ETV Bharat / state

ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁର-କୁକୁଡା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ମାଲିକ

author img

By ETV Bharat Odisha Team

Published : Feb 9, 2024, 3:41 PM IST

Veterinary Doctors Strike
Veterinary Doctors Strike

Veterinary Doctors Strike: ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଥିବାବେଳେ ଚିକିତ୍ସା ଅଭାବରୁ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯାଉଛି । ଯେଉଁଥି ପାଇଁ କଟକ ଜିଲ୍ଲାପାଳଙ୍କ ଅଫିସକୁ କୁକୁର, କୁକୁଡ଼ା ଓ ପକ୍ଷୀଙ୍କୁ ସାଙ୍ଗରେ ନେଇ ଆସି ପ୍ରତିବାଦ କରିଛନ୍ତି ଲୋକେ । ଅଧିକ ପଢନ୍ତୁ

Veterinary Doctors Strike

କଟକ: ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ । ଫଳରେ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି । ଚିକିତ୍ସା ଅଭାବରୁ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯାଉଛି । ଏଭଳି ସ୍ଥିତି ଯୋଗୁଁ ଆଜି କିଛି ଲୋକ ସେମାନଙ୍କ କୁକୁର, କୁକୁଡ଼ା ଓ ପକ୍ଷୀଙ୍କୁ ସାଙ୍ଗରେ ନେଇ କଟକ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଦେଖିବାକୁ ମିଳିଛି । ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେବା ଉଦ୍ଦେଶ୍ୟରେ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଅସୁସ୍ଥ ପଶୁ ପକ୍ଷୀମାନଙ୍କୁ ସାଙ୍ଗରେ ଆଣି ନିଆରା ପ୍ରତିବାଦ କରିଛନ୍ତି ପଶୁପ୍ରେମୀ । ଦୀର୍ଘ ଦିନ ହେବ ଏହି ଆନ୍ଦୋଳନ ଯୋଗୁଁ ଅନେକ ନିରୀହ ପଶୁମାନେ ପ୍ରଭାବିତ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ଚିକିତ୍ସା କରିବା ପାଇଁ ପଶୁ ପାଳକ ଏବଂ ପଶୁପ୍ରେମୀମାନେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ଥିବା ନେଇ ଓଡ଼ିଶା ପ୍ରାଣୀଚିକିତ୍ସା ସେବା ସଂଘ ତରଫରୁ ଦାବି ହୋଇଆସୁଛି । ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ ବୋଲି କହିଛନ୍ତି ଚିକିତ୍ସକ । ତେବେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ଇତ୍ୟାଦି ଦାବି ରହିଛି ।

ଏହା ବି ପଢନ୍ତୁ...ଧାରଣାରେ ପ୍ରାଣୀ ଚିକିତ୍ସକ, ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ପଶୁପାଳକ

ଏହା ବି ପଢନ୍ତୁ...ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଚିକିତ୍ସା ଅଭାବରୁ ମରୁଛନ୍ତି ପଶୁପକ୍ଷୀ

ଏହା ବି ପଢନ୍ତୁ...ଦାବିପତ୍ର ଦେଲେ ପ୍ରାଣୀ ଚିକିତ୍ସକ, କେବେ ଶୁଣିବେ ସରକାର

ଅପରପକ୍ଷେ, ରାଜ୍ୟରେ ୧ ହଜାର ୯୧୦ଜଣ ଡାକ୍ତରଙ୍କ କାମ ମାତ୍ର ୧୩ଶହ ଡାକ୍ତର ତୁଲାଉଥ‌ିବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନ ଥ‌ିବା ଅଭିଯୋଗ ହୋଇଛି । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି, ଯାହାକି ପ୍ରାଣୀଚିକିତ୍ସକ ମାନଙ୍କୁ ଅଧ‌ିକ ଚାପଗ୍ରସ୍ତ କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏଭଳି ବିଭିନ୍ନ ଦାବି ନେଇ ଗତ ମାସ 18 ତାରିଖରୁ ସମୂହ ଛୁଟିରେ ରହିଛନ୍ତି ପ୍ରାଣୀଚିକିତ୍ସକ । ଯଦି ଏହି ଦିଗରେ ସରକାର କୌଣସି ହସ୍ତକ୍ଷେପ ନ କରନ୍ତି ତେବେ କାର୍ଯ୍ୟରେ ଯୋଗଦାନ ହେବା ଅସମ୍ଭବ ବୋଲି ରାଜ୍ୟ ଭେଟନାରୀ ସେବା ସଂଘ ସଭାପତି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.