ETV Bharat / politics

ଭଦ୍ରକରେ କଂଗ୍ରେସର ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ବକୁ ଦଳ ଭିତରୁ ବିରୋଧ - Bhadrak Congress

author img

By ETV Bharat Odisha Team

Published : Apr 17, 2024, 3:44 PM IST

ଭଦ୍ରକରେ କଂଗ୍ରେସର ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ବକୁ ଦଳ ଭିତରୁ ବିରୋଧ
ଭଦ୍ରକରେ କଂଗ୍ରେସର ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ବକୁ ଦଳ ଭିତରୁ ବିରୋଧ

Protest against Ananta Sethi: ଭଦ୍ରକରେ ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସ ଭିତରୁ ବିରୋଧ । ପଞ୍ଚାନନ ମଣ୍ଡଳଙ୍କୁ ଟିକଟ ଦେବାକୁ ଦାବି । ଅଧିକ ପଢନ୍ତୁ

ଭଦ୍ରକରେ କଂଗ୍ରେସର ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ବକୁ ଦଳ ଭିତରୁ ବିରୋଧ

ଭଦ୍ରକ: ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କୁ ଭଦ୍ରକ ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ, ତାଙ୍କର ପ୍ରାର୍ଥୀତ୍ବକୁ ବିରୋଧ କରିଛନ୍ତି ନିଜ ଦଳର କିଛି ଅସନ୍ତୁଷ୍ଟ କର୍ମୀ । ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀମାନେ ଅନନ୍ତ ସେଠୀଙ୍କ ପ୍ରାର୍ଥୀତ୍ବକୁ ତୀବ୍ର ବିରୋଧ କରିବା ସହ ପୁନର୍ବିଚାର କରି ଭଦ୍ରକର ଅନ୍ୟତମ ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି ।

ଯଦି ଅନନ୍ତ ସେଠୀଙ୍କ ରାଜନୈତିକ କ୍ୟାରିୟର ଦେଖିବା, 1984 ମସିହା ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ, 1989 ଓ 2009 ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ପରାଜୟ ବରଣ କରିଥଲେ । 1996ରୁ 2002 ଯାଏଁ ରାଜ୍ୟସଭା ସାଂସଦ ମନୋନିତ ହୋଇଥିଲେ । ପରେ 2004 ମସିହାରେ ଭଣ୍ଡାରିପୋଖରୀ ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ । ତେବେ ତାଙ୍କର ଅଭିଜ୍ଞତା ଏବଂ ବରିଷ୍ଠତାକୁ ନେଇ କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ 2024 ନିର୍ବାଚନ ପାଇଁ ତାଙ୍କୁ ଭଦ୍ରକ ଜିଲ୍ଲା ଲୋକସଭା ପ୍ରାର୍ଥୀ କରାଯାଇଥିବା ବେଳେ, ପ୍ରାର୍ଥୀତ୍ବକୁ ତୀବ୍ର ବିରୋଧ କରିବା ସହ ଏକ ସାମ୍ୱାଦିକ ସମ୍ମିଳନୀରେ ପୁନର୍ବିଚାର କରିବା ପାଇଁ ଅସନ୍ତୁଷ୍ଟ କଂଗ୍ରେସ କର୍ମୀମାନେ ଦାବି କରିଛନ୍ତି ।

ତେବେ ଯଦି ପଞ୍ଚାନନ ମଣ୍ଡଳଙ୍କ ରାଜନୈତିକ କ୍ୟାରିୟର ଦେଖିବା,1985 ମସିହାରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହ 1997 ମସିହାରେ ସେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତେବେ ସେ 1999 ମସିହାରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ ଅର୍ଜୁନ ସେଠୀଙ୍କ ନିକଟରୁ ପରାଜିତ ହୋଇଥିଲେ । ଏପରି ସ୍ଥଳେ ସେ ପୁଣିଥରେ 2024ରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢିବା ପାଇଁ ଲବି କରୁଥିଲେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ଯାହାକୁ ନେଇ ଏବେ ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ତେଣୁ ଯଦି ଏହାର ପୁନର୍ବିଚାର କରାଯାଏ ଆଗାମୀ ଦିନରେ ଏହାର ଉଚିତ ଜବାବ୍ ଦିଆଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ମତ ପ୍ରକାଶ କରିଥଲେ କଂଗ୍ରେସର ଅସନ୍ତୁଷ୍ଟ କର୍ମକର୍ତ୍ତା । ତେବେ ଏନେଇ ଅନନ୍ତ ସେଠୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.