ETV Bharat / state

ବଣାଇ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଶାଳ ରାଲି କରି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି - odisha assembly election

author img

By ETV Bharat Odisha Team

Published : Apr 30, 2024, 12:39 PM IST

ODISHA ASSEMBLY ELECTION
ODISHA ASSEMBLY ELECTION

BJD Candidate Bhimsen Choudhary: ବଣାଇ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ। ଶୋଭାଯାତ୍ରାରେ କଲେ ଶକ୍ତି ପ୍ରଦର୍ଶନ । ଅଧିକ ପଢନ୍ତୁ

ODISHA ASSEMBLY ELECTION

ରାଉରକେଲା: ମେ 20ରେ ସୁନ୍ଦରଗଡରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ହାତରେ ମାତ୍ର ଆଉ କମ ଦିନ ଥିବାରୁ ପ୍ରଚାରକୁ ଜୋରଦାର କରିବା ସହ ନାମାଙ୍କନ ଦାଖଲ କରୁଛନ୍ତି ପ୍ରତିଦ୍ବନ୍ଦ୍ବି ଦଳର ପ୍ରାର୍ଥୀ । ବଣାଇ ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଭୀମସେନ ଚୌଧୁରୀ ସୋମବାର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନାମାଙ୍କନର ଶେଷ ତାରିଖ ମେ 3 ରହିଛି ।

ବଣାଇରେ ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀ ଶକ୍ତି ପ୍ରଦର୍ଶନ କରିବା ସହ ପ୍ରସିଦ୍ଧ ଶୈବପୀଠ ବାବା ବାଣେଶ୍ଵରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପରେ ପାରମ୍ପରିକ ଆଦିବାସୀ ବାଦ୍ୟ ଓ ନୃତ୍ୟର ତାଳେତାଳେ କର୍ମକର୍ତ୍ତା ଓ ସମର୍ଥକଙ୍କ ସହ ଭୀମସେନ ଶୋଭାଯାତ୍ରାରେ ଦେଓଗାଁ ଛକ ନିକଟରୁ ବାହାରିଥିଲେ। ଶୋଭାଯାତ୍ରା ଚର୍ଚ୍ଚଛକ, ବ୍ଲକ୍ ଛକ, କଲେଜ ଛକ ଦେଇ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହାପରେ ନାମାଙ୍କନ ଦାଖଲ କରିଥିଲେ ଭୀମସେନ ଚୌଧୁରୀ । ବିଜେଡିର ବିଜୟ ସୁନିଶ୍ଚିତ ବୋଲି ସେ ମତ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ମେ 25ରେ ପଡ଼ିବ ଭୋଟ୍ - sixth phase lok sabha election

ବଣାଇ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଧାୟକ ରହିଛନ୍ତି ସିପିଆଇଏମର ଲକ୍ଷ୍ମଣ ମୁଣାଡ। ଏହି ଆସନରେ ବିଜେଡି କେବେବି ବିଜୟୀ ହୋଇନାହିଁ । ତେଣୁ ଚଳିତ ଥର ଏହି ଗଡକୁ ନିଜ ନାମରେ କରିବାକି ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । ଏଥର ବିଜେଡିର ସମ୍ପୂର୍ଣ୍ଣ ଭାବରେ ଏକ ପାଖିଆ ବିଜୟ ହେବ। ବିଜେପି ସହ ଲଢେ଼ଇ ବଣାଇରେ ନାହିଁ, କେବଳ CPIM ହାଲୁକା ଟକ୍କର ଦେବ । ଲୋକେ ବିଜେଡିକୁ ବିଜୟୀ କରିବା ପାଇଁ ମନସ୍ଥ କରିଛନ୍ତି ଏବଂ ବଣାଇରେ ଏଥର ଶଙ୍ଖ ବାଜିବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ। ଶୋଭାଯାତ୍ରାରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ ସହ ଦଳର ବରିଷ୍ଠ କର୍ମୀ ଏବ ନେତା ଉପସ୍ଥିତ ଥିଲେ।

ଗତ ଏପ୍ରିଲ 26 ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଓ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମେ 3 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 49 ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.