ETV Bharat / state

ବାଇକକୁ ପିଟିଲା ତୀର୍ଥଯାତ୍ରୀ ବସ୍ ! ଆହତଙ୍କୁ ଆମ୍ବୁଲାନ୍ସ ସେବା ମିଳିନଥିବା ଅଭିଯୋଗ

author img

By ETV Bharat Odisha Team

Published : Feb 7, 2024, 10:56 PM IST

Ambulance Fails To Arrive
Ambulance Fails To Arrive

Ambulance Fails To Arrive: ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଠିକ୍ ସମୟରେ ମିଳିଲାନି ଆମ୍ବୁଲାନ୍ସ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ଅଧିକ ପଢନ୍ତୁ

Ambulance Fails To Arrive

ବୌଦ୍ଧ: ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଠିକ୍ ସମୟରେ ମିଳିଲାନି ଆମ୍ବୁଲାନ୍ସ ସେବା । ପ୍ରଶାସନିକ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦୁଇଟି ଆମ୍ବୁଲାନ୍ସ ଥାଇ ମଧ୍ୟ ଗୁରୁତର ବ୍ୟକ୍ତି ସେବା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଆମ୍ବୁଲାନ୍ସ ଥାଇ ମଧ୍ୟ ଫିଟନେସ ନାହିଁ । ଯେଉଁ କାରଣରୁ ଆମ୍ବୁଲାନ୍ସ ସେବା ଠିକ ସମୟରେ ମିଳିନଥିବା ପରିବାରଲୋକେ ଅଭିଯୋଗ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ବୌଦ୍ଧ ଜିଲ୍ଲାରେ ଆଜି ଏକ ସଡକ ଦୁର୍ଘଟଣା ଘଟିଥିଲା । ଗୋଟିଏ ପରିବାରର ସଦସ୍ୟ ବାଇକ ଯୋଗେ ଆସୁଥିବାବେଳେ ପଛରୁ ସରକାରଙ୍କ ପକ୍ଷରୁ ତୀର୍ଥ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଏକ ବସ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ଗୁରୁତର ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ ତାଳପଦର ଗ୍ରାମର ଦମ୍ପତି ନିଜର ଛୋଟ ପୁଅକୁ ନେଇ ବାଇକ ଯୋଗେ କରଡି ଅଭିମୁଖେ ବାହାରିଥିଲେ । ସେମାନେ ସାହାଜପାଲ ନିକଟସ୍ଥ ସିଦ୍ଧପୁର ଗ୍ରାମ ନିକଟରେ ବାଇକରେ ଆସୁଥିବାବେଳେ ପଛରୁ ଏକ ବସ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଉକ୍ତ ବାଇକ ଚାଳକଙ୍କ ସମ୍ପର୍କୀୟ ଅନ୍ୟ ଏକ ବାଇକରେ ଆସୁଥିବାବେଳେ ସେମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସମ୍ପର୍କୀୟ ।

ଏହା ବି ପଢନ୍ତୁ...ଭାରସାମ୍ୟ ହରାଇ ପୋଖରୀରେ ପଡ଼ିଗଲା ସ୍କୁଟି, ମୁଣ୍ଡରେ ଆଘାତ ଲାଗି ଚାଳକଙ୍କ ମୃତ୍ୟୁ

ତେବେ ଦୁର୍ଘଟଣା ଘଟାଇଥିବା ବସଟି ସରକାରଙ୍କ ପକ୍ଷରୁ ତୀର୍ଥ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ବସ ବୋଲି ଆହତଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଅପରପକ୍ଷେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ଅଭାବରୁ ଗୁରୁତର ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦୁଇଟି ଆମ୍ବୁଲାନ୍ସ ଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ଯୋଗୁଁ କେବଳ ଫିଟନେସ କାଗଜପତ୍ର ପାଇଁ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳିପାରିନଥିବା ଅଭିଯୋଗ ହୋଇଛି । ଏହାପରେ ପୁରୁଣା କଟକରୁ ଏକ ଆମ୍ବୁଲାନ୍ସ ଆସିବା ପରେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.