ETV Bharat / international

ୟୁକ୍ରେନରେ ଋଷର ମିଶାଇଲ ଷ୍ଟ୍ରାଇକ: ପାଖାପାଖି 18 ମୃତ, 130 ଆହତ

author img

By ETV Bharat Odisha Team

Published : Jan 24, 2024, 9:11 AM IST

Russian missile strike on Ukraine
ୟୁକ୍ରେନରେ ଋଷର ମିଶାଇଲ ଷ୍ଟ୍ରାଇକ୍

Russian missile strike on Ukraine: ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷର ମିଶାଇଲ ଷ୍ଟ୍ରାଇକ୍ । ପାଖାପାଖି 18 ମୃତ, 130ରୁ ଅଧିକ ଆହତ । ଅଧିକ ପଢନ୍ତୁ

କିଭ୍: 700 ଦିନରେ ପହଞ୍ଚିଲା ଋଷ ୟୁକ୍ରେନ ଯୁଦ୍ଧ । 3 ବର୍ଷରେ ପ୍ରବେଶ କରିଥିବା ଋଷ-ୟୁକ୍ରେନ ଯୁଦ୍ଧ ଆହୁରୀ ଜଟିଳ ହେବାରେ ଲାଗିଛି । ମଙ୍ଗଳବାର ଦିନ ୟୁକ୍ରେନର 2ଟି ମୁଖ୍ୟ ସହରର ଏକାଧିକ ସ୍ଥାନରେ ଋଷ ମିଶାଇଲ ମାଡ କରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହି ଆକ୍ରମଣରେ 18ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 130ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏକାଧିକ ବିଲ୍ଡିଂ ଭାଙ୍ଗି ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍‌ସ୍କି ।

ମଙ୍ଗଳବାର ଖାରକିଭର ପୂର୍ବାଞ୍ଚଳ ସହରଗୁଡିକରେ ଏକାଧିକ ଥର ଆକ୍ରମଣ ହୋଇଥିବା ବେଳେ କିଭ ଓ ମଧ୍ୟ ୟୁକ୍ରେନ ସହରର ଖେରସନର ଦକ୍ଷୀଣ ଅଞ୍ଚଳରେ ମିଶାଇଲ ମାଡ କରାଯାଇଛି । ଋଷ ପକ୍ଷରୁ ଏହି ମିଶାଇଲ ଆକ୍ରମଣ କରାଯାଇଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହି ଆକ୍ରମଣରେ 18ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 130ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଅନେକ ବିଲ୍ଡିଂ ମାଟିରେ ମିଶି ଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଓ ଆହତଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଋଷ ଅଧିକୃତ ଡୋନେଟସ୍କରେ ୟୁକ୍ରେନର ଆକ୍ରମଣ ! 27ରୁ ଊର୍ଦ୍ଧ୍ୱ ମୃତ, ଏକାଧିକ ଆହତ

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହାକୁ ନିନ୍ଦା କରିବା ସହ ଏନେଇ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି । ସେ କହିଛନ୍ତି ଯେ, ଏହା ନିଶ୍ଚିତଭାବେ ଭୟଙ୍କର ଅଟେ । ୟୁକ୍ରେନର ଭିନ୍ନ ଭିନ୍ନ ସ୍ଥାନରେ ଋଷ ପାଖାପାଖି 40ଟି ମିଶାଇଲ ମାଡ କରିଛି । 200ରୁ ଅଧିକ ସ୍ଥାନରେ ମିଶାଇଲ ପଡିଥିବା ବେଳେ 139ଟି ଘର ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି । ଯେଉଁଠାରେ କି ସାଧାରଣ ଲୋକେ ରହୁଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆକଳନ କରାଯାଉଛି । ଏହାର ଏକ ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜେଲେନସ୍କି ।

ଖାରକିଭର ମେୟର ଓ ଗଭର୍ଣ୍ଣରଙ୍କ କହିବାନୁଯାୟୀ, ଖାରକିଭରେ ପାଖାପାଖି 8 ଜଣଙ୍କ ମୃତ୍ୟୁହୋଇଛି । ମଙ୍ଗଳବାର ଦିନ ହୋଇଥିବା ଆକ୍ରମଣରେ ପାଖାପାଖି 4 ଜଣ ଆହତ ହୋଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, ପାଖାପାଖି 40 ମିଶାଇଲ ଆଟାକ ହୋଇଥିବା ବେଳେ ୟୁକ୍ରେନ ଆର୍ମ ଫୋର୍ସ 22ଟି ମିଶାଇଲକୁ ବାୟୁରେ ଧ୍ୱଂସ କରିଦେଇଥିବା ବେଳେ 20ଟି ମିଶାଇଲ କିଭ ଓ ଆଖପାଖ ଅଞ୍ଚଳରେ ପଡିଥିଲା । ତେବେ 2 ମାସ ମଧ୍ୟରେ ଋଷ 600ରୁ ଅଧିକ ମିଶାଇଲ ଓ 1ହଜାର ଉର୍ଦ୍ଧ୍ୱ ଡ୍ରୋନ ଆକ୍ରମଣ କରିଥିବା ୟୁକ୍ରେନ ଦାବି କରିଛି ।

ତେବେ ଫେବୃଆରୀ 2022ରୁ ଆରମ୍ଭ ହୋଇଥିବା ଋଷ -ୟୁକ୍ରେନ ଯୁଦ୍ଧରେ ପାଖାପାଖି 10ହଜାର ନାଗରକିଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 20ହଜାର ଆହତ ହୋଇଥିବା ୟୁଏନ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.