ETV Bharat / state

ବ୍ରହ୍ମପୁର ଗସ୍ତ କରିବେ ମୋଦି, ପ୍ରଶାସନର ସମୀକ୍ଷା ବୈଠକ - Modi To Visit Odisha

author img

By ETV Bharat Odisha Team

Published : May 3, 2024, 5:01 PM IST

ବ୍ରହ୍ମପୁର ଗସ୍ତ କରିବେ ମୋଦି, ବିଭିନ୍ନ ବିଷୟରେ ପ୍ରଶାସନର ସମୀକ୍ଷା ବୈଠକ
ବ୍ରହ୍ମପୁର ଗସ୍ତ କରିବେ ମୋଦି, ବିଭିନ୍ନ ବିଷୟରେ ପ୍ରଶାସନର ସମୀକ୍ଷା ବୈଠକ(ETV Bharat Odisha)

Review Meeting Before PM Modi To Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ସମୀକ୍ଷା ବୈଠକ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ଗସ୍ତ କରିବେ ମୋଦି, ବିଭିନ୍ନ ବିଷୟରେ ପ୍ରଶାସନର ସମୀକ୍ଷା ବୈଠକ (ETV Bharat Odisha)

ବ୍ରହ୍ମପୁର: ଆସନ୍ତା ୬ ତାରିଖ (ବୁଧବାର) ବ୍ରହ୍ମପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ମୋଦିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ସମୀକ୍ଷା ବୈଠକ କରାଯାଇଛି । ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସହର ଉପକଣ୍ଠ କନିଷି ଠାରେ ମୋଦିଙ୍କ ଆଗାମୀ ସାଧାରଣ ସଭା ହେବାକୁ ରହିଥିବା ବେଳେ ଏହି ସଭାରେ ଲକ୍ଷାଧିକ ଜନସମାଗମ ହେବାର ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଆଜି ବୈଠକରେ ଆଲୋଚନା କରାଯାଇଛି ।

ଆସନ୍ତା ୬ ତାରିଖ ଦିନ ସକାଳ ୧୦ ଟା ସମୟରେ ବ୍ରହ୍ମପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନିଷି ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବଧନ ଦେବେ । ତେବେ ମୋଦିଙ୍କ ଗସ୍ତକୁ ନେଇ ଆଜି ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶସାନ ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବାକୁ ଥିବା ଅଧିକାରୀମାନେ ବୈଠକେରେ ଆଲୋଚନା କରିଛନ୍ତି । ମୋଦିଙ୍କ ସଭା ସ୍ଥଳ, ହେଲିପ୍ୟାଡ୍ ସ୍ଥାନ, ଜନସାଧାରଣଙ୍କ ପ୍ରବେଶ, ଟ୍ରାଫିକ୍ ବ୍ୟବସ୍ଥା ଓ ପାର୍କିଂ ସ୍ଥାନ ଚିହ୍ନଟ ଭଳି ସମସ୍ତ ବ୍ୟବସ୍ଥା ସହିତ ପୋଲିସ ଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ରହିଥିଲେ ।ବୈଠକେରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦାୟିତ୍ବରେ ରହିଥିବା ଡି.ଆଇ.ଡି ସାର୍ଥକ ଷଡଙ୍ଗୀଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ସମସ୍ତ ପୋଲିସ ଓ ପ୍ରଶାସନର ଅଧିକାରୀଙ୍କ ସମେତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଗୋପାଳପୁରରେ ଗୁରୁମନ୍ତ୍ର ଦେଲେ ନଡ୍ଡା - BJP Workers Meeting

ସେପଟେ ବ୍ରହ୍ମପୁର ସହରକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସୁଥିବା ବେଳେ ଏହାକୁ ନେଇ ବିଜେପି ନେତୃବୃନ୍ଦ ଯେତିକି ଖୁସି ରହିଛନ୍ତି ତା ଠାରୁ ଅଧିକା ଉତ୍ସାହିତ ଜନସାଧାରଣ ରହିଥିବା କହିଛନ୍ତି ବିଜେପିର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ସାହୁ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେହି ସ୍ଥାନରେ ସକାଳ ୮ ଘଣ୍ଟା ସୁଦ୍ଧା ସମସ୍ତ ଜନସାଧାରଣ ପହଞ୍ଚିବା ପାଇଁ ଅନୁରୋଧ କରିଛନ୍ତି ସୁବାସ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଭଳି ସମୟରେ ବିଜେପି ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ବିଜେପି ଦଳର ଷ୍ଟାର ପ୍ରଚାରକମାନେ ଭୋଟ ଭିକ୍ଷା କରୁଛନ୍ତି । ଗତ କିଛି ଦିନ ତଳେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଲୋକସଭା କ୍ଷେତ୍ରର ସାତୋଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ଗସ୍ତ କରି ଭୋଟ ଭିକ୍ଷା କରିଥିଲେ । ଏହାପରେ ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତକୁ ନେଇ ଗୋଟିଏ ପଟେ ଉତ୍ସାହ ଲାଗିରହିଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.