ETV Bharat / state

ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବାକୁ ପଦକ୍ଷେପ, ରାଜ୍ୟରେ ଗଡିବ ଆଉ ୫ ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ସମୟ ଓ ରୁଟ - Summer Special Trains

author img

By ETV Bharat Odisha Team

Published : Apr 24, 2024, 9:15 AM IST

Summer Special Trains
Summer Special Trains

Summer Special Trains: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ ଏଡାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ରୁଟରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ନିଷ୍ପତି ନିଆଯାଇଛି । ତେବେ ଜାଣନ୍ତୁ କେଉଁ ସମୟରେ ଓ କେଉଁ ରୁଟ୍ ଦେଇ ଯିବ ଏହି ସ୍ୱତନ୍ତ୍ର ଟ୍ରେନ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ ଏଡାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ବିଭିନ୍ନ ରୁଟରେ ନିୟମିତ ଗଡିବ ଆଉ ୫ଟି ସ୍ୱତନ୍ତ୍ର ଟ୍ରେନ । ଆଉ ୨ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଳପଥ ପୂର୍ବରୁ ୨୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ନିଷ୍ପତ୍ତି ନିଆଯାଇଥିଲା। ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ସାଙ୍ଗକୁ ଯାତ୍ରୀଙ୍କ ଭିଡ଼ ରେଳ ଯାତ୍ରାକୁ ପ୍ରଭାବିତ କରୁଥିବା ବେଳେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ କେଉଁ କେଉଁ ରୁଟ୍‌ରେ ଗଡିବ ନଜର ପକାନ୍ତୁ ।

5 ସ୍ୱତନ୍ତ୍ର ଟ୍ରେନ:

ପୁରୀ-ଉଧନା (ସୁରଟ) ଦ୍ୱି-ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍: 08471/08472 ପୁରୀ- ଉଧନା- ପୁରୀ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ ୨୫ ଏପ୍ରିଲରୁ ୨୭ ଜୁନ୍ ମଧ୍ୟରେ ଉଧନାରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସକାଳ ୬ ଟା ୩୦ ମିନିଟରେ ଛାଡିବାକୁ ଥିବାବେଳେ ୨୬ ଏପ୍ରିଲ୍ ରୁ ୨୮ ଜୁନ୍ ମଧ୍ୟରେ ଏହା ଉଧନା ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ ୫ ଘଟିକାରେ ଛାଡି ପୁରୀ ଯାତ୍ରା କରିବ ।

ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ: 08479/08480 ପୁରୀ- ନୂଆଦିଲ୍ଲୀ- ପୁରୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୩୦ ଏପ୍ରିଲରୁ ୨୫ ଜୁନ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତି ୮ଟା ୪୫ମି ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ନୂଆଦିଲ୍ଲୀରୁ ୧ ମେରୁ ୨୬ ଜୁନ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ରାତ୍ରି ୯ ଟା ୩୦ମି.ରେ ଛାଡି ପୁରୀ ଯାତ୍ରା କରିବ ।

ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ: 04082/04081 ନୂଆଦିଲ୍ଲୀ -ପୁରୀ- ନୂଆଦିଲ୍ଲୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୨ ଏପ୍ରିଲରେ ରାତି ୧୧ଟାରେ ନୂଆଦିଲ୍ଲୀରୁ ଛାଡ଼ିଥିବାବେଳେ ଫେରିବା ମାର୍ଗରେ ପୁରୀରୁ ଏହି ଟ୍ରେନ୍ ୨୪ ଏପ୍ରିଲରେ ରାତି ୧୦ଟା ୨୦ମି.ରେ ଛାଡି ନୂଆଦିଲ୍ଲୀ ଯାତ୍ରା କରିବ ।

ସମ୍ବଲପୁର-ଏରୋଡ୍ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ: 08311/08312 ସମ୍ବଲପୁର-ଏରୋଡ-ସମ୍ବଲପୁର ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ ମେ ମାସ ୧ରୁ ଜୁନ ମାସ ୨୬ ତାରିଖ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ ୧୧ଟା ୩୫ମି.ରେ ସମ୍ବଲପୁରରୁ ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଏରୋଡରୁ ୩ ମେରୁ ୨୮ ଜୁନ୍ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୨ଘ. ୪୫ମି.ରେ ଛାଡି ସମ୍ବଲପୁର ଯାତ୍ରା କରିବ ।

