ETV Bharat / politics

ପୁରୀରେ ସମ୍ବିତ-ଜୟନ୍ତଙ୍କ ଜୋରଦାର ପ୍ରଚାର - 2020 election

author img

By ETV Bharat Odisha Team

Published : Apr 29, 2024, 11:29 AM IST

ପୁରୀରେ ସମ୍ବିତ-ଜୟନ୍ତଙ୍କ ଜୋରଦାର ପ୍ରଚାର
ପୁରୀରେ ସମ୍ବିତ-ଜୟନ୍ତଙ୍କ ଜୋରଦାର ପ୍ରଚାର

Sambit-jayant election campaign in Puri: ପ୍ରବଳ ଖରା ସତ୍ତ୍ବେ ପୁରୀରେ ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର । କହିଲେ ମୋଦିଙ୍କ ସୁଶାସନରେ ବିପୁଳ ଜନସମର୍ଥନ ମିଳୁଛି । ଏଥର ନିଶ୍ଚୟ ବିଜୟ । ଅଧିକ ପଢନ୍ତୁ

ପୁରୀରେ ସମ୍ବିତ-ଜୟନ୍ତଙ୍କ ଜୋରଦାର ପ୍ରଚାର

ପୁରୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ବେ ମଧ୍ୟ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର ଜାରି ରଖିଛନ୍ତି । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ପୁରୀ ଲୋକସଭା ନିର୍ବାଚନରେ ମେ’25 ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର ମଧ୍ୟ ଜୋରଦାର ଆଗେଇ ଚାଲିଛି । ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଗତକାଲି ପୁରୀ ସହରର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ କଥା କହି ଭଉୟ ଭୋଟ ମାଗିଛନ୍ତି ।

ସମ୍ବିତ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଆଗାମୀ ଭିଜନ ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି । ଲୋକଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ତେବେ ଜନସେବା ପାଇଁ 24 ଘଣ୍ଟା ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ସେ କୌଣସି କଷ୍ଟକୁ ଭ୍ରୁକ୍ଷେପ କରନ୍ତିନାହିଁ । ସେ ପୁର୍ବରୁ ଥିବା ପରମ୍ପରାକୁ ଭାଙ୍ଗିବାକୁ ଆସିଛନ୍ତି । ସାଂସଦମାନେ କେବଳ ଦିଲ୍ଲୀରେ ରହିବେ ଓ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ଧାରାକୁ ସେ ବଦଳାଇବାକୁ ଆସିଛନ୍ତି । ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ସେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ 24 ଘଣ୍ଟା ଗ୍ରାଉଣ୍ଡରେ ସମୟ ଦେବେ । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେପି ସପକ୍ଷରେ ଏକ ମାହୋଲ ଏବେ ସୃଷ୍ଟି ହୋଇସାରିଛି । ବିଜେପି ପ୍ରତି ଲୋକଙ୍କ ପ୍ରବଳ ଜନସମର୍ଥନ ରହିଛି । ଏଣୁ ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଆସନରେ ସେ ନିଶ୍ଚିତ ଜିତିବେ ବୋଲି ସମ୍ବିତ ଆଶା ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସଂରକ୍ଷଣ ପ୍ରସଙ୍ଗରେ ଶାହଙ୍କ ଫେକ ଭିଡିଓ ଭାଇରାଲ, ଦିଲ୍ଲୀ ପୋଲିସର ମାମଲା - Amit Shah Video



ସେପଟେ ସମ୍ବିତଙ୍କ ସହ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ପୁରୀ ବିଧାନସଭା ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ବଡଶଙ୍ଖ, ସରଧାବାଲି ଅଞ୍ଚଳରେ ଥିବା ବ୍ୟବସାୟୀଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ ଜୟନ୍ତ । ଜୟନ୍ତ କହିଛନ୍ତି, ଲୋକଙ୍କ ବିପୁଳ ସମର୍ଥନ ମିଳୁଛି । ଆଗାମୀ ନିର୍ବାଚନରେ ପୁରୀରେ ବିଜେପି ବିପୁଳ ବିଜୟ ହାସଲ କରିବ । ତେବେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାରେ ରାଜ୍ୟ ସରକାର ପଦକ୍ଷେପ ନନେଲେ, ଆଗାମୀ ଦିନରେ ଲୋକମାନେ ଜୋର ଜବରଦସ୍ତ ପ୍ରବେଶ କରିବେ । ଲୋକଙ୍କ ସହ ବିଜେପି ଠିଆ ହେବ । ଆଇନ୍‌ ଯଦି ଜନବିରୋଧୀ ହୁଏ, ତେବେ ତାକୁ ବିଜେପି ନିଶ୍ଚିତ ଭାବରେ ଦୃଢ ବିରୋଧ କରିବ ବୋଲି ଜୟନ୍ତ କହିଛନ୍ତି ।



ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.