ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ପାଇଁ ରାସ୍ତା ସଫା କରୁଥିବା ବେଳେ ପୋଲିସ ଜିପ୍ ଦୁର୍ଘଟଣା, ୧୫ ଆହତ

author img

By ETV Bharat Odisha Team

Published : Feb 25, 2024, 8:57 AM IST

Police Car Meets With Accident: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାରକେଡ୍‌ ପାଇଁ ରାସ୍ତା କ୍ଲିୟର କରୁଥିବା ବେଳେ ପୋଲିସ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୫ ଆହତ ।

Police Car Meets With Accident
Police Car Meets With Accident

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାରକେଡ୍‌ ପାଇଁ ରାସ୍ତା କ୍ଲିୟର କରୁଥିବା ବେଳେ ପୋଲିସ ଜିପ୍ ଦୁର୍ଘଟଣା । ଏଥିରେ ୫ ଜଣ ପୋଲିସ କର୍ମୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ୟୁପିର ଅର୍ଜୁନଗଞ୍ଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଜିପ୍‌ ଆଗରେ ହଠାତ୍ ଗୋଟିଏ କୁକୁର ଚାଲି ଆସିଥିଲା । ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତାକଡରେ ପାର୍କିଂ ହୋଇଥିବା ଆଉ ଦୁଇଟି ଗାଡିକୁ ଯାଇ ଧକ୍କା ଦେଇଥିଲା ଏବଂ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଏୟାରପୋର୍ଟରୁ ବାହାରି ଥିଲା । ପୋଲିସ କର୍ମୀମାନେ କାରକେଡ୍ ପାଇଁ ଜିପ୍‌ରେ ରାସ୍ତା ସଫା କରୁଥିଲେ । ଜିପ୍‌ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍ ଗୋଟିଏ କୁକୁର ଆଗକୁ ଚାଲି ଆସିଥିଲା । ତାକୁ ଧକ୍କା ନ ଦେବାକୁ ଯାଇ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ ଏବଂ ଜିପ୍ ସିଧା ଯାଇ ଆଉ ଦୁଇଟି ଗାଡି ସହ ଧକ୍କା ହୋଇଥିଲା । ଏହାପରେ ଓଲଟି ପଡିଥିଲା । ଏହି ଘଟଣାରେ ଜିପରେ ଥିବା ୫ ଜଣ ପୋଲିସ କର୍ମୀଙ୍କ ସହ ଦୁର୍ଘଟଣାଗସ୍ତ ଆଉ ଦୁଇଟି ଗାଡିରେ ବସିଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଶିଶୁ ଥିବାର ମଧ୍ୟ ଜଣାପଡିଛି । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅଧାରେ ରହିଲା ଗଙ୍ଗା ସ୍ନାନ: ପୋଖରୀକୁ ଖସିଲା ଟ୍ରାକ୍ଟର, 24 ମୃତ


ଏହି ଦୁର୍ଘଟଣାକୁ ନେଇ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେ କହିଛନ୍ତି ''ବୁଲା ପଶୁ ସମସ୍ୟା ଉତ୍ତରପ୍ରଦେଶର ଏକ ବଡ ସତ୍ୟ । ରାସ୍ତାରେ ଏହି ପଶୁଙ୍କ ବିଚରଣ ସମସ୍ୟାକୁ ଗମ୍ଭୀରତାର ସହ ନ ନେବା କାରଣରୁ ଆଜି ସ୍ବୟଂ ମୁଖ୍ୟମନ୍ତ୍ରୀଜୀଙ୍କ କାରକେଡ୍ ଦୁର୍ଘଟଣାର ଶିକାର ହୋଇଛି ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତନୀୟ । ଆଶା କରୁଛି ଏବେ ସରକାରଙ୍କ ଆଖି ଖୋଲି ଯାଇଥିବ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.