ଯୌତୁକ ପାଇଁ ଗର୍ଭବତୀଙ୍କୁ ନିର୍ଯାତନା, ଶ୍ବଶୁର ଓ ସ୍ବାମୀ ଥାନାରୁ ଚମ୍ପଟ

By ETV Bharat Odisha Team

Published : Sep 21, 2023, 7:57 PM IST

thumbnail

ଢେଙ୍କାନାଳ: ଯୌତୁକ ଲୋଭରେ ଗର୍ଭବତୀ ବୋହୂକୁ ଶାଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ । ‘କାଳି’ ବୋଲି କହି 2 ଲକ୍ଷ ଟଙ୍କା ଯୌତୁକ ମାଗୁଥିଲେ । ଯୌତୁକ ନଦେବାରୁ ମାରିଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେ । ମୃଦଙ୍ଗା ଗ୍ରାମର କୈଳାଶ ପାତ୍ର ତାଙ୍କର ଏକମାତ୍ର ପୁଅ ଦୀପକ ପାତ୍ରଙ୍କ ବିବାହ କେନ୍ଦୁଝର ଜିଲ୍ଲା ଘଷିପୁରା ଗ୍ରାମର କୁମର ପାତ୍ରଙ୍କ ଝିଅ ମିଲ୍ଲୀ ପାତ୍ରଙ୍କ ସହିତ କରାଇଥିଲେ । 

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦିର୍ଘ ଦିନଧରି ଝିଅର ଶାଶୁ ଘର ଲୋକେ 2 ଲକ୍ଷଟଙ୍କା ଯୌତୁକ ମାଗୁଥିଲେ । ଯୌତୁକ ନମିଳିବାକୁ ତାକୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଝିଅ ଗର୍ଭବତୀ ଥିଲେ ମଧ୍ୟ ତାକୁ ଖାଇବାକୁ ଦେଉନଥିଲେ  । ଅତ୍ୟାଚାର ସହି ନପାରି ସେ ବାପା-ମାଙ୍କୁ ଖବର ଦେଇଥିଲା । ଖବର ପାଇ ଝିଅର ବାପ-ମା ଘରେ ପହଞ୍ଚିବା ପରେ ଶାଶୁଘର ଲୋକେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଝିଅକୁ ଧରି ଭୁବନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ କୁମର ପାତ୍ର । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ କୈଳାଶ ପାତ୍ର ଏବଂ ଦୀପକ ପାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲା । ହେଲେ ଚକମା ଦେଖାଇ ଶଶୁର ଓ ସ୍ବାମୀ ଚମ୍ପଟ ମାରିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.