ETV Bharat / state

ପଶ୍ଚିମବଙ୍ଗରୁ ଓଡ଼ିଶା ବ୍ରାଉନସୁଗାର କାରବାର: କୋଟିଏ ଟଙ୍କାର ହେରୋଇନ ଜବତ, ୨ ଗିରଫ - Brown Sugar Seized

author img

By ETV Bharat Odisha Team

Published : Apr 24, 2024, 10:01 AM IST

Brown sugar Seized Talcher
Brown sugar Seized Talcher

Brown sugar Seized Talcher: ତାଳଚେରରେ ବ୍ରାଉନସୁଗାର ଡିଲ ବେଳେ ଭୁବନେଶ୍ୱର ଏସଟିଏଫର ଚଢାଉ । ପାଖାପାଖି ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ ସହ ୨ ଗିରଫ । ଡିଲରେ ପଶ୍ଚିମବଙ୍ଗ ଲିଙ୍କ୍ । ଅଧିକ ପଢନ୍ତୁ

STF

ଭୁବନେଶ୍ୱର: ନିର୍ବାଚନୀ ମାହୋଲରେ ସକ୍ରିୟ ନିଶା ମାଫିଆ । ଚେକିଂ ବ୍ଲକି ଜୋରଦାର ଚାଲିଥିଲେ ବି ଚୋରାବାଟ ଦେଇ ରାଜ୍ୟ ରାଜ୍ୟ ମଧ୍ୟରେ ଚାଲୁଛି ନିଶା କାରବାର । ଅନୁଗୋଳ ଜିଲ୍ଲା ତାଳଚେରରୁ ୧ କେଜି ୧୨୦ ଗ୍ରାମ ବ୍ରାଉନସୁଗାର ଡିଲ ଚାଲିଥିବା ବେଳେ ଏସଟିଏଫର ଧରପଗଡ । ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ରହିଛି । ଗିରଫ ଡ୍ରଗ୍ସ ଡିଲର ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଟ୍ରେନ ଯୋଗେ ତାଳଚେର ଆସିଥିବା କହୁଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Brown sugar Seized Talcher
Brown sugar Seized Talcher


ଏନେଇ ପ୍ରେସମିଟରେ ସୂଚନା ଦେଇ ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି ଯେ, ତାଳଚେରରେ ବ୍ରାଉନସୁଗାର ଡିଲ ନେଇ ଏସଟିଏଫକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା । ସୂଚନା ଆଧାରରେ ଭୁବନେଶ୍ୱର STF ଟିମ ଅନୁଗୁଳ ପୋଲିସ ସହାୟତାରେ ତାଳଚେରରେ ଏକ ରେଡ କରିଥିଲେ । ରେଡ୍ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ କେଜି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଅଭିଯୁକ୍ତ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ରକିବୁଲ ସେକ ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ତାଳଚେରର ଶ୍ରୀନାଥ କଲୋନୀର ବିଜୟ ବୀରବର୍ମା ।

Brown sugar Seized Talcher
Brown sugar Seized Talcher

ଏହାମଧ୍ୟ ପଢନ୍ତୁ.. ଜେଲରୁ ବ୍ରାଉନସୁଗାର କାରବାର ମାମଲା: ୭ ଗିରଫ, ୯ ମୋବାଇଲ ଜବତ

ରକିବୁଲ ସେକ ମୁର୍ଶିଦାବାରୁ ଟ୍ରେନ ମାଧ୍ୟମରେ ଆସିଥିବା ଜଣାପଡିଛି । ଅନ୍ୟପଟେ ଜବତ ବ୍ରାଉନସୁଗାରର ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ରହିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଏହି ବ୍ରାଉନସୁଗାର (ହେରୋଇନ୍) ବିଶେଷ କରି ପଶ୍ଚିମବଙ୍ଗର ବର୍ଦ୍ଧମାନ, ମୁର୍ଶିଦାବାଦ ଆଦି ଅଞ୍ଚଳରେ ଚୋରା କାରବାର ହୋଇଥାଏ । ସ୍ଥାନୀୟ ଅଞ୍ଚଳରେ ହେଉଥିବା ଅଫିମ ରସ ସହ କେମିକାଲ ମିଶାଯାଇ ଏହାକୁ ପ୍ରସ୍ତୁତ ହୋଇଥାଏ । ଗତ ୨୦୨୦ରୁ ଏଯାବତ ୭୬ କେଜି ବ୍ରାଉନସୁଗାର ସହ ୧୨୪ କ୍ବିଣ୍ଟାଲ ଗଞ୍ଜେଇ ଓ ୧୪ କେଜି‌ ଅଫିମ ଜବତ ହୋଇଛି । ୧୯୪ଜଣ ଆନ୍ତଃରାଜ୍ୟ ତଥା ରାଜ୍ୟର ନିଶା ମାଫିଆ ଓ ବେପାରି ଓ ପେଡଲରଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ବିଜୟ ବୀରବର୍ମାର ଭାଇ ଅଜୟ ବୀରବର୍ମା ମଧ୍ୟ ନିଶା କାରବାର ମାମଲାରେ ଜେଲ ଯାଇଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.