ETV Bharat / state

ବ୍ରହ୍ମପୁର MKCG ମେଡିକାଲରେ ରାଗି°! ଜୁନିୟର ଛାତ୍ରଙ୍କୁ ମାରିଲେ ସିନିୟର, ଟ୍ବିଟ୍ କରି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ପରିବାର

author img

By ETV Bharat Odisha Team

Published : Feb 12, 2024, 3:07 PM IST

Updated : Feb 12, 2024, 7:00 PM IST

Ragging at MKCG: ବ୍ରହ୍ମପୁର ଏମକେସିଜି ମେଡିକାଲରେ ରାଗିଂ ଅଭିଯୋଗ । ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ସିନିଅରମାନେ ମାଡ଼ ମାରିଥିବା ଅଭିଯୋଗ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରାଗି° ଅଭିଯୋଗ
Ragging at MKCG

ବ୍ରହ୍ମପୁର MKCG ମେଡିକାଲରେ ରାଗି°

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ । ମେଡିକାଲ କ୍ୟାମ୍ପସରେ ଏମବିବିଏସରେ ଅଧ୍ୟୟନରତ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଦୁଇଜଣ ସିନିୟର ଛାତ୍ର ମାଡ ମାରିବା ସହ ରାଗିଂ କରିଥିବା ନେଇ ପୀଡିତଙ୍କ ବାପା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏକ କମିଟି ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦ୍ୱିତୀୟ ବର୍ଷର ଏମବିବିଏସ ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗ । ଏନେଇ ପୀଡିତଙ୍କ ବାପା ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ କଲେଜର ଆଭ୍ୟନ୍ତରୀଣ ଆଣ୍ଟି ରାଗିଂ ସେଲ ଏହି ମାମଲାର ତଦନ୍ତ କରିବ ବୋଲି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏଥିସହ ଉଭୟ ଅଭିଯୋଗ ଆଣିଥିବା ଛାତ୍ର ଓ ସିନିୟର ଛାତ୍ରଙ୍କୁ ଡାକି ପଚରାଉଚରା କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ଛାତ୍ରଙ୍କ ବାପା ତାଙ୍କ ପୁଅକୁ ରାଗିଂ କରାଯିବା ସହ ମାଡ଼ ମରାଯାଇଥିବା ନେଇ ଟୁଇଟ କରିଛନ୍ତି । ଗତ ଶୁକ୍ରବାର ରାତିରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଏମବିବିଏସ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ଏଭଳି ମାଡ ମରା ଯାଇଥିବା ନେଇ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ରାଗିଂକୁ ନେଇ UGCର କଡା ଚେତାବନୀ, କଲେଜର ଅଧ୍ୟକ୍ଷ ହେବେ ଉତ୍ତରଦାୟୀ

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ସୁନାହାଟ ଅଞ୍ଚଳର ସୂର୍ଯ୍ୟ ରାଉତଙ୍କ ପୁଅ ରୁଦ୍ର ରାଉତ ଏମକେସିଜି ମେଡିକାଲ କଲେଜରେ ଏମବିବିଏସ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର । ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡ୍ ପାର୍ଟି ଅଭ୍ୟାସ ସରିବା ପରେ ଦୁଇ ଜଣ ସିନିୟର ଛାତ୍ର ତାଙ୍କୁ ଅନୁରୋଧ କରିବାରୁ ସେ ଉଭୟଙ୍କୁ ନେଇ ପୋଲିସ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ଚତୁର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ତାଙ୍କୁ ମାଡ ମାରିଥିଲେ । ଆକ୍ରମଣ ପରେ ଏହି ଘଟଣାକୁ ନେଇ ଛାତ୍ର ଜଣଙ୍କ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠୀ ।

ସିନିୟର ଛାତ୍ରଙ୍କ ଦ୍ବାରା ରାଗିଂର ଶିକାର ହେବା ପରେ ଘଟଣା ସମ୍ପର୍କରେ ଟୁଇଟ ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ, ଗଞ୍ଜାମ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଛାତ୍ରଙ୍କ ବାପା । ଏପରିକି ଆଣ୍ଟି ରାଗିଂ ସେଲକୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ଦୁଇରୁ ତିନିଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ନେଇ ସୂଚନା ରହିଛି ।

ଅନ୍ୟପଟେ ଏହି ରାଗିଂ ଘଟଣାକୁ ନେଇ DMETର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି," 4 ଜଣିଆ କମିଟି ଘଟଣାର ତଦନ୍ତ କରୁଛି । ତଦନ୍ତର ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯିବ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

Last Updated :Feb 12, 2024, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.