ETV Bharat / state

ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By ETV Bharat Odisha Team

Published : Jan 28, 2024, 7:24 AM IST

ଟ୍ରକ ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ
ଟ୍ରକ ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ

Dhenkanal Truck Accident: ଢେଙ୍କାନାଳରେ ସଡ଼କ ଦୁର୍ଘଟଣା । ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଟ୍ରକ । ସାଇକେଲ ଆରୋହୀ ମୃତ । ଅଧିକ ପଢ଼ନ୍ତୁ

ଟ୍ରକ ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ

ଢେଙ୍କାନାଳ: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ଅସାବଧାନତା ତଥା ବେପରୁଆ ଗାଡ଼ି ଚାଳନା ପାଇଁ ଅକାଳରେ ବଳି ପଡ଼ିଯାଉଛି ନିରୀହ ଜୀବନ । ରାଜ୍ୟରେ ପିଛା ଛାଡୁନି ଦୁର୍ଘଟଣା । ଗତ କିଛିଦିନ ଧରି ଲଗାତାର ଭାବରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ତେବେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳରେ । ଯେଉଁଠାରେ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି l ଯାହାକୁ ନେଇ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ଜାତୀୟ ରାଜପଥ ନଂ 53 ରାସ୍ତାକୁ ଅବରୋଧ କରିଥିଲା । ପୋଲିସ ଆସି ବୁଝାସୁଝା କରିବା ପରେ ରାସ୍ତାରୁ ହଟିଥିଲେ ଉତ୍ତ୍ୟକ୍ତ ଲୋକ ।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଧିନ ଚକାପାଳ ଗ୍ରାମର ଗଙ୍ଗାଧର ପ୍ରଧାନ ଗତକାଲି ଅପରାହ୍ନରେ କୌଣସି କାମରେ NH ୫୩ରେ ଶାସନ ଛକକୁ ସାଇକେଲ ଯୋଗେ ଆସୁଥିଲେ । ଆସିବା ବାଟରେ କାମାକ୍ଷାନଗର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଆସି ଗଙ୍ଗାଧରଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଗଙ୍ଗାଧର ପଡିରହିଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଗଙ୍ଗାଧରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ

ଏହା ମଧ୍ୟ ପଢ଼ନ୍ତୁ.....କୋରାପୁଟରେ ସ୍କର୍ପିଓ-ବାଇକ-ଅଟୋ ମୁହାଁମୁହିଁ, ୩ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପା ଘୋଷଣା

ସେପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଜଣଙ୍କ ଗାଡି ଛାଡି ଫେରାର ହୋଇଛନ୍ତି । ଗଙ୍ଗଧର ଜଣେ ଗରିବ ଲୋକ ହୋଇଥିବାରୁ ସ୍ଥାନୀୟ ଲୋକେ କ୍ଷତୀପୂରଣ ଦାବିରେ କିଛି ସମୟ ପାଇଁ ଜାତୀୟ ରାଜପଥ ନଂ 53କୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତାରେକ ହଟିଥିଲା । ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଠାଇ ଅଧିକ ତଦନ୍ତ ଚଳାଇଛି । ତେବେ ଆଜି ରାତି ହୋଇଯାଇଥିବାରୁ ମୃତଦେହ ବ୍ୟବଛେଦ ହୋଇପାରିନାହିଁ l ଆଜି ବ୍ୟବଚ୍ଛେଦ ସାରିବା ପରେ ଗଙ୍ଗାଧରଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କହିଛି କାମାକ୍ଷାନଗର ପୋଲିସ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.