ETV Bharat / politics

ମହାପ୍ରଭୁଙ୍କ ଶରଣରେ କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ, ପ୍ରଚାର ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ - congress candidate visit Puri

author img

By ETV Bharat Odisha Team

Published : Apr 15, 2024, 11:11 PM IST

Congress
Congress

Congress candidate visit Puri Sri Mandir: ମହାପ୍ରଭୁଙ୍କ ଶରଣରେ କଂଗ୍ରେସ ନେତା । ବେଗୁନିଆରୁ କଂଗ୍ରେସ ଦଳରୁ ବିଧାୟକ ଟିକେଟ ପାଇଥିବା ପୃଥ୍ବୀବଲ୍ଲଭ ପଟ୍ଟନାୟକ ଆଜି (ସୋମବାର) ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ କଂଗ୍ରେସ ପ୍ରାର୍ଥୀ ସୁଜିତ୍ ମହାପାତ୍ର ମଧ୍ୟ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Congress

ପୁରୀ: ମହାପ୍ରଭୁଙ୍କ ଶରଣରେ କଂଗ୍ରେସ ନେତା । ଆଗାମୀ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ କଂଗ୍ରେସ ନେତା । ବେଗୁନିଆରୁ କଂଗ୍ରେସ ଦଳରୁ ବିଧାୟକ ଟିକେଟ ପାଇଥିବା ପୃଥ୍ବୀବଲ୍ଲଭ ପଟ୍ଟନାୟକ ଆଜି (ସୋମବାର) ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ କଂଗ୍ରେସ ପ୍ରାର୍ଥୀ ସୁଜିତ୍ ମହାପାତ୍ର ମଧ୍ୟ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଜୋରଦାର ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀ । ପ୍ରଚାର ପୂର୍ବରୁ ନେତାମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ଆଜି (ସୋମବାର) ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର ଓ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ପୃଥିବୀ ବଲ୍ଲଭ ପଟ୍ଟନାୟକ ଜଗନ୍ମାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମହାପ୍ରଭୁ ଲୋକଙ୍କ ସେବା କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ । କିଭଳି ଅଧିକରୁ ଅଧିକ ଲୋକଙ୍କ ସେବା କରିପାରିବି । ମୁଁ ଲୋକଙ୍କ ସହ ରହିଛି । ଗତ ପଞ୍ଚାୟତ ନିର୍ବାଚନରୁ ମୁଁ ବିଭିନ୍ନ ପଞ୍ଚାୟତ ବୁଲି ଲୋକ ସମ୍ପର୍କ ରଖିଛି । ଲୋକଙ୍କ ସହଯୋଗ ମଧ୍ୟ ମିଳୁଛି । ଏଣୁ ତାଙ୍କୁ ଏହା ଉତ୍ସାହିତ କରିଛି । ତେବେ ବେଗୁନିଆ ବିଧାୟକ ଜିତିଲା ପରେ ଲୋକଙ୍କ ସୁଖ ଦୁଃଖରେ ନାହାନ୍ତି । ଯେଉଁଥିପାଇଁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ରହିଛି ।"

ଏହାମଧ୍ୟ ପଢନ୍ତୁ.. କାଲି କୁଇ ସମାଜର କନ୍ଧମାଳ ବନ୍ଦ ଡାକରା, ସମର୍ଥନ କରିବନି ସମନ୍ଵୟ ସମିତି - Kandhmal Bandh

ସେ ଆଉମଧ୍ୟ କହିଛନ୍ତି, "ବିଜେପି ବିଜେଡ଼ି ଯେଭଳି ମେଣ୍ଟ ପାଇଁ ପରସ୍ପର ନିକଟତର ହେଲେ ତାହା ବିଜେପି ଓ ବିଜେଡ଼ିର ମୁଖା ଖୋଲିଦେଇଛି । ଲୋକମାନେ ବିଜେପି ବିଜେଡ଼ିରୁ ଆସ୍ଥା ହରେଇ ସାରିଲେଣି । ବିକଳ୍ପ ଭାବେ କଂଗ୍ରେସକୁ ପସନ୍ଦ କରୁଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ।"

ସେପଟେ ପୁରୀ ବିଧାନସଭା ଆସନର କଂଗ୍ରେସର ପ୍ରାର୍ଥୀ ସୁଜିତ ମହାପାତ୍ର କହିଛନ୍ତି, "ଆଗାମୀ ନିର୍ବାଚନରେ ସେ ଲୋକଙ୍କ ହକ ପାଇଁ ଲଢେଇ କରିବେ । ଦୁର୍ନୀତି, ଗୁଣ୍ଡାରାଜ୍ ବିରୋଧରେ ଲଢେଇ ହେବ । ଶିକ୍ଷା, ସ୍ବାସ୍ଥ୍ୟ ସେବା କିଭଳି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ଲଢେଇ ହେବ ।" ପୁରୀରେ ଅନେକ ସମସ୍ୟା ଥିବା ବେଳେ ବିଜେଡ଼ିର ପ୍ରାର୍ଥୀଙ୍କର ଏକ ସିନେମା ହଲ ପ୍ରତିଷ୍ଠା କରିବା ମୁଖ୍ୟ ଲକ୍ଷ୍ୟ ଥିବା କହି ସେ କଟାକ୍ଷ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.