ETV Bharat / politics

ଦକ୍ଷିଣ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଗୋପାଳପୁରରେ ଗୁରୁମନ୍ତ୍ର ଦେଲେ ନଡ୍ଡା - BJP Workers Meeting

author img

By ETV Bharat Odisha Team

Published : Apr 29, 2024, 6:54 AM IST

BJP Workers Meeting: ବିଜେପି କର୍ମକର୍ତ୍ତାଙ୍କୁ ନେଇ ଜେ.ପି.ନଡ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଲେ ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ

ସାଧାରଣ ସଭା ପରେ ଦକ୍ଷିଣ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଗୋପାଳପୁରରେ ଗୁରୁମନ୍ତ୍ର ଦେଲେ ଜେ.ପି. ନଡ୍ଡା
ସାଧାରଣ ସଭା ପରେ ଦକ୍ଷିଣ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଗୋପାଳପୁରରେ ଗୁରୁମନ୍ତ୍ର ଦେଲେ ଜେ.ପି. ନଡ୍ଡା

ସାଧାରଣ ସଭା ପରେ ଦକ୍ଷିଣ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଗୋପାଳପୁରରେ ଗୁରୁମନ୍ତ୍ର ଦେଲେ ଜେ.ପି. ନଡ୍ଡା

ବ୍ରହ୍ମପୁର: ରାଜ୍ୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜୋରଦାର ପ୍ରସ୍ତୁତି ଚଲାଇଛି ଭାରତୀୟ ଜନତା ପାର୍ଟି । କେନ୍ଦ୍ର ହେବିୱେଟ୍‌ ନେତାମାନେ ଘନଘନ ଓଡ଼ିଶା ଗସ୍ତ କରି ଦଳୀୟ ପ୍ରଚାରକୁ ଜୋରଦାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ବ୍ରହ୍ମପୁର ଗସ୍ତ କରି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ବ୍ରହ୍ମପୁର ଗସ୍ତରେ ଆସି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପରେ ଦକ୍ଷିଣ ଓଡ଼ିଶାର ଦଳର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗୋପାଳପୁର ଠାରେ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ଦଳର ସଙ୍ଗଠନ କିଭଳି ସୁଦୃଢ଼ ହେବ ଓ ଆସନ୍ତା ନିର୍ବାଚନରେ କିଭଳି ଦଳ ବିଜୟୀ ହେବ ସେନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା, ବିସ୍ଥାରକ, ପ୍ରଭାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ତେବେ କାର୍ଯ୍ୟକର୍ତ୍ତା ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି. ନଡ୍ଡାଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀ ସାମିଲ ଅଛନ୍ତି । ଏହାସହ 4ଟି ଲୋକସଭା ଓ 6ଟି ଜିଲ୍ଲାର ଶୀର୍ଷ ନେତୃତ୍ବ ସାମିଲ ରହିଥିବା ବେଳେ 4ଟି ଲୋକସଭାର ପ୍ରଭାରୀ, ସଂଯୋଜକ, ବିସ୍ଥାରକ, ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥିଲେ ।

ଏହା ମଧ୍ଯ ପଢ଼ନ୍ତୁ...ଆମ୍ବପୁଆରେ ନଡ୍ଡାଙ୍କ ଆହ୍ବାନ: ଓଡିଶାର ବିକାଶ ପାଇଁ ପଦ୍ମ ଫୁଟାନ୍ତୁ - Nadda Address Public Meeting

ତେବେ ଆଜି ବ୍ରହ୍ମପୁରର ଆମ୍ବପୁଆ ଠାରେ ଆୟୋଜିତ ସଭାରେ ଜେପି ନଡ୍ଡା କହିଛନ୍ତି, "ମୋଦି ସରକାର ଯେଉଁ ବିକାଶ ଦିଲ୍ଲୀରେ କରିଛନ୍ତି ତାହାକୁ ସଠିକ ଭାବେ ରୂପାନ୍ତର କରିବାକୁ ଏଠାରେ ମଧ୍ୟ ପଦ୍ମ ଫୁଟାଇବାକୁ ପଡ଼ିବ । ଆଉ ଭାରତୀୟ ଜନତା ପାର୍ଟିର ସରକାର ଆଣିବାକୁ ପଡ଼ିବ । ମୋଦି ରାଜନୀତିର ସଂଜ୍ଞା ବଦଳାଇଛନ୍ତି । ଆଜି ପୁରା ଦୁନିଆ କହୁଛି ଯେ, ଭାରତ ବଦଳି ଯାଇଛି । ବିକଶିତ ଭାରତର ସଂକଳ୍ପ ନେଇ ଆମେ ଆଗକୁ ବଢିଚାଲିଛୁ । ମହାମାରୀ କୋରୋନାର ପ୍ରଭାବ ଓ ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୀତି ଭୁଶୁଡି ପଡିଛି । ହେଲେ ମୋଦିଙ୍କ ନେତୃତ୍ବରରେ ଯଦି କାହାକୁ ଚମକ ଦେଖାଯାଉଛି ତାହା ହେଉଛି କେବଳ ଭାରତ ଅର୍ଥନୀତି । ଅର୍ଥ ବ୍ୟବସ୍ଥାରେ ଭାରତ ୫ ନମ୍ବର ସ୍ଥାନରେ ପହଞ୍ଚିପାରିଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.