ETV Bharat / politics

‘ସବୁଆଡ଼େ ପରିବର୍ତ୍ତନର ଆଭାସ ମିଳୁଛି, ଓଡ଼ିଶାରେ ବିଜେପି ସରକାର କରିବ’ - BJP Says To Form Govt

author img

By ETV Bharat Odisha Team

Published : Apr 29, 2024, 9:59 PM IST

Aparajita Sarangi
Aparajita Sarangi

Aparajita Sarangi's Reaction Over Election: ଓଡ଼ିଆ ଭାଷା ଓ ଅସ୍ମିତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ସାଂସଦ ଅପରାଜିତା ଷଡଙ୍ଗୀ କ'ଣ କହିଛନ୍ତି, ପଢନ୍ତୁ ।

Aparajita Sarangi

ଭୁବନେଶ୍ବର: ଓଡ଼ିଶା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, "ସଙ୍କଟରେ ଓଡ଼ିଆ ଭାଷା ଓ ଅସ୍ମିତା । ଓଡ଼ିଶାର ପୁରା ଅସ୍ମିତା ଶେଷ ହେବାକୁ ଯାଉଛି । ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ମୁଁ ଭାବୁନି । ଏଭଳି ସ୍ଥିତିରେ ଓଡ଼ିଶାରେ ବିଜେପିକୁ ସେବା ପାଇଁ ସୁଯୋଗ ମିଳିବା ଦରକାର । ଆମକୁ ସୁଯୋଗ ଦେଲେ, ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ । ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା । ଏତେ ସମ୍ପଦରେ ଭରପୁର ଓଡ଼ିଶା 1 ନମ୍ବର ଧନୀ ରାଜ୍ୟ ହେବା କଥା । କିନ୍ତୁ ଓଡ଼ିଶାର ସ୍ଥିତି କ'ଣ ଆପଣମାନେ ଦେଖିପାରୁଥିବେ ।"

ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ସାଢେ ଚାରି କୋଟି ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଓଡି଼ଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଅସ୍ମିତା କୁଠାରଘାତ ହୋଇଛି ଏବେ ସଂସ୍କୃତିକୁ ବଞ୍ଚାଇବାର ଅଛି, ଏଥିପାଇଁ ପରିବର୍ତ୍ତନ ଦରକାର । ସେଥିପାଇଁ ଏଠାରେ ମୋଦି ଏବଂ ତାଙ୍କ ଦଳକୁ ସରକାର କରିବା ଲାଗି ସହଯୋଗ କରିବାକୁ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଶାସନର ଅର୍ଥ କଣ ? ପ୍ରଶାସନର ଅର୍ଥ କଣ ? ଓଡି଼ଶାର ପରିଭାଷାକୁ ସକାରାତ୍ମକ ଭାବେ ପରିବର୍ତ୍ତନ କରିବାକୁ ମୋଦି କହିଛନ୍ତି । କିଛିଦିନ ତଳେ ଅମିତ ଶାହ ମଧ୍ୟ କହିଥିଲେ, ଓଡି଼ଶାରେ ଜଣେ ସକ୍ରିୟ ମୁଖ୍ୟମନ୍ତ୍ରୀ ଦରକାର । ଯୁବ, ସୁସ୍ଥ ଏବଂ ଆମ ଭାଷାରେ କଥାବାର୍ତ୍ତା କରିପାରୁଥିବା ମୁଖ୍ୟମନ୍ତ୍ରୀ ଦରକାର । ସବୁଆଡ଼େ ପରିବର୍ତ୍ତନର ଆଭାସ ମିଳୁଛି, ଓଡିଶାବାସୀ ଏଥର କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବିଜୟୀ କରିବେ ନାହିଁ ଓଡିଶାରେ ବିଜେପି ସରକାର କରିବ।"

ଏହା ବି ପଢନ୍ତୁ...ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ: ପ୍ରଧାନମନ୍ତ୍ରୀ ମୋଦି - PM Modi Targets On BJD Govt

ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ନେତା । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, "ଓଡ଼ଆ ଅସ୍ମିତା ଏବେ ସଙ୍କଟରେ ରହିଛି । ରାଜ୍ୟ ବିଜେପି କ୍ଷମତାସୀନ ବିଜେଡି ବିରୋଧରେ ଲଢ଼ିବାକୁ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବାହାର ଲୋକଙ୍କୁ ଓଡ଼ିଶା ସରକାର ପ୍ରଶ୍ରୟ ଦେଉଛନ୍ତି ବୋଲି କହିଥିଲେ । ଏହି ପ୍ରସଙ୍ଗରେ ବିଜେଡି ଏଯାଏଁ ବ୍ୟାକଫୁଟରେ ଥିବାବେଳେ ମୋଦି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଆହୁରି ତୀବ୍ର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.