ETV Bharat / politics

ଲଖିମପୁର ଖେରୀରୁ ଅଜୟ ମିଶ୍ରାଙ୍କୁ ପୁଣି ମିଳିଲା ଟିକେଟ, ଚାଷୀଙ୍କ ଉପରେ କାର୍ ଚଢାଇଥିଲା ପୁଅ

author img

By ETV Bharat Odisha Team

Published : Mar 3, 2024, 8:49 AM IST

Etv Bharat
Etv Bharat

BJP again gives ticket to Ajay Mishra Teni: ଲଖିମପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବାପା ଅଜୟ ମିଶ୍ରାଙ୍କୁ ପୁଣିଥରେ ଟିକେଟ ଦେଲା ବିଜେପି । ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ହେବ କହିଲେ ଚାଷୀ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ପୁଣି ମିଳିଛି ଟିକେଟ୍ । ବିଜେପି ଜାରି କରିଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅଜୟ ମିଶ୍ରା ଟେନିଙ୍କ ନାଁ ରହିଛି । ଯାହାକୁ ନେଇ କେବଳ ୟୁପିରେ ନୁହେଁ, ବରଂ ସାରା ଦେଶର କୃଷକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ବିଜେପି ଅଜୟ ମିଶ୍ରାଙ୍କୁ ପୁନର୍ବାର ଟିକେଟ୍ ଦେଇ ଚାଷୀଙ୍କ ଘା'ରେ ଲୁଣ ଛିଞ୍ଚିଛି ବୋଲି ଚାଷୀମାନେ କହିଛନ୍ତି । କହିରଖୁଛୁ କି, ୨୦୨୧ରେ ଲଖିମପୁର ଖେରୀରେ ଚାଷୀ ଆନ୍ଦୋଳନ ସମୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏହି ଘଟଣାରେ ୮ ଜଣ ଚାଷୀଙ୍କ ସମେତ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା ।

ସେତେବେଳେ ଏହି ଘଟଣାକୁ ନେଇ ଚାରିଆଡେ ତୁମ୍ବିତୋଫାନ ହୋଇଥିଲା । ପରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିଥିଲା । ପୁଅର ଏତେ ବଡ଼ କାଣ୍ଡ ପରେ ମଧ୍ୟ ଆଉଥରେ ବାପାକୁ ବିଜେପି ଲୋକସଭା ଟିକେଟ୍ ଦେବା ଘଟଣାକୁ ଚାଷୀମାନେ କଡ଼ା ନିନ୍ଦା କରିଛନ୍ତି । ଏମଏସପି ଗ୍ୟାରେଣ୍ଟି ଆଇନକୁ ନେଇ ଆନ୍ଦୋଳନ କରୁଥିବା ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ଚାଷୀମାନେ କହିଛନ୍ତି, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କୁ ମୋଦି ସରକାର ଟିକେଟ ଦେଇ ଚାଷୀଙ୍କ ହୃଦୟକୁ ଆଘାତ ପହଞ୍ଚାଇଛନ୍ତି । ଚାଷୀଙ୍କ ହତ୍ୟା ଅଭିଯୁକ୍ତକୁ ଟିକେଟ ଦେବା ଚାଷୀଙ୍କ ସହ ଧୋକା । ସାରା ଦେଶର ଚାଷୀମାନେ ମିଶି ଏହାର ବିରୋଧ କରିବେ ।

ଚାଷୀ ନେତା ଶ୍ରବଣ ସିଂହ ପାଣ୍ଡେର ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ କହିଛନ୍ତି, ''ଅଜୟ ମିଶ୍ରା ଟେନିଙ୍କୁ ଟିକେଟ ଦେଇ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶର ଚାଷୀଙ୍କ ହୃଦୟକୁ ଆଘାତ ଦେଇଛି । ଲଖିମପୁର ଖେରୀ କୃଷକଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏହି ଆନ୍ଦୋଳନ ଚାଷୀ ଓ ସରକାର ମଧ୍ୟରେ ।''

ଏହା ମଧ୍ୟ ପଢନ୍ତୁ: ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ପ୍ରକାଶ ଥାଉକି, ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ୧୯୫ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୋଟ ୫୧ ଜଣଙ୍କ ନାଁ ରହିଛି । ଏହି ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ ଥିବାବେଳେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଚଳିତ ଥର ବାରଣାସୀରୁ ନିର୍ବାଚନ ଲଢିବେ । ସେହିପରି ଦଳରୁ ଅନ୍ୟତମ ପ୍ରଭାବଶାଳୀ ନେତା ଅମିତ ଶାହ ପୂର୍ବପରି ଗୁଜୁରାଟର ଗାନ୍ଧୀନଗରରୁ ପ୍ରାର୍ଥୀ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.