ETV Bharat / sports

ମହଙ୍ଗା ପଡିଲା ବିସିସିଆଇ ନିର୍ଦ୍ଦେଶକୁ ଅଣଦେଖା, ବାର୍ଷିକ କଣ୍ଟ୍ରାକ୍ଟରୁ ବିଦା ହେଲେ ଆୟର-ଇଶାନ

author img

By ETV Bharat Odisha Team

Published : Feb 28, 2024, 7:55 PM IST

Updated : Feb 28, 2024, 8:28 PM IST

ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟରୁ ବିଦା ହେଲେ ଆୟର-ଇଶାନ
ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟରୁ ବିଦା ହେଲେ ଆୟର-ଇଶାନ

BCCI Annual Contract for 2023-24: ବୁଧବାର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତିନାମା ପ୍ରକାଶ କରିଛି ବିସିସିଆଇ । 4ଟି ଗ୍ରେଡ୍‌ରେ ଷ୍ଟାର ପ୍ଲେୟର ଶ୍ରେୟସ ଆୟର କିମ୍ବା ଇଶାନ କିଷାନଙ୍କୁ ସ୍ଥାନ ମିଳିନାହିଁ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ବୁଧବାର ବୋର୍ଡ ଅଫ୍‌ କ୍ରିକେଟ୍‌ କଣ୍ଟ୍ରୋଲ ଇନ୍‌ ଇଣ୍ଡିଆ (ବିସିସିଆଇ) ଏହାର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତିନାମା ପ୍ରକାଶ କରିଛି । 2023-24 କ୍ରୀଡ଼ା ବର୍ଷର ବାର୍ଷିକ ଚୁକ୍ତିନାମା ପ୍ରକାଶ କରିଛି ବିସିସିଆଇ । A+, A, B ଓ C ବଳି 4ଟି ଗ୍ରେଡ୍‌ରେ ଖେଳାଳିମାନଙ୍କୁ ସ୍ଥାନ ଦିଆଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବିସିସିଆଇର ଏହି 4ଟି ଗ୍ରେଡ୍‌ରେ ଷ୍ଟାର ପ୍ଲେୟର ଶ୍ରେୟସ ଆୟର କିମ୍ବା ଇଶାନ କିଷାନଙ୍କୁ ସ୍ଥାନ ମିଳିନାହିଁ । ଅର୍ଥାତ ଏହି ଦୁଇ ଖେଳାଳିଙ୍କୁ ବାର୍ଷିକ କଣ୍ଟ୍ରାକ୍ଟରୁ ବାହାର କରିଛି ବିସିସିଆଇ । ଦୁହେଁ ଗତବର୍ଷ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଥିଲେ । ହେଲେ ଏହାପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଉଭୟ ବିସିସିଆଇର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଜାରି ରହିଥିବା ଘରୋଇ ରଣଜୀ ମ୍ୟାଚ୍‌ ଖେଳିନଥିଲେ । ଏହି କାରଣରୁ ଉଭୟଙ୍କ ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି ।

ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟରେ 4ଟି ଗ୍ରେଡ୍‌ ରହିଛି । ଗ୍ରେଡ୍‌ A+, A, B ଏବଂ C ଭଳି 4ଟି ଗ୍ରେଡ୍‌ରେ ବିଭିନ୍ନ ଖେଳାଳିମାନଙ୍କୁ ସାମିଲ କରାଯାଇଛି । ଏହା ବାଦ 5 ବୋଲରଙ୍କୁ ଅତିରିକ୍ତ ଭାବେ ଫାଷ୍ଟ ବୋଲିଂ ପାଇଁ ଚୁକ୍ତିନାମାରେ ସାମିଲ କରିଛି ବିସିସିଆଇ । ଗ୍ରେଡ୍‌ A+ରେ 4 ଜଣ ଖେଳାଳି ରହିଥିବାବେଳେ ପୂର୍ବ କଣ୍ଟ୍ରାକ୍ଟ ମୁତାବକ ସେମାନଙ୍କୁ ବାର୍ଷିକ 7 କୋଟି ଟଙ୍କା ଦରମା ଦେବ ବିସିସିଆଇ । ସେହିଭଳି ଗ୍ରେଡ୍‌ Aରେ ରହିଛନ୍ତି 6 ଖେଳାଳି, ଯେଉଁମାନେ ବାର୍ଷିକ 5 କୋଟି ଟଙ୍କା ଦରମା ପାଇବେ । ଗ୍ରେଡ୍‌ Bରେ ଥିବା 5 ଖେଳାଳିଙ୍କୁ ବାର୍ଷିକ 3 କୋଟି ଟଙ୍କା ଦରମା ଦେବ ବିସିସିଆଇ । ଗ୍ରେଡ୍‌ Cରେ ଥିବା 15 ଖେଳାଳିଙ୍କୁ ବାର୍ଷିକ 1 କୋଟି ଟଙ୍କା ଲେଖାଏଁ ଦରମା ମିଳିବ । ନଜର ପକାନ୍ତୁ ବିଭିନ୍ନ ଗ୍ରେଡ୍‌ରେ ବିସିସିଆଇ କଣ୍ଟ୍ରାକ୍ଟରେ ସାମିଲ ହୋଇଥିବା ଖେଳାଳିମାନଙ୍କ ଉପରେ..

ଏହା ମଧ୍ୟ ପଢ଼ନ୍ତୁ...ଜୟସ୍ବାଲଙ୍କ 'ବିରାଟ' ରେକର୍ଡ, ଭାଙ୍ଗିବେ କୋହଲିଙ୍କ ରେକର୍ଡ

ଗ୍ରେଡ୍‌ A+: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା

ଗ୍ରେଡ୍‌ A: ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍‌ ରାହୁଲ, ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା

ଗ୍ରେଡ୍‌ B: ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସ୍ବାଲ

ଗ୍ରେଡ୍‌ C: ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାଏକୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମ୍‌ସନ୍‌, ଅର୍ଶଦୀପ ସିଂହ, କେଏସ୍‌ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ, ରଜତ ପଟିଦାର

ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ: ଆକାଶ ଦୀପ, ବିଜୟ କୁମାର ବୈଶକ, ଉମ୍ରାନ ମଲ୍ଲିକ, ୟଶ ଦୟାଲ, ବିଦ୍ବାଥ କାଭେରାପ୍ପା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 28, 2024, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.