ETV Bharat / politics

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳି-ଶେରଗଡ଼ରେ ଜନସଭାକୁ କରିବେ ସମ୍ବୋଧନ - Odisha Election 2024

author img

By ETV Bharat Odisha Team

Published : Apr 24, 2024, 6:58 AM IST

Updated : Apr 24, 2024, 7:09 AM IST

Etv Bharat
Etv Bharat

Naveen Patnaik set for Campaign: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ । ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଚାର କରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆଜି ପ୍ରଚାର ଆରମ୍ଭ କରିବେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଆଜି (ବୁଧବାର) ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବେ । ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ରାଜନୈତିକ ସଭାକୁ ସମ୍ବୋଧିତ କରିବେ । ଏହାପରେ ଅପରାହ୍ନ ଗୋଟାଏ ସୁଦ୍ଧା ଭୁବନେଶ୍ୱର ଫେରି ଆସିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୨୪ ନିର୍ବାଚନ ପାଇଁ ଆଜିଠୁ ନବୀନ ପ୍ରଚାର ମୈଦାନକୁ ଓହ୍ଲାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କର ନଜର ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ ୯ଟାରେ ନବୀନ ନିବାସରୁ ବାହାରିବେ । ୯ଟା ୪୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ୯ଟା ୪୫ରେ ଅଗଷ୍ଟା ୧୦୯ ଭିଡି ଓଏସଏଚ ହେଲିକପ୍ଟର ଯୋଗେ ଗଞ୍ଜାମ ଅଭିମୁଖେ ବାହାରିବେ । ପୂର୍ବାହ୍ନ ୧୦ଟା ୩୫ରେ ହିଞ୍ଜିଳି ଶଙ୍କର ଚକ୍ଷୁ ଡାକ୍ତରଖାନା ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ପ୍ରାୟ ୫୦ ମିନିଟର ବିମାନ ଯାତ୍ରା କରିବେ । ସେଠାରୁ ସାଧାରଣ ସଭା ଅଭିମୁଖେ ବାହାରିବେ । ରାଜନୈତିକ ସଭାରେ ଅଭିଭାଷଣ ରଖିବେ । ପ୍ରାୟ ୩୦ ମିନିଟ ସଭା ପରେ ପୂର୍ବାହ୍ନ ୧୧ଟା ୧୫ରେ ପୁଣି ଅସ୍ଥାୟୀ ହେଲିପ୍ୟାଡକୁ ଫେରି ଆସିବେ । ସେଠାରୁ ଶେରଗଡ଼ ଅଭିମୁଖେ ବାହାରିବେ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା; ମୋଦି, ଶାହଙ୍କ ସମେତ 40ଜଣ ସାମିଲ - BJP Star Campaigners For Odisha

ହିଞ୍ଜିଳିରେ କାର୍ଯ୍ୟକ୍ରମ ପରେ ନବୀନ ସାଢେ ୧୧ରେ ଶେରଗଡ଼ ବସଷ୍ଟାଣ୍ଡ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସିଧାସଳଖ ସଭାସ୍ଥଳୀକୁ ଯିବେ । ଉପସ୍ଥିତ ନେତା, କର୍ମୀ ଓ ଜନତାଙ୍କୁ ସମ୍ବୋଧିତ କରିବେ । ଏହାପରେ ୧୨ଟା ୧୫ରେ ଅସ୍ଥାୟୀ ହେଲ‌ପ୍ୟାଡକୁ ଫେରି ଆସିବେ । ସେଠାରୁ ବାହାରି ଅପରାହ୍ନ ୧ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ନବୀନଙ୍କ ସହିତ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭ‌ି.କେ ପାଣ୍ଡିଆନ ଉପସ୍ଥିତ ରହିବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ରଙ୍କ ପକ୍ଷରୁ ଜିଲ୍ଲାପାଳ, ଏସପି, ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଛି ।

ନବୀନଙ୍କ ଗସ୍ତ ପାଇଁ ପ୍ରଶାସନିକ ଓ ଦଳୀୟ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ୨୦୨୪ ନିର୍ବାଚନ ଉପଲକ୍ଷେ ଏହା ହେଉଛି ନବୀନଙ୍କ ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ । ନିଜ ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରଚାର ଅଭିଯାନର ନେତୃତ୍ୱ ନେବେ ନବୀନ । ଗଞ୍ଜାମରେ ବିରୋଧୀ ବିଶେଷ କରି ବିଜେପି ଶକ୍ତିଶାଳୀ ହେଉଥିବାରୁ ନବୀନଙ୍କ ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି । ବିରୋଧୀଙ୍କ ପ୍ରତି ଆଭିମୁଖ୍ୟ, ପ୍ରଥମ ନିର୍ବାଚନୀ ସଭାର ଅଭିଭାଷଣରେ ନବୀନ ଉଠାଇବାକୁ ଥିବା ପ୍ରସଙ୍ଗ ସ୍ପଷ୍ଟ ହେବ । ସେହିପରି ଆସନ୍ତାକାଲି ନବୀନ ରାୟଗଡ଼ା ଯିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 24, 2024, 7:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.