ETV Bharat / state

ଜୋର ଧରିଲା ଏନଏସି ମାନ୍ୟତା ଦାବି, ୨୮ରେ ବୋଲଗଡ଼ ବନ୍ଦ

author img

By ETV Bharat Odisha Team

Published : Feb 27, 2024, 9:00 AM IST

Demand For NAC Status: ୩୫ଟି ଏନଏସି ଘୋଷଣା ପରେ ପୁଣି ତେଜିଲା ବୋଲଗଡ଼କୁ ଏନଏସି ମାନ୍ୟତା ଦାବି । ସରକାର ବୋଲଗଡ଼ବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ଜୋର ଧରିଲା ଏନଏସି ମାନ୍ୟତା ଦାବି, ଆସନ୍ତା ୨୮ରେ ବୋଲଗଡ଼ ବନ୍ଦ
ଜୋର ଧରିଲା ଏନଏସି ମାନ୍ୟତା ଦାବି, ଆସନ୍ତା ୨୮ରେ ବୋଲଗଡ଼ ବନ୍ଦ

ଖୋର୍ଦ୍ଧା: ରାଜ୍ୟ ସରକାର ବିଧିବଦ୍ଧ ଭାବରେ ୩୪ଟି ଅଞ୍ଚଳକୁ ନୂତନ ଏନଏସି ଗଠନ ପାଇଁ ଘୋଷଣା କରିଥିଲେ । ହେଲେ ରବିବାର ବୀରମହରାଜପୁରକୁ ଘୋଷଣା କରିବା ପରେ ଏହାର ସଂଖ୍ୟା ୩୫ରେ ପହଞ୍ଚିଛି । ତେବେ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼କୁ ଏନଏସି ମାନ୍ୟତା ପାଇଁ ଦାବି ହେଉଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଏହା ବିରୋଧରେ ଆସନ୍ତା ୨୮ ତାରିଖ ଦିନ ବୋଲଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

  • " class="align-text-top noRightClick twitterSection" data="">

ବୋଲଗଡ ଅଞ୍ଚଳ ଐତିହ୍ୟ ଓ ପରମ୍ପରା ସଂସ୍କୃତିର ଇତିହାସ ମୁକସାକ୍ଷୀ । ଏଠାରେ ତହସିଲ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଅନୁନିବନ୍ଧକ କାର୍ଯ୍ୟାଳୟ, କୃଷି ଅଫିସ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଥାନା, ମହାବିଦ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି । ଏହା ସହ ଅଗ୍ନିସେବା କେନ୍ଦ୍ର, ବନପାଳଙ୍କ କାର୍ଯ୍ୟାଳୟ, ଶିକ୍ଷା କେନ୍ଦ୍ର, ରେଳ ଷ୍ଟେସନଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଥିବା ବେଳେ ଏହି ଅଞ୍ଚଳ ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ପାଲଟିଛି ।

ବୋଲଗଡ଼ ବ୍ଲକରେ ୧୯ଟି ଗ୍ରାମପଞ୍ଚାୟତ ରହିଛି । ସାଧାରଣ ଲୋକମାନେ ପ୍ରତିଦିନ ବିଭିନ୍ନ କାର୍ଯ୍ୟ ନେଇ ବୋଲଗଡ଼ ଆସିଥାନ୍ତି । ତେଣୁ ଦୀର୍ଘ ଦିନ ଧରି ବୋଲଗଡ଼କୁ ଏନଏସି ମାନ୍ୟତା ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଫଳରେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଅଞ୍ଚଳରୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟପାଳ ଚିନ୍ତାମଣି ପାଣିଗ୍ରାହୀଙ୍କ ଭଳି ଟାଣୁଆ ନେତା ପ୍ରତିନିଧିତ୍ବ କରିଥିବାବେଳେ ବିଭିନ୍ନ ଉନ୍ନତି କାର୍ଯ୍ୟ ହୋଇଥିଲେ ମଧ୍ୟ ଏନଏସି ମାନ୍ୟତା ମିଳି ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ...NAC ଦାବିରେ 12 ଘଣ୍ଟିଆ ମନମୁଣ୍ଡା ବନ୍ଦ, ଜନଜୀବନ ପ୍ରଭାବିତ

ସେହିପରି ବୋଲଗଡ଼କୁ ଏନଏସି ପାଇଁ ୨୦୦୯ରେ ପଞ୍ଚାୟତ ସମିତିରେ ଏକ ରେଜୁଲେସନ ପାସ୍ କରାଯାଇଥିଲା । ସେହିପରି ୨୦୧୧ ଓ ୨୦୧୯ରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ଏନଏସି ପାଇଁ ପ୍ରସ୍ତାବ ରହିଥିବା ଉତ୍ତରରେ କହିଥିଲେ । କିନ୍ତୁ ରାଜ୍ୟ ସରକାର ବୋଲଗଡ଼ବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ତେବେ ଏନଏସି ମାନ୍ୟତାରୁ ବାଦ ପଡିବା ପ୍ରତିବାଦରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିଲା । ସୋମବାର ଦିନ ମଧ୍ୟ ବୋଲଗଡ଼ ତହସିଲ ଛକରେ ପ୍ରତିବାଦ କରାଯାଇଥିଲା । ଏହାସହ ଆସନ୍ତା ୨୮ ତାରିଖରେ ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୋଲଗଡ଼ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି ।


ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.