ETV Bharat / state

ପୁଅ-ବୋହୂଙ୍କୁ ଗୋଡାଇ ଗୋଡାଇ ପିଟିଲେ ଶ୍ବଶୁର, ଥାନାରେ ଅଭିଯୋଗ - father in law beaten to his family

author img

By ETV Bharat Odisha Team

Published : May 4, 2024, 3:08 PM IST

father in law beaten to his family members
father in law beaten to his family members (etv bharat odisha)

father in law beaten to his family members: ଗାଁ ଦାଣ୍ଡରେ ପରିବାର ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଶ୍ବଶୁର । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

father in law beaten to his family (etv bharat odisha)

ଭଦ୍ରକ: ଜିଲ୍ଲା ନଳଗୋହିରା ଗ୍ରାମରେ ଅଭାବନୀୟ ଘଟଣା । ଦୁଇ ପୁଅ ବୋହୂକୁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲେ ଶ୍ବଶୁର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ନଳଗୋହିରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ଭିଡିଓ ମଧ୍ୟ ଭାଇରାଲ ହେଉଛି । 2 ପୁଅ 2 ବୋହୂଙ୍କୁ ବାଡିରେ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ବାଡିରେ ପିଟିଥିବା ବୃଦ୍ଧ ପିତା ତ୍ରିଲୋଚନ ସାହୁଙ୍କ ଗିରଫ ଦାବି କରାଯାଇଛି । ଅଭିଯୋଗକାରୀ ପକ୍ଷ ତଥା ବୃଦ୍ଧଙ୍କ ପୁଅ, ବୋହୂ ସମେତ ଝିଅ ସସ୍ମିତା ସାହୁ ପ୍ରମୁଖ ମିଳିତ ଭାବେ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଭେଟି ଏପରି ଦାବି କରିଛନ୍ତି । ତେବେ ଏହି ଘଟଣାକୁ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଥାନା ଅଧିକାରୀ ଉଚିତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ବୃଦ୍ଧ ପିତା ତ୍ରିଲୋଚନ ସାହୁ, ପୁଅ ସଦାନନ୍ଦ ସାହୁ, ନାତି ସୌମ୍ୟ ରଞ୍ଜନ ସାହୁ ଏବଂ ବୋହୂ କାଞ୍ଚନାବାଳା ସାହୁ ପ୍ରମୁଖ ଜମିବାଡି ବିବାଦକୁ ନେଇ ଅଭିଯୋଗକାରୀ ପକ୍ଷଙ୍କ ସହିତ ଶତୃତା ଲାଗି ରହିଥିଲା । କୋର୍ଟରେ ମାମଲା ଚାଲୁଥିବା ବେଳେ ଅଭିଯୁ୍‌କ୍ତ ପକ୍ଷରୁ ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବାଡି ସାହାଯ୍ଯରେ ଆକ୍ରମଣ କରିଥିଲେ । ଏହାସହିତ ବଡ ପୁଅ ମନ୍ଦ ଉଦ୍ଦେଶ୍ୟ ରଖି ଟଣା ଓଟରା କରିବା ସହିତ ନିର୍ଯାତନା କରିଥିଲେ । ଶ୍ବଶୁରଙ୍କ ମାଡରେ ଦୁଇ ବୋହୂ ଏବଂ ପୁଅ ଆହତ ହୋଇଥିଲେ । ଆକ୍ରମଣରେ ମୁଣ୍ଡରୁ ରକ୍ତସ୍ରାବ ହୋଇଥିବା ବେଳେ ଘଟଣାସ୍ଥଳରେ ବୋହୂ ମୂର୍ଚ୍ଚା ହୋଇଯାଇଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଯୌତୁକ ପାଇଁ ଗର୍ଭବତୀଙ୍କୁ ନିର୍ଯାତନା, ଶ୍ବଶୁର ଓ ସ୍ବାମୀ ଥାନାରୁ ଚମ୍ପଟ

ଚିକିତ୍ସା ପରେ ସେମାନେ ସାମୟିକ ସୁସ୍ଥ ହୋଇଥିଲେ ମଧ୍ୟ ଏଯାବତ ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବା ଜଣାପଡିଛି । ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧଙ୍କ ସାନ ପୁଅ ମଧୁସୂଦନ ଜଣେ ବାତରୋଗୀ । ଏପରି ସ୍ଥଳେ ସେମାନେ ପରିବାର ପୋଷଣ କରିବା ଅସମ୍ଭବ ହୋଇ ପଡିଛି । ଅନ୍ୟପଟେ ବୃଦ୍ଧଙ୍କ ବଡ ବୋହବ ସଂପ୍ରତି ନାନାଦି ଧମକ୍ ଚମକ୍ ଦେଇଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ଜାମିନ୍ ବଳରେ ତାଙ୍କ ସ୍ୱାମୀ ଘରକୁ ଫେରିଲେ ସମସ୍ତଙ୍କୁ ଜୀବନରୁ ମାରିଦେବ ବୋଲି ଚେତାବନୀ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ପକ୍ଷରୁ ଉଚିତ ନ୍ୟାୟ ପ୍ରଦାନ ପୂର୍ବ ମୁଖ୍ୟ ଅଭିଯୁକ୍ତ ବୃଦ୍ଧ ତ୍ରିଲୋଚନ ଏବଂ ବଡ ବୋହୁ କାଞ୍ଚନକୁ ଗିରଫ୍ କରିବା ଲାଗି ଦାବି କରାଯାଇଛି । ତେବେ ରଞ୍ଜିତା ସାହୁଙ୍କ ଅଭିଯୋଗ ଏବଂ ଗଣ୍ଡଗୋଳ ଭିଡିଓ ଭାଇରାଲ ହେବା କୁ ଆଧାର କରି, ପୋଲିସ ପକ୍ଷରୁ ଏକ ମାମଲା 135/24, ଦଫା 323, 324, 326, 379, 354, 354(A), 307 ଏବଂ 34 ଆଇପିସି ରୁଜୁ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ବୃଦ୍ଧ ସଦାନନ୍ଦ ଫେରାର ଥିଲେ ମଧ୍ୟ ତାକୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ଏସଡିପିଓ ପ୍ରତିଶୃତି ଦେଇଥିବା ଜଣାଯାଇଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.