ବିଶାଖାପାଟନମ୍-ବେଙ୍ଗାଲୁରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ: 08549/08550 ବିଶାଖାପାଟନମ୍ - ବେଙ୍ଗାଲୁରୁ-ବିଶାଖାପାଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୭ ଏପ୍ରିଲରୁ ୨୯ ଜୁନ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ମଧ୍ୟାହ୍ନ ୧ଟା ୧୫ ମି.ରେ ବିଶାଖାପାଟନମ୍ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ୨୮ ଏପ୍ରିଲ୍ ରୁ ୩୦ ଜୁନ ମଧ୍ୟରେ ବେଙ୍ଗାଲୁରୁ ଠାରୁ ଛାଡି ବିଶାଖାପାଟନମ୍ ଯାତ୍ରା କରିବ ।

ବିଶାଖାପାଟନମ୍-ଚେନ୍ନାଇ ଏଗମୋର ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ: 08557/08558 ବିଶାଖାପାଟନମ୍-ଚେନ୍ନାଇ ଏଗମୋର-ବିଶାଖାପାଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୭ ଏପ୍ରିଲରୁ ୨୯ ଜୁନ ମଧ୍ୟରେ ପ୍ରତ୍ୟେକ ଶନିବାର ସନ୍ଧ୍ୟା ୭ଟାରେ ବିଶାଖାପାଟନମ୍ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଚେନ୍ନାଇ ଏଗମୋର ଠାରୁ ୨୮ ଏପ୍ରିଲ୍ ରୁ ୩୦ ଜୁନ ମଧ୍ୟରେ ପ୍ରତ୍ୟକ ରବିବାର ଦିନ ୧୦ ଘ. ୩୦ ମି.ରେ ଚେନ୍ନାଇ ଠାରୁ ଛାଡି ବିଶାଖାପାଟନମ୍ ଯାତ୍ରା କରିବ।

ବିଶାଖାପାଟନମ୍-ହଟିଆ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ: 08559/08560 ବିଶାଖାପାଟନମ୍-ହଟିଆ-ବିଶାଖାପାଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୮ ଏପ୍ରିଲରୁ ୩୦ ଜୁନ୍ ମଧ୍ୟରେ ପ୍ରତ୍ୟେକ ରବିବାର ରାତ୍ରି ୧୧ଟା ୫୦ ମି.ରେ ବିଶାଖାପାଟନମରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ହଟିଆ ଠାରୁ ୨୯ ଏପ୍ରିଲ ଠାରୁ ଜୁଲାଇ ମାସ ପହିଲା ମଧ୍ୟରେ ହଟିଆ ଠାରୁ ପ୍ରତ୍ୟକ ସୋମବାର ଅପରାହ୍ନ ୪ଟାରେ ଛାଡି ବିଶାଖାପାଟନମ୍ ଯାତ୍ରା କରିବ ।


ସୂଚନାଯୋଗ୍ୟ ଏହାପୂର୍ବରୁ ପୂର୍ବତଟ ରେଳପଥ ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ୨୨ ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ପୁରୀ, ଭୁବନେଶ୍ୱର, ବିଶାଖାପାଟନମ୍, ସମ୍ବଲପୁର, କଟକ ଏବଂ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରୁ ବାହାରି ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ ପାଇଁ ଯୋଜନା ରହିଛି ।

ଏହାମଧ୍ୟ ପଢନ୍ତୁ.. ରାଜଧାନୀ ରାମ ମନ୍ଦିରରେ ଲମ୍ବା ଲାଇନ; ଖରାକୁ ନାହିଁ ଖାତିର, ପଣା ପିଇ ଠାକୁର ଦର୍ଶନ କଲେ ଶ୍ରଦ୍ଧାଳୁ - Bhubaneswar Ram Temple



ଭୁବନେଶ୍ୱର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.