ETV Bharat / politics

ଧର୍ମେନ୍ଦ୍ର ଯାହାଙ୍କୁ ହେଳା କଲେ ପ୍ରଣବ ତାଙ୍କୁ କୋଳେଇ ନେଲେ: ବିଜେଡି - BJD TARGETS DHARMENDRA

author img

By ETV Bharat Odisha Team

Published : May 4, 2024, 7:39 PM IST

BJD TARGETS DHARMENDRA PRADHAN: ଧର୍ମେନ୍ଦ୍ରଙ୍କ ନାମାଙ୍କନ କାର୍ଯ୍ୟକ୍ରମରେ ଜଣେ କଳାକାରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ ପ୍ରଣବ ପ୍ରକାଶ ପୋଷ୍ୟ ଭାବେ ଗ୍ରହଣ କରିଥିବା ବିଜେଡି ସୂଚନା ଦେଇଛି ।ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ଯାହାଙ୍କୁ ହେଳା କଲେ ପ୍ରଣବ ତାଙ୍କୁ କୋଳେଇ ନେଲେ:- ବିଜେଡି
ଧର୍ମେନ୍ଦ୍ର ଯାହାଙ୍କୁ ହେଳା କଲେ ପ୍ରଣବ ତାଙ୍କୁ କୋଳେଇ ନେଲେ:- ବିଜେଡି (ETV BHARAT ODISHA)

ଧର୍ମେନ୍ଦ୍ର ଯାହାଙ୍କୁ ହେଳା କଲେ ପ୍ରଣବ ତାଙ୍କୁ କୋଳେଇ ନେଲେ:- ବିଜେଡି (ETV BHARAT ODISHA)

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ କଳାକାରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଳାକାର କିମ୍ବା ତାଙ୍କ ପରିବାର ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହାନଭୂତି ଦେଖାଇନଥିବା ବିଜେଡି ଅଭିଯୋଗ କରିଛି । ସେପଟେ ମୃତକଙ୍କ ପରିବାରକୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୋଷ୍ୟ ଭାବେ ଗ୍ରହଣ କରିଥିବା ଜଣାପଡ଼ିଛି ।ଏନେଇ ଆଜି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଟାର୍ଗେଟ କରିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି , ଭୋଟ ପାଇଁ ବିକଳ ହୋଇ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର କ୍ଷେତ୍ରରେ ଦୁଇ ଦଳର ଶିର୍ଷ ନେତା ନିର୍ବାଚନରେ ଓହ୍ଲାଇଛନ୍ତି । ଗୋଟେ ପଟେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ନେତାଙ୍କ ଆଚରଣ ଓ ଉଚ୍ଚାରଣ ଭିତରେ ଭିନ୍ନତା ରହିଛି । ଦୁଇ ଦିନ ତଳେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ପାଖରେ ମିଛ ଭ୍ରମ ସୃଷ୍ଟି କରିବା ସହ ନାମାଙ୍କନରେ ଲୋକଙ୍କ ସଂଖ୍ୟା ଦେଖାଇବା ଲାଗି ସେ 40 କଳାକାର ଦଳଙ୍କୁ ନିୟୋଜିତ କରିଥିଲେ । ଯାହା ଫଳରେ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେବ ବହୁତ ଲୋକ ଅଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବାମରା ବ୍ଲକର କୁମାର ମାଝୀ ଆସିଥିଲେ । ପାଣି ଟୋପେ ନପାଇ ସେ ହଠାତ ମୃତ୍ୟୁ ବରଣ କଲେ । ଗୋଟେ ଲୋକର ମୃତ୍ୟୁ ହେବା ପରେ ତାଙ୍କୁ ଶେଷ ସମ୍ମାନ ଦେବା ପାଇଁ ଗଲେ ନାହିଁ ଧର୍ମେନ୍ଦ୍ର । ମୃତକଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ପାଇଁ ଧର୍ମେନ୍ଦ୍ରଙ୍କୁ ସମୟ ହେଲାନାହିଁ । ଆମେ ଏତିକି ବୁଝିଲୁ ଧର୍ମେନ୍ଦ୍ର କେବଳ ଜଣେ ସୁପର ମିଛୁଆ ତାହା ନୁହେଁ ସେ ଜଣେ ଭୀରୁ । ଅନ୍ୟପକ୍ଷରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ଟିମ ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କ ଘରେ ପହଁଚିଥିଲେ । ସ୍ଥାନୀୟ ବିଜେଡି ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ......ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ: ପ୍ରଣବ - Pranab Criticizes Dharmendra


ପ୍ରଣବ ପ୍ରକାଶ ଦାସ ମୃତକଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଆମ ପରିବାରର ସଦସ୍ୟ ଭାବେ ସେ ପରିବାର ହୋଇଗଲେ । ଗୋଟେ ଧର୍ମେନ୍ଦ୍ରଙ୍କ ପ୍ରଚାର କାର୍ଯ୍ୟରେ ଆସିଥିବା ଲୋକର ମୃତ୍ୟୁ ହେଉଛି, ତାଙ୍କୁ ଦେଖିବାକୁ ବିଜେପି ନେତାଙ୍କୁ ସମୟ ହେଉନାହିଁ । ଅନ୍ୟପକ୍ଷରେ ସଂଗଠନରୁ ଉତ୍ପତ୍ତି ଲାଭ କରିଥିବା ପ୍ରଣବ ସମ୍ପୂର୍ଣ୍ଣ ପରିବାରକୁ ନିଜର କଲେ । ରାଜନୀତିର ଅର୍ଥ ନୁହେଁ ମୃତଦେହ ଉପରେ ଚଢ଼ି କ୍ଷମତା ଉପଭୋଗ କରିବେ । ରାଜନୀତି ହେଉଛି ମଣିଷ ପଣିଆ । ଧର୍ମେନ୍ଦ୍ର ନିର୍ବାଚନ ପାଇଁ ମଣିଷ ପଣିଆ ଭୁଲନ୍ତୁ ନାହିଁ ବୋଲି କହିଛନ୍ତି ଲେନିନ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.