ETV Bharat / sports

ସୂର୍ଯ୍ୟଙ୍କ ଧୂଆଁଧାର ଶତକ, 7 ଓ୍ବିକେଟରେ ହାରିଲା ହାଇଦ୍ରାବାଦ - IPL 2024

author img

By ETV Bharat Odisha Team

Published : May 7, 2024, 8:54 AM IST

IPL 2024
IPL 2024 (@mipaltan)

IPL 2024: ଆଇପିଏଲର 55 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ । ଶତକୀୟ ପାଳି ଖେଳିଲେ ସୂର୍ଯ୍ୟକୁମାର । ଘାତକ ବୋଲିଂ କଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ପିୟୁସ ଚାଓ୍ବଲା । ଅଧିକ ପଢନ୍ତୁ

ମୁମ୍ବାଇ: ସୂର୍ଯ୍ୟଙ୍କ ପ୍ରଖର ତେଜରେ ମୁଣ୍ଡ ନୂଆଁଇଲା ହାଇଦ୍ରାବାଦ । ଓ୍ବାଙ୍ଖଡେରେ ଏକା ଲଢିଲେ ସୂର୍ଯ୍ୟକୁମାର ଯାଦବ। ଧୂଆଁଧାର ଅର୍ଦ୍ଧଶତକ କରି ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟୀ କରାଇଲେ ସୂର୍ଯ୍ୟ । ଆଇପିଏଲର 55 ତମ ମ୍ୟାଚରେ 7 ଓ୍ବିକେଟରେ ସନ ରାଇଜର୍ସକୁ ପରାସ୍ତ କରି ପୂର୍ବ ମ୍ୟାଚର ପ୍ରତିଶୋଧ ନେଲା ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟା ଓ ପିୟୁସ ଚାଓ୍ବଲାଙ୍କ ଘାତକ ବୋଲିଂ । ଚଳିତ ଆଇପିଏଲରେ ଚତୁର୍ଥ ବିଜୟ ହାସଲା କଲା ମୁମ୍ବାଇ । 11 ତମ ମ୍ୟାଚ ଖେଳି ଷଷ୍ଠ ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ହାଇଦ୍ରାବାଦ । ସୂର୍ଯ୍ୟକୁମାର ଯାଦବ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ।

ଏହା ମଧ୍ୟ ପଢନ୍ତୁ-LSGକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ KKR - IPL 2024

ସୋମବାର ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଏସଆରଏଚ । ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ଓ ପିୟୁସ ଘାତକ ବୋଲିଂ କରିଥିଲେ । ଫଳରେ ବିଶାଳ ରନ କରି ଆତଙ୍କ ଖେଳାଉଥିବା ହାଇଦ୍ରାବାଦର ବ୍ୟାଟରଙ୍କୁ ରନ ସଂଗ୍ରହ କରିବା କଷ୍ଟକର ହୋଇଥିଲା । ଟ୍ରାଭିସ ହେଡ 48, ଅଭିଶେକ ଶର୍ମା 11, ମୟଙ୍କ 5, ନିତିଶ 20, ମାରକୋ 17 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କମିନ୍ସ ଅପରାଜତି 35 ରନ କରିଥିଲେ । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 173 ରନ କରିଥିଲା । ହାର୍ଦ୍ଦିକ ଓ ପିୟୁସ 3ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହାପରେ 174 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । କିନ୍ତୁ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟପ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ଇଶାନ 9, ରୋହିତ 4 ଓ ନମନ ଧୀର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଫଳରେ ଦଳର ବିଜୟୀ ହେବା ଆଶା ଧୀରେ ଧୀରେ ମଉଳିଥିଲା । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଦଳକୁ ବିଜୟୀ କରିବା ପାଇଁ ଏକା ଲଢିଥିଲେ । ତାଙ୍କୁ ସାଥ ଦେଇଥିଲେ ତିଳକ ବର୍ମା । ଏହି ଦୁଇ ଖେଳାଳି ବିପକ୍ଷ ଦଳର ବୋଲରଙ୍କ ବଲକୁ ବଡ ବଡ ସଟ ମାରି ଛକା ଚୌକାର ବର୍ଷା କରିଥିଲେ । ସୂର୍ଯ୍ୟ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 102 ରନ ଶତକୀୟ ପାଳି ଖେଳିଥିଲେ । ତିଳକ ବର୍ମା ଅପରାଜିତ 37 ରନ କରିଥିଲେ । 17.2 ଓଭରରେ ଦଳ 174 ରନ କରି ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.