ETV Bharat / state

ଭାଇରାଲ ହେଲା ଅଡିଓ, ନିଲମ୍ବିତ ହେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ - Debi Prasad Mishra suspended

author img

By ETV Bharat Odisha Team

Published : Apr 20, 2024, 4:42 PM IST

Updated : Apr 20, 2024, 4:52 PM IST

Debi Prasad Mishra suspended
Debi Prasad Mishra suspended

kendrapara excise superintendent Debi Prasad Mishra suspended: ଭାରରାଲ ହେଲା ମଦ ଦୋକାନୀ ମାଲିକ ସହିତ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ର ଅଡିଓ ବାର୍ତ୍ତା । ରାତାରାତି ହେଲେ ନିଲମ୍ବନ । ଅଧିକ ପଢନ୍ତୁ

Debi Prasad Mishra suspended

କେନ୍ଦ୍ରାପଡା: ନିଲମ୍ବିତ ହେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ର । ଅଡିଓ ଭାଇରାଲ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏକ ମଦ ଦୋକାନୀ ମାଲିକ ସହିତ ତାଙ୍କର ବାର୍ତ୍ତାଳପର ଅଡିଓ ଭାଇରାଲ ହୋଇଥିଲା। କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ ବିରୋଧରେ ଓଡ଼ିଶା ଅବକାରୀ କମିଶନର ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନା ଅନୁସାରେ, ୫୪ ସେକେଣ୍ଡ ଅଡିଓ ଭାଇରାଲ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ନିଲମ୍ବନ କରାଇଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭାଇରାଲ ଅଡିଓ ଅନୁଯାୟୀ, କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ର ଓ ଜଣେ ବିଦେଶୀ ମଦ ଦୋକାନ ମାଲିକଙ୍କ ମଧ୍ୟରେ କଥୋପକଥନ ହୋଇଛି । ଏଥିରେ ଅବକାରୀ ଅଧିକ୍ଷକ ଜଣକ କହୁଛନ୍ତି, "ଅତନୁ ପ୍ରବଳ ପ୍ରେସର ପକାଉଛି । ମୋତେ ଏବେ କଲ ଆସିଥିଲା। କଲେକ୍ଟରଙ୍କ ପାଖକୁ ଫୋନ କରିଛନ୍ତି, ମୋତେ ଫୋନ କରିଛନ୍ତି ସେଇଟା ଅଟକିଯିବ ବୁଝୁନି କଥା । ଏନେଇ କମିଶନରଙ୍କୁ ମଧ୍ୟ ଫୋନ ହୋଇଛି । ଏହାପରେ କମିଶନରଙ୍କ ଅଫିସରୁ ମଧ୍ୟ ଫୋନ ହୋଇଥିଲା । ମୋତେ ଅଧିକ ପ୍ରେସର ହେଉଛି । ଆପଣ କଣ କେମିତି କରି ଏହାର ସମାଧାନ କରିଦିଅନ୍ତୁ । ଆମର ସେଇଟା ସରିଯାଇଛି ଆପଣ ଖର୍ଚ୍ଚ ପାଣି ଦେଇ ସେଇଟାକୁ ସାରିଦିଅନ୍ତୁ ସେମାନେ କମିଶନର ଅଫିସରେ ଯାଇ ଲଢାଲଢ଼ି ହୁଅନ୍ତୁ । ରାଜନୀତି ପଶିଲାଣି ଅତନୁ ବହୁତ ପ୍ରେସର କଲାଣି ଜଲଦି ସେ କାମ ସାରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଦିନରେ ଭିକ୍ଷାବୃତ୍ତି ରାତିରେ ଚୋରି, ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ - Robbery case in kendrapara

ଏହି ଅଡିଓ ଭାଇରାଲ ହେବା ପରେ ଅଭିଯୋଗକାରୀ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଅବକାରୀ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗରେ ଏପ୍ରିଲ ୧୦ ତାରିଖରେ ଅବକାରୀ ଡେପୁଟି କମିଶନର କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗତକାଲି ରାତିରେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କୁ ନିଲମ୍ବନ କରିଛନ୍ତି କମିଶନର । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ଆଜି ନିଜ ପ୍ରତିକ୍ରିୟାରେ ଏହାର ପ୍ରାଥମିକ ତଦନ୍ତ ଶେଷ ହେବା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି । ଅନ୍ୟପଟେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ କେନ୍ଦ୍ରାପଡା ତହସିଲଦାର ଅବକାରୀ ଅଧିକ୍ଷକଙ୍କ ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ଜିଲ୍ଲାପାଳ । ତଦନ୍ତ ଶେଷ ହେବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Apr 20, 2024, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.