ETV Bharat / international

ତୋଶଖାନା ଘୋଟାଲା ମାମଲାରେ ଇମ୍ରାନ ଓ ପତ୍ନୀଙ୍କୁ ବଡ ଆଶ୍ବସ୍ତି, ଦଣ୍ଡାଦେଶରେ ଜାରି ହେଲା ସ୍ଥଗିତାଦେଶ - Toshakhana case

author img

By ETV Bharat Odisha Team

Published : Apr 1, 2024, 8:47 PM IST

ତୋଶଖାନା ଘୋଟାଲା ମାମଲାରେ ଇମ୍ରାନ ଓ ପତ୍ନୀଙ୍କୁ ବଡ ଆଶ୍ବସ୍ତି, ଦଣ୍ଡାଦେଶରେ ସ୍ଥଗିତାଦେଶ ଜାରି କଲେ କୋର୍ଟ
ତୋଶଖାନା ଘୋଟାଲା ମାମଲାରେ ଇମ୍ରାନ ଓ ପତ୍ନୀଙ୍କୁ ବଡ ଆଶ୍ବସ୍ତି, ଦଣ୍ଡାଦେଶରେ ସ୍ଥଗିତାଦେଶ ଜାରି କଲେ କୋର୍ଟ

Toshakhana case: ଇମ୍ରାନ ଓ ପତ୍ନୀଙ୍କ ଦଣ୍ଡାଦେଶରେ ସ୍ଥଗିତାଦେଶ ଜାରି କଲେ ଇସଲାମାବାଦ ହାଇକୋର୍ଟ । ‘ଇଦ’ ପରେ ମାମଲାର ଚୂଡାନ୍ତ ଶୁଣାଣି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବହୁଚର୍ଚ୍ଚିତ ତୋଶଖାନା ଘୋଟାଲା ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପତ୍ନୀ ବୁଶରା ବିବିଙ୍କୁ ବଡ ଆଶ୍ବସ୍ତି ମିଳିଛି । ପୂର୍ବରୁ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ମିଳିଥିବା ଦଣ୍ଡାଦେଶ ଉପରେ ଇସଲାମାବାଦ ହାଇକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ପୂର୍ବରୁ ଏହି ମାମଲାରେ ଉଭୟ ଇମ୍ରାନ ଦମ୍ପତି ଦୋଷୀ ସାବ୍ୟସ୍ତ ହେବା ସହ 14ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିଲେ । ଆଜି ହାଇକୋର୍ଟ ସ୍ଥଗିତାଦେଶ ଜାରି କରିବା ସହ ‘ଇଦ’ ପରେ ମାମଲାର ଚୂଡାନ୍ତ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।

କ୍ଷମତାରୁ ହଟିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ମାମଲା ଦାଏର କରାଯାଇଥିଲା । ପାକିସ୍ତାନ ଆକାଉଣ୍ଟବିଲିଟି କୋର୍ଟ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 14ବର୍ଷ ଜେଲ ଦଣ୍ଡାରେ ଦଣ୍ଡିତ କରିଥିଲେ । ଫେବୃଆରୀରେ ଇମ୍ରାନ ଏହି ଦଣ୍ଡାଦେଶ ବିରୋଧରେ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ଦଣ୍ଡାଦେଶ ଖାରଜ କରିବା ପାଇଁ ଆବେଦନରେ ଦର୍ଶାଇଥିଲେ ଇମ୍ରାନ । ଆଜି ଇମ୍ରାନ ଦମ୍ପତିଙ୍କୁ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା ଚୂଡାନ୍ତ ଶୁଣାଣିକୁ ଅପେକ୍ଷା କରିବାକୁ ହେବ । ତେବେ ଯଦି ଏହି ମାମଲାରେ ସେ ଦୋଷମୁକ୍ତ ହୁଅନ୍ତି, ତଥାପି ଜେଲରୁ ମୁକ୍ତ ହେବା ପ୍ରକ୍ରିୟା ଏତେ ସହଜ ହେବନାହିଁ । କାରଣ ସେ ଏହି ମାମଲା ବ୍ୟତୀତ ଇମ୍ରାନ ଏକାଧିକ ମାମଲାରେ ମଧ୍ୟ ଛନ୍ଦି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିଦେଶରେ ମୋଦି କ୍ରେଜ: ଆମେରିକାରେ ବିଶାଳ କାର ରାଲି, ଶୁଭିଲା ଅବକି ବାର୍‌ 400 ପାର୍‌ - Modi Support Car rally in US

କ୍ରିକେଟରରୁ ରାଜନୀତିରେ ପ୍ରବେଶ କରି ଇମ୍ରାନ ପାକିସ୍ତାନ ସାଧାରଣ ନିର୍ବାଚନ ଜିତିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ ଇମ୍ରାନ । ହେଲେ ସାମ୍ବିଧାନିକ ସଙ୍କଟ ମଧ୍ୟରେ ଗାଦିଚ୍ୟୁତ ହେବା ପରେ ଇମ୍ରାନ ଏବେ ଏକାଧିକ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି । କିଛି ମାମଲାରେ ସେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି । ଚଳିତ ନିର୍ବାଚନରେ ସେ ଜେଲରୁ ଥାଇ ମଧ୍ୟ ନିଜ ଦଳୀୟ ଓ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ହେଲେ ଅଧିକ ଆସନ ପାଇଥିଲେ ମଧ୍ୟ ଇମ୍ରାନଙ୍କ ଦଳ କ୍ଷମତା ହାସଲ କରିପାରନି । ପୁଣି ଥରେ ଶେହେଓ୍ବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.