ETV Bharat / state

ନିର୍ବାଚନ ଚେକିଂ କହି ଲୁଟି ନେଲେ ନକଲି ପୋଲିସ - cuttack loot

author img

By ETV Bharat Odisha Team

Published : Apr 20, 2024, 10:05 PM IST

ନିର୍ବାଚନ ଚେକିଂ କହି ଲୁଟିଲେ ନକଲି ପୋଲିସ ,୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍
ନିର୍ବାଚନ ଚେକିଂ କହି ଲୁଟିଲେ ନକଲି ପୋଲିସ ,୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍

CUTTACK LOOT: କଟକରେ ପୁଣି ସକ୍ରିୟ ନକଲି ପୋଲିସ ଗ୍ୟାଙ୍ଗ । ଦୁଇ ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ । ପୋଲିସର ହାତ ଖାଲି । ଅଧିକ ପଢନ୍ତୁ

କଟକ: ପୁଣି ମାତିଲେ ନକଲି ପୋଲିସ ଗ୍ୟାଙ୍ଗ । ଦିନ ଦ୍ବିପହରେ କଲେ ଲୁଟ । ପୋଲିସ ପରିଚୟ ଦେଇ ଲୋକଙ୍କ ଠାରୁ ଲୁଟୁଛନ୍ତି ଟଙ୍କା ଓ ସୁନା ଅଳଙ୍କାର । କଟକ କମିସନରେଟ ପୋଲିସର ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲେଣି ନକଲି ପୋଲିସ । ଗତକାଲି ଅପରାହ୍ନରେ ଏମିତି କିଛି ନକଲି ପୋଲିସର ଜାଲରେ ପଡ଼ିଛନ୍ତି ସହରର ଜଣ ବ୍ୟବସାୟୀ ।

ସୂଚନାଯୋଗ୍ୟ, କଟକ ଶଙ୍କରପୁର ଅଞ୍ଚଳରେ ରହି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗର ଶିବୁ ବିଶ୍ୱାସଙ୍କୁ ପିଠାପୁର ଅଞ୍ଚଳରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପୋଲିସର ପରିଚୟ ଦେଲେ । ନିର୍ବାଚନ ପାଇଁ ଚେକିଂ କରାଯାଉଛି କହି ବ୍ୟବସାୟୀଙ୍କ ବ୍ୟାଗ ଯାଞ୍ଚ କଲେ । ସେଥିରେ ଥିବା ନଗଦ ୩୦ ହଜାର ଟଙ୍କା ନେଇ ସେଠୁ ଫେରାର୍ ହୋଇଗଲେ । ସେହିପରି ମାଲଗୋଦାମ ଓଭର ବ୍ରିଜ ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ବ୍ୟବସାୟୀ ଚନ୍ଦନ କୁମାର ପଣ୍ଡାଙ୍କୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପୋଲିସର ପରିଚୟ ଦେଲେ । ନିର୍ବାଚନ ପାଇଁ ଯାଞ୍ଚ ହେଉଥିବା କହି ଏକ ପରିଚୟ ପତ୍ର ଦେଖାଇ ବ୍ୟବସାୟୀ ରଖିଥିବା ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲେ ।

ଏହି ଘଟଣାକୁ ନେଇ ବାଦାମବାଡ଼ି ଓ ମାଲଗୋଦାମ ଥାନାରେ ଏତଲା ଦିଆଯିବା ପରେ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର । ପୂର୍ବରୁ କଟକରେ ଏଭଳି ଅନେକ ଘଟଣା ସମ୍ନାକୁ ଆସିଛି । ବାଦାମବାଡ଼ି, ଦୋଳ ମୁଣ୍ଡେଇ ମାଲଗୋଦାମରେ ପୋଲିସ ନାଁ କହି ଲୁଟ୍ କରିଥିଲେ ଦୁର୍ବୃତ୍ତ ।ଏହି ଘଟଣାରେ କିଛି ଦିନ ପୂର୍ବେ ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । କିନ୍ତୁ ଗିରଫ ପରେ ମଧ୍ୟ ଏଭଳି ଘଟଣା ଘଟିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ସେପଟେ ନିର୍ବାଚନ ସମୟ ଚାଲିଥିବାରୁ ଏଭଳି ଅପରାଧିକ କାର୍ଯ୍ୟକଳାପ ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲିଟିଛି ।

ଏହା ମଧ୍ୟ ପଢନ୍ତୁ.....କଟକରୁ 5 ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ସହ ବାଇକ ଜବତ - Robbers Gang Arrested

ପ୍ରକାଶ ଯୋଗ୍ୟ, ଗତକାଲି କଟକ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଡ଼କାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଚୌଦ୍ବାର ଥାନା ପୋଲିସ ପାଞ୍ଚ ଜଣିଆ ଡକାୟତି ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ବିଭିନ୍ନ ମାରଣାଅସ୍ତ୍ର ଜବତ କରିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.