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ସହଯୋଗରେ ବନ ଅଧିକାରୀ ମାନେ ଟାଟା ଟିଆଗୋ ନାମକ ଏକ କାର୍ ସହିତ 3 ଜଣଙ୍କୁ ଗିରଫ କରାଯାଇଛି । ଏହି କଇଁଛ ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ବେଙ୍ଗାଲୁରୁକୁ ଚୋରା ଚାଲାଣ କରାଯାଉଥିବା ସୂଚନା ଦେଉଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ପ୍ରକାଶ ଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ବନ୍ୟଜନ୍ତୁ ଚାଲାଣ ବଢ଼ିବାରେ ଲାଗିଛି । ଯାହା ବନ ବିଭାଗ ପାଇଁ ମୁଣ୍ଡବଥାର କାରଣ ପାଲଟିଛି । କିଛି ଦିନ ପୂର୍ବରୁ କଟକରୁ ବାଘ ଛାଲ ଡ଼ିଲ ସମୟରେ ଦୁଇଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । କଟକ ଏକ ହୋଟେଲରେ ବାଘ ଛାଲ ଡିଲ କରିବାକୁ ମାଫିଆମାନେ ଆସୁଥିବା ନେଇ ଖବର ପାଇଥିଲା ବନ ବିଭାଗ ।

ଏହାପରେ ବନ ବିଭାଗ ପକ୍ଷରୁ ମାଫିଆମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା । ବନ ବିଭାଗର ଧରପଗଡ ବାବଦରେ ଜାଣିପାରି ବାଘ ଛାଲ ମାଫିଆମାନେ ହୋଟେଲକୁ ନ ଆସି ଆଉ ଏକ ନିଛାଟିଆ ସ୍ଥାନକୁ ଚାଲି ଯାଇଥିଲେ । ଖବର ପାଇ ବନ ବିଭାଗ ପରେ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ବନ ବିଭାଗ ଟିମକୁ ଦେଖି ବାଇକରେ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ 2 ଅଭିଯୁକ୍ତ । ସେମାନଙ୍କୁ ପିଛା କରି ବାଘ ଛାଲକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହେଇଥିବା ବନ ବିଭାଗ ।
ଏହା ମଧ୍ୟ ପଢନ୍ତୁ.....ବାଘ ଛାଲ ବିକ୍ରି ଡିଲ୍‌ ବେଳେ ମାଡି ବସିଲା ବନବିଭାଗ, 2 ଗିରଫ

ରାଜ୍ୟରେ ଅନେକ ସମୟରେ ବିଭିନ୍ନ ଜଙ୍ଗଲରୁ କଲରାପତରିଆ ବାଘର ଛାଲ ଚୋରା ଚାଲାଣ କରୁଥିବାର ନଜରକୁ ଆସିଛି । ଏନେଇ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଓଡିଶା ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏହି ଶିକାରୀ ମାନଙ୍କ ଉପରେ ଚଢାଉ ଜାରି ରଖାଯାଇଛି ।

  • " class="align-text-top noRightClick twitterSection" data="">


ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 3, 2024, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.