ETV Bharat / state

ଜୋର ଧରିଲା NAC ମାନ୍ୟତା ଦାବି, ବିନିକା ଓ ସୁବଳୟା ବନ୍ଦ

author img

By ETV Bharat Odisha Team

Published : Feb 27, 2024, 3:16 PM IST

Updated : Feb 27, 2024, 4:00 PM IST

Demand For NAC Status
Demand For NAC Status

Demand For NAC Status in Subarnapur: ୩୫ଟି ଏନଏସି ଘୋଷଣା ପରେ ପୁଣି ତେଜିଲା ବିନିକା ଓ ସୁବଳୟାକୁ ମ୍ୟୁନିସିପାଲିଟି ଏବଂ ଏନଏସି ମାନ୍ୟତା ଦାବି । ଅଧିକ ପଢନ୍ତୁ,

Demand For NAC Status

ସୁବର୍ଣ୍ଣପୁର: ଏନଏସି ଓ ମ୍ୟୁନିିସିପାଳିଟି ମାନ୍ୟତା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରର ବିନିକା ସହର ଓ ସୁବଳୟାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଓ ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସୁବଳୟାକୁ ଏନଏସି ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଦଳମତ ନିର୍ବିଶେଷରେ ଆନ୍ଦୋଳନକୁ ଚାଲୁ ରଖିବା ପାଇଁ ଗ୍ରାମ ପଞ୍ଚାୟତବାସୀ ଅଣ୍ଟା ଭିଡିଛନ୍ତି ।ଏନେଇ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ବନ୍ଦ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକୁ ବାଦ୍ ଦିଆଯାଇଛି ।

ରାଜ୍ୟ ସରକାର ମ୍ୟୁନିିସିପାଳିଟି ଓ ଏନଏସିଗୁଡିକ ଘୋଷଣା କରିବା ପରେ ବିନିକା ସହରବାସୀ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସବ ଡିଭିଜନ ଘୋଷଣା କରିବା ଦାବିରେ ଏହି ଆନ୍ଦୋଳନ କରୁଛନ୍ତି । ବିନିକା ସହରରେ ଆନ୍ଦୋଳକାରୀମାନେ କଲେଜ ଛକରେ ଟାୟାର ଜାଳି ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ସେହିପରି ବୀରମହାରାଜପୁର ଉପଖଣ୍ଡର ସୁବଳୟା ଗ୍ରାମପଞ୍ଚାୟତ ସବୁଠୁ ବଡ ଗ୍ରାମପଞ୍ଚାୟତ । ଏହା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପାଇଁ ସବୁ ପ୍ରକାରର ଯୋଗ୍ୟତା ରହିଥିବାରୁ ସୁବଳୟା ସହରବାସୀ ଏନଏସି ଘୋଷଣା ଦାବି କରିଛନ୍ତି । ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଓ ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସୁବଳୟା ଗ୍ରାମପଞ୍ଚାୟକୁ ଏନଏସି ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଦଳମତ ନିର୍ବିଶେଷରେ ଆନ୍ଦୋଳନକୁ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଲୋକ ।

ଏହା ମଧ୍ୟ ପଢନ୍ତୁ- ଜୋର ଧରିଲା ଏନଏସି ମାନ୍ୟତା ଦାବି, ୨୮ରେ ବୋଲଗଡ଼ ବନ୍ଦ

ଅନ୍ୟପଟେ ଦୀର୍ଘ ତିନି ଦଶନ୍ଧି ଧରି ଅଞ୍ଚଳବାସୀ ବିନିକା ସହରକୁ ସବ ଡିଭିଜନ ମାନ୍ୟତା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି ଆପତ୍ତି କରି ଆସୁଛନ୍ତି । ହେଲେ ରାଜ୍ୟ ସରକାର କୌଣସି ଉଦ୍ୟମ କରୁ ନ ଥିବା ଅଭିଯୋଗ ହେଉଛି । ତେବେ ସବ ଡିଭିଜନ ମାନ୍ୟତା ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିନିକା ସବଡିଭିଜନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Feb 27, 2024, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.