ETV Bharat / state

ପ୍ରେମ ସପ୍ତାହରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ ! ମିଳିଲା ଝୁଲନ୍ତା ମୃତଦେହ

author img

By ETV Bharat Odisha Team

Published : Feb 12, 2024, 9:18 PM IST

ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

Two Dead Body Found: ପମ୍ପ ଗୃହରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କଲା ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ନବରଙ୍ଗପୁର: ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଏକ ପମ୍ପ ଗୃହରୁ ଉଭୟଙ୍କୁ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବୁର୍ଜା ଗ୍ରାମପଞ୍ଚାୟତର ବୁର୍ଜା ଓ ପୁଜାରୀ ଗୁଡ଼ା ମଝିରେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜନିତ ମୃତ୍ୟୁ ତାହା ଜଣାପଡ଼ିନାହିଁ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ନା ଆଉ କିଛି ତଥା ଉଭୟ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ, ତାହା ଏବେ ରହସ୍ୟ ଘେରରେ ରହିଛି ।

ସୂଚନାଯୋଗ୍ୟ ଆଜି (ସୋମବାର) ସକାଳ ୯ଟା ସମୟରେ ବୁର୍ଜା ଗ୍ରାମ ପଞ୍ଚାୟତର ବୁର୍ଜା ଓ ପୁଜାରୀ ଗୁଡ଼ା ମଝିରେ ଥିବା ଏକ ପମ୍ପ୍‌ ହାଉସରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ଉମରକୋଟ ପୋଲିସ । ଯୁବକ ଜଣକ ନିକଟ ପୂଜାରୀଗୁଡ଼ା ଗାଁର ସନାଧର ଭତ୍ରା ବୋଲି ଜଣାପଡ଼ିଛି । ସେ ଉକ୍ତ ପାଣି ପମ୍ପ୍ ହାଉସରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଯୁବତୀ ଜଣକ ନିକଟସ୍ଥ କୁର୍ସି ଗ୍ରାମର ନୁଆ ପାରା ସାହିର ବୋଲି ସୂଚନା ମିଳିଛି ।

ମୃତକ ସନାଧର ଭତ୍ରା ପମ୍ପ ହାଉସ୍‌ରେ ପାଣି ଛାଡିବା ଦାୟିତ୍ୱରେ ଥିଲେ । ଆଜି ସକାଳେ ପାଣି ଛଡ଼ାଯିବାରେ ବିଳମ୍ବ ହେବାରୁ କିଛି ଗ୍ରାମବାସୀ ପମ୍ପ ହାଉସ୍‌ରେ ପହଞ୍ଚିଥିଲେ । ପମ୍ପ ହାଉସ୍‌ କବାଟ ଭିତର ପଟୁ ବନ୍ଦ ଥିବାବେଳେ ଝରକା ଖୋଲାଥିବା ଦେଖିବାକୁ ମିିଳିଥିଲା ।ଉକ୍ତ ରୁମ୍‌ ଭିତରେ ସନାଧର ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ......ବ୍ରହ୍ମପୁର MKCG ମେଡିକାଲରେ ରାଗି°! ଜୁନିୟର ଛାତ୍ରଙ୍କୁ ମାରିଲେ ସିନିୟର, ଟ୍ବିଟ୍ କରି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ପରିବାର

ସେପଟେ ଖବର ପାଇ ଉମରକୋଟ ପୋଲିସକୁ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ନା ଆଉ କିଛି ତଥା ଉଭୟ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ, ତାହା ଏବେ ରହସ୍ୟ ଘେରରେ ରହିଛି । ଏନେଇ ଉଭୟ ପରିବାର କିମ୍ବା ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।


ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.