ରାଜଧାନୀ ରାମ ମନ୍ଦିରରେ ଲମ୍ବା ଲାଇନ; ଖରାକୁ ନାହିଁ ଖାତିର, ପଣା ପିଇ ଠାକୁର ଦର୍ଶନ କଲେ ଶ୍ରଦ୍ଧାଳୁ - Bhubaneswar Ram Temple

By ETV Bharat Odisha Team

Published : Apr 17, 2024, 9:26 PM IST

thumbnail

Ram Mandir ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀରେ ଚାରିଆଡେ ଗୁଞ୍ଜରିତ ହେଉଛି ରାମ ନାମ । ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀରାମଙ୍କ ଟିକିଏ ଝଲକ ପାଇବା ପାଇଁ ସବୁ ରାମ ମନ୍ଦିରରେ ପ୍ରବଳ ଭିଡ଼ । ହେଲେ ଆଜିର ଦିନରେ ରାଜଧାନୀରେ ଥିବା ରାମ ମନ୍ଦିରର ଦୃଶ୍ୟ ଟିକେ ନିଆରା । ପ୍ରଚଣ୍ଡ ଖରାରେ ରାଜଧାନୀବାସୀ ସନ୍ତୁଳିତ ହେଉଥିବା ବେଳେ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ସତେ ଯେମିତି ଖରାକୁ କାହାର ଖାତିର ନାହିଁ । ଡ଼ହଡ଼ହ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭୁବନେଶ୍ବର ରାମ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ପ୍ରବଳ ଗହଳି । ଆଉ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା ଲମ୍ବା ଧାଡ଼ି । ଖରା ଗରମ କଷ୍ଟ ମଧ୍ୟରେ ଧାଡ଼ିରେ ଛିଡ଼ା ହେବାପାଇଁ ଭକ୍ତମାନଙ୍କୁ ଜୋସ ଦେଇଥିଲା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବଣ୍ଟନ କରାଯାଉଥିବା ପଣା ସର୍ବତ । 

ଖରାର ପ୍ରକୋପରେ ଶରୀର ତାତି ଯାଉଥିଲେ ବି ପ୍ରଭୁଙ୍କ ପାଇଁ ଦିନଟିଏ ହୋଇଥିବାରୁ ଦର୍ଶନର ସୌଭାଗ୍ୟକୁ ନେଇ ବେସ ଚଳଚଞ୍ଚଳ ହୋଇଥିଲା ରାମ ମନ୍ଦିର । ଆଉ ଏହି ଖରାରୁ ଟିକେ ଆଶ୍ବସ୍ତି ଦେବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସ୍କ୍ୱାଡଗାଇଡ ପକ୍ଷରୁ ପାଣି ସିଞ୍ଚନ ସହ ବିଭିନ୍ନ ପ୍ରକାର ମୃଦୁ ପାନୀୟର ବ୍ୟବସ୍ଥା କରାଯାଇଥିଲା । ଏହାକୁ ପିଇ ଗୁଳୁଗୁଳି ଓ ତାତିରୁ ଟିକିଏ ଆଶ୍ବସ୍ତି ପାଇ ପ୍ରଭୁଙ୍କର ଦର୍ଶନ କରିଥିଲେ ଭକ୍ତ । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.