ETV Bharat / state

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ, 2 ମୃତ

author img

By ETV Bharat Odisha Team

Published : Feb 27, 2024, 7:29 AM IST

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ

Nabarangpur Road Accident: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତୁରୀ ନଦୀ ନିର୍ମାଣଧୀନ ପୋଲ ତଳକୁ ବାଇକ ଖସି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତୁରୀ ନଦୀ ନିର୍ମାଣଧୀନ ପୋଲ ନିକଟରେ । ଦୁର୍ଘଟଣାରେ ଦୁହେଁ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କୁ ହସ୍ପିଟାଲ ନେବା ସମୟରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି (24) ନାମକ ଜଣେ ଯୁବକ ଓ ଡାବୁଗାଁ ଥାନା ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରାଇନା ଯାନୀ ନାମକ ଜଣେ ଯୁବତୀ ଦୁହେଁ ଏକ ବାଇକ OD24J 4210 ଯୋଗେ ନବରଙ୍ଗପୁର ବ୍ଲକ ଲୋଦିଯୋଡି ଯାଉଥିଲେ । ଏହି ସମୟରେ ପାପଡାହାଣ୍ଡି ତୁରୀ ନଦୀ ପୋଲ ନିର୍ମାଣ କାମ ଜାରି ରହିଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ପୋଲରୁ କିଛି ଦୂରରେ ଏକ ମାଟି କାନ୍ଥ କରାଯାଇଛି । ତେବେ ବାଇକ ଚାଳକ ଭାରସାମ୍ୟ ହରାଇ ପ୍ରଥମେ ମାଟି କାନ୍ଥରେ ବାଡେଇ ହେବା ପରେ ପୋଲ ତଳକୁ ଖସି ପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସେହି ଶେଷ ନାଟକ, ଅଭିନୟ ପୂର୍ବରୁ ଅଫେରା ରାଇଜକୁ ବାହୁଡି ଗଲେ 3 କଳାକାର

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ପାଇଁ ରାସ୍ତା ସଫା କରୁଥିବା ବେଳେ ପୋଲିସ ଜିପ୍ ଦୁର୍ଘଟଣା, ୧୫ ଆହତ

ପୋଲ ତଳକୁ ଖସି ପଡ଼ିବା ପରେ 2 ଜଣ ଗୁରୁତର ଆହତ ହୋଇଥିଲେ । ପୋଲ ନିର୍ମାଣରେ କାର୍ଯ୍ୟରତ ଥିବା କିଛି ଶ୍ରମିକ ଦୁର୍ଘଟଣା ଘଟିଥିବା ଜାଣିବା ପରେ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେମାନଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ହିଁ ବାଟରେ ମୃତ୍ୟୁ ଘଟିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି । ଏହାସହ ପାପଡାହାଣ୍ଡି ଥାନାରେ କେସ ନଂ ୟୁଡ଼ି 50/24 ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଶିବ ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି । ଅକାଳରେ ଏଭଳି 2 ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